Indus Valley Times

ଆମ୍ବୁଲାନ୍ସ ଡ୍ରାଇଭର ମାନସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

 Breaking News

ଆମ୍ବୁଲାନ୍ସ ଡ୍ରାଇଭର ମାନସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଆମ୍ବୁଲାନ୍ସ ଡ୍ରାଇଭର ମାନସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
October 26
18:11 2024

କେନ୍ଦ୍ରାପଡ଼ା ,୨୬/୧୦ : କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ‘ଦାନା’ର ତାଣ୍ଡବ ସମୟରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ସାହସିକତା ଦେଖାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।
ଝଡ ବର୍ଷା ବେଳେ ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ୨୪ ତାରିଖ ମଧ୍ୟରାତ୍ରିରେ ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ା ଭିତରକନିକା ଅନ୍ତର୍ଗତ ହବାଳୀଖଟିରେ ସ୍ଥଳଭାଗ ଛୁଇଁଥିଲା ।
ଯାହାଫଳରେ କେନ୍ଦ୍ରାପଡ଼ାରେ ଅଧିକ ଝଡ ବର୍ଷା ହେବା ସହ ଅଧିକ କ୍ଷୟକ୍ଷତି ପହଁଚାଇଥିଲା । ଏଭଳି ପ୍ରତିକୂଳ ପରିସ୍ଥିତିରେ ପଛଘୁଞ୍ଚା ନଦେଇ ମାନବିକତା ଦେଖାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ କୁମାର ମଲ୍ଲିକ ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏକ ଅମୁଲ୍ୟ ଜୀବନକୁ ରକ୍ଷା କରିବା ପାଇଁ ପ୍ରବଳ ବର୍ଷା ସମୟରେ ଆମ୍ବୁଲାନ୍ସ କର୍ମଚାରୀ ଜଣକ ଜଣେ ଅସୁସ୍ଥ ମହିଳାଙ୍କୁ କୋଳରେ ଧରି ଆମ୍ବୁଲାନ୍ସକୁ ଆଣୁଛନ୍ତି ।
ମହିଳାଙ୍କୁ ସୁରକ୍ଷିତ ଭାବେ ଆମ୍ବୁଲାନ୍ସ ଭିତରକୁ ଆଣି ଡାକ୍ତରଖାନା ନେବାରେ ସଫଳ ହୋଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ମାନସ କୁମାର ମଲ୍ଲିକ ।
ଯୁବକଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଏକ ଅମୂଲ୍ୟ ଜୀବନର ସୁରକ୍ଷା କରିବା ପାଇଁ ପ୍ରେରଣା ସାଜିଛନ୍ତି ମାନସ କୁମାର ମଲ୍ଲିକ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031