Indus Valley Times

ଏଣିକି ଥାନାକୁ ଯିବା ଦରକାର ନାହିଁ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ମିଳିବ ୧୪ ପୋଲିସ ସେବା

 Breaking News

ଏଣିକି ଥାନାକୁ ଯିବା ଦରକାର ନାହିଁ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ମିଳିବ ୧୪ ପୋଲିସ ସେବା

ଏଣିକି ଥାନାକୁ ଯିବା ଦରକାର ନାହିଁ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ମିଳିବ ୧୪ ପୋଲିସ ସେବା
September 11
18:16 2026

ତପସ୍ୱିନୀ ସାହୁ
ଭୁବନେଶ୍ୱର, ୧୧/୯ : ପୁଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡିଶା ପୁଲିସ ପକ୍ଷରୁ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରାଯାଇଛି। ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ସାଧାରଣ ଲୋକମାନେ ୧୪ଟି ପୁଲିସ-ନାଗରିକ ସେବା ପାଇପାରିବେ ।
Whatsapp chatbot for Panchayat ବିକଶିତ ପଞ୍ଚାୟତ ହ୍ୱାଟସଆପ୍ ଚାଟବଟ୍ ଉନ୍ମୋଚିତ
ଆଜି (ଶୁକ୍ରବାର) ଡିଜିପି ବିନୟତୋଷ ମିଶ୍ର ଭୁବନେଶ୍ବର ଡିଜିପି କ୍ୟାମ୍ପ ଅଫିସ୍ ଠାରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।
ଓଡ଼ିଶା ସରକାରଙ୍କ ନାଗରିକ-କେନ୍ଦ୍ରିକ ଡିଜିଟାଲ୍ ସୁଶାସନ ପଦକ୍ଷେପ ଅଧୀନରେ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍’ରେ ଏହି ସେବାଗୁଡ଼ିକୁ ଯୋଡ଼ାଯାଇଛି। ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (SCRB), ଓଡ଼ିଶା ପୁଲିସ ପକ୍ଷରୁ ଏଥିପାଇଁ ଆବଶ୍ୟକୀୟ ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି।
Aam Sathi WhatsApp chatbot ଡିଜିଟାଲ୍ ରାଜସ୍ବ ସେବା: ୯୪୩୭୨୯୨୦୦୦ନଂରେ ଦାଖଲ କରିବେ ଆପତ୍ତି, ପାଇବେ ସୂଚନା
ଆଜିର ଏହି ଉଦଘାଟନ କାର‌୍ୟ୍ୟକ୍ରମରେ ନିର୍ଦ୍ଦେଶକ(ଏସସିଆରବି) ଅବିନାଶ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର ଡ ଏସ୍ ଦେବଦତ୍ତ ସିଂ, ଆଇଜି ଏସଟିଏଫ ହିମାଂଶୁ ଲାଲ, ଆଇଜି( ଇଣ୍ଟେଲିଜେନ୍ସ) ସତ୍ୟବ୍ରତ ଭୋଇ, ଆଇଜି ( କ୍ରାଇମବ୍ରାଞ୍ଚ) ଡ ସାର୍ଥକ ଷଡ଼ଙ୍ଗୀ, ଉଗଏଓ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏସପି( କମ୍ପ୍ୟୁଟର )ଅମୁଲ୍ୟ ଧର ଧନ୍ୟବାଦ ଅର୍ପଣ କରିଥିଲେ।
ଝଜ୍ଞବକ୍ସଗ୍ଧ ମଷବଗ୍ଧଭକ୍ଟଗ୍ଧ: ଚଳନ୍ତିକା: ସ୍ମାର୍ଟ ଚାଟ୍‌ବଟ୍ ନୁହେଁ, ବ୍ୟବହାରଯୋଗ୍ୟ ଏଆଇ
ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ Centre for Modernizing Government Initiative (CMGI), State Crime Records Bureau (SCRB), ଓଡ଼ିଶା ପୋଲିସ ଏବଂ Meta India (WhatsApp)ର ସହଭାଗିତାରେ ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଜନ ସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୫ ଡିସେମ୍ବର ୨୦୨୫, ସୁଶାସନ ଦିବସ ଅବସରରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ର ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।
ହ୍ୱାଟ୍ସଆପ୍‌ରେ ୨୪ ଘଣ୍ଟିଆ ନିମ୍ନଲିଖିତ ୧୪ଟି ପୁଲିସ ସେବା
୧. ଚରିତ୍ର ପ୍ରମାଣପତ୍ର
୨. ବରିଷ୍ଠ ନାଗରିକ ପଞ୍ଜୀକରଣ
୩. କର୍ମଚାରୀ ସତ୍ୟାପନ
୪. ହଜିଯାଇଥିବା ସମ୍ପତ୍ତି/ଦଲିଲ୍ ସମ୍ପର୍କିତ ରିପୋର୍ଟ
୫. ଲାଉଡ୍‌ସ୍ପିକର୍ ଅନୁମତି ପାଇଁ NOC
୬. ଭଡ଼ାଟିଆ/ଚଏ ସତ୍ୟାପନ
୭. ହଜିଯାଇଥିବା ସମ୍ପତ୍ତି ପଞ୍ଜୀକରଣ
୮. ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ
୯. ଅଭିଯୋଗ ପଞ୍ଜୀକରଣ
୧୦. କର୍ମଚାରୀ/ଘରୋଇ ସହାୟକ ନିୟୋଜନ ସତ୍ୟାପନ
୧୧. କାର୍ଯ୍ୟକ୍ରମ/ପ୍ରଦର୍ଶନ ପାଇଁ ଅନୁମତି
୧୨. ଧାରଣା/ଧର୍ମଘଟ ପାଇଁ ଅନୁମତି
୧୩. FIRର ନକଲ ପ୍ରଦାନ
୧୪. ସଡ଼କ ଦୁର୍ଘଟଣା/ଚୋରି ଯାନବାହନ/ଚୋରି ମାମଲା ସମ୍ପର୍କିତ Final Formର ନକଲ ପ୍ରଦାନ
କିପରି ବ୍ୟବହାର କରିବେ ‘ଆମ ସାଥୀ’
୧. ‘Hi’ ଲେଖି ପଠାନ୍ତୁ:
‘ଆମ ସାଥୀ’ର ହ୍ୱାଟ୍ସଆପ୍ ନମ୍ବର ୯୪୩୭୨୯୨୦୦୦ ମୋବାଇଲ୍‌ରେ ପଞ୍ଜିକୃତ କରି ‘ଐସ’ ଲେଖି ପଠାନ୍ତୁ।
୨. ସେବା ଚୟନ କରନ୍ତୁ:
ଭାଷା ଚୟନ ପରେ ଉପଲବ୍ଧ ପୁଲିସ ସେବାଗୁଡ଼ିକର ତାଲିକା ଦେଖାଯିବ। ଆବଶ୍ୟକ ସେବା ଚୟନ କରନ୍ତୁ।
୩. ତଥ୍ୟ ଓ ଦଲିଲ୍ ଦିଅନ୍ତୁ:
ସେବା ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ଦାଖଲ କରନ୍ତୁ।
୪. ଆବେଦନ ଦାଖଲ ହେବ:
ତଥ୍ୟ ଓ ଦଲିଲ୍ ଦାଖଲ ପରେ ଆବେଦନଟି ସମ୍ପୃକ୍ତ ପୁଲିସ କାର୍ଯ୍ୟାଳୟ/କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଏକ ରେଫରେନ୍ସ/ଆବେଦନ ନମ୍ବର ମିଳିବ।
୫. ଆବେଦନର ସ୍ଥିତି ଜାଣନ୍ତୁ:
ରେଫରେନ୍ସ/ଆବେଦନ ନମ୍ବର ବ୍ୟବହାର କରି ହ୍ୱାଟ୍ସଆପ୍‌ରେ ଆବେଦନର ସ୍ଥିତି ଜାଣିପାରିବେ।
୬. ଡିଜିଟାଲ୍ ଦଲିଲ୍ ପାଆନ୍ତୁ:
ପ୍ରକ୍ରିୟା ସମାପ୍ତ ପରେ, ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ସୁବିଧା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ପାଇପାରିବେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031