Indus Valley Times

ଆସୁଛି ଅକ୍ଟୋବର: ବାତ୍ୟା ଆଶଙ୍କା ଭିତରେ ଆଇଏମଡି ଡିଜିଙ୍କ ବଡ଼ ସୂଚନା

 Breaking News

ଆସୁଛି ଅକ୍ଟୋବର: ବାତ୍ୟା ଆଶଙ୍କା ଭିତରେ ଆଇଏମଡି ଡିଜିଙ୍କ ବଡ଼ ସୂଚନା

September 14
17:09 2025

ଭୁବନେଶ୍ୱର,୧୪/୯: ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମ୍‌ଡି ଡ.ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ଲଘୁଚାପ ଯୋଗୁ ୨ ଦିନ ଧରି ବର୍ଷା ହେଉଥିଲା, ତାହା ଧିରେ ଧିରେ କମିବ। ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ବିଦର୍ଭରେ କେନ୍ଦ୍ରୀଭୂତ ହୋଇଛି। ତେଣୁ ବର୍ଷାର ପରିମାଣ ବି କମିବ।
ପାର୍ବଣରେ ବର୍ଷା ହେବ କି ନାହିଁ ସେନେଇ ଡ. ମହାପାତ୍ର କହିଛନ୍ତି, ତାହା ଏବେଠୁ ଆକଳନ କରିହେବ ନାହିଁ। କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେବାର ସମ୍ଭାବନା ନାହିଁ। ଓଡ଼ିଶାରୁ ବର୍ତ୍ତମାନ ମୌସୁମୀ ଯିବ ନାହିଁ। ଘୂର୍ଣ୍ଣିବଳୟ ନିକଟତର ହେଲେ ସ୍ଥିତି ବାବଦରେ ସ୍ପଷ୍ଟ ହେବ ବୋଲି ଆଇଏମ୍‌ଡି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930