Indus Valley Times

ଅରଡ଼ବଜାରରୁ ଦୁଇ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ : ଜଣେ ଗିରଫ, ଜଣେ ଫେରାର

 Breaking News

ଅରଡ଼ବଜାରରୁ ଦୁଇ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ : ଜଣେ ଗିରଫ, ଜଣେ ଫେରାର

December 08
19:19 2024

ବାଲେଶ୍ୱର,୮/୧୨: ବାଲେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡ଼ରବଜାରର ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇ ୨କିଲୋ ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ ହୋଇଛି। ଅଭିଯୁକ୍ତ ବଡ଼ଭାଇ ଅମଜେତ୍ ଖାନ୍‌ଙ୍କୁ ଗିରଫ କରାଯାଇଥିବା ବେଳେ ସାନଭାଇ ସବିର ଖାନ୍ ଚମ୍ପଟ ମାରିଥିବା ଜଣାପଡ଼ଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୨କୋଟି ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଅଡ଼ରବଜାର ସ୍ଥିତ ଅମଜେତ ଖାନ୍‌ଙ୍କ ଘରେ ଏହି ବ୍ରାଉନ୍‌ସୁଗାର ଥିବା ଅବକାରୀ ବିଭାଗ ପାଖରେ ଖବର ଥିଲା। ବ୍ୟବସାୟୀ ଜଣକ ମଧ୍ୟପ୍ରଦେଶରୁ ଏହାକୁ ଆଣି ବାଲେଶ୍ୱର ସହର ସମେତ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହୋଇଥାନ୍ତା। ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ କମିଶନର ଓ ଅବକାରୀ ଏସ୍‌ପି ସୁଶାନ୍ତ ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଏକ ୧୫ଜଣିଆ ଟିମ୍ ଗଠନ କରାଯାଇ ବ୍ରାଉନସୁଗାର ବେପାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।
ଯୋଜନା ମୁତାବକ ଅବକାରୀ ମୋବାଇଲ ଆଇଆଇସି ହରିହରି ସିଂହ, ମୋବାଇଲ ଓଆଇସି ଭକ୍ତଚରଣ ସ୍ୱାଇଁ, ସଦର ଆଇଆଇସି ଦୀପ୍ତିମୟୀ ସାହୁ ଓ ଓଆଇସି ପ୍ରଜ୍ଞା ପାରମିତା ନାୟକ ପ୍ରମୁଖ ସହଦେବଖୁଣ୍ଟା ଥାନା ପେଲିସ ସହାୟତାରେ ଶନିବାର ରାତି ତମାମ୍ ବେପାରୀଙ୍କ ଘର ଚାରିପଟେ ଜଗି ରହିଥିଲେ । ରବିବାର ସକାଳେ ଚଢ଼ାଉ କରି ତାଙ୍କ ବାସଭବନରୁ ୨କିଲୋ ଗ୍ରାମ୍ ବ୍ରାଉନ୍‌ସୁଗାର, ନଗଦ ୫ହଜାର ୭ଶହ ଟଙ୍କା ସହ ମୋବାଇଲ ଜବତ କରିଥିଲେ ।
ବଡ଼ଭାଇ ଅମଜେତ ଖାନ୍‌କୁ କରାଯାଇଥିବା ବେଳେ ସାନଭାଇ ସାବିର ଖାନ୍ କୌଶଳକ୍ରମେ ଖସି ପଳାଇ ଥିଲେ । ଏ ସମ୍ପର୍କରେ ଅବକାରୀ ଥାନାରେ ୨୧ସି ଏନ୍‌ଡ଼ିପିଏସ୍ ଆକ୍ଟ ମୂଳେ ଏକ ମାମଲା (ନଂ. ୨୮୮/୨୪-୨୫) ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031