Indus Valley Times

ଏଣିକି ହାତପାଆନ୍ତାରେ ମିଳିବ ସରକାରୀ ସେବା, ସରକାର ଲଞ୍ଚ କଲେ ହ୍ବାଟ୍‌ସଅପ୍ ନମ୍ବର

 Breaking News

ଏଣିକି ହାତପାଆନ୍ତାରେ ମିଳିବ ସରକାରୀ ସେବା, ସରକାର ଲଞ୍ଚ କଲେ ହ୍ବାଟ୍‌ସଅପ୍ ନମ୍ବର

ଏଣିକି ହାତପାଆନ୍ତାରେ ମିଳିବ ସରକାରୀ ସେବା, ସରକାର ଲଞ୍ଚ କଲେ ହ୍ବାଟ୍‌ସଅପ୍ ନମ୍ବର
September 26
18:22 2025

ଭୁବନେଶ୍ଵର, ୨୬/୯ : ଏଣିକି ମୋବାଇଲ୍ ଟିପିଲେ ଆପଣଙ୍କୁ ସବୁ ସରକାରୀ ସେବା ପାଇ ପାରିବେ । ହ୍ୱାଟ୍‌ସଅପ୍ ରେ ଜନ୍ମ ପ୍ରମାଣପତ୍ରଠାରୁ ଆରମ୍ଭ କରି ଆଇନଗତ ସୁବିଧା ସବୁକିଛି ମିଳିବ ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ‘ଆମ ସାଥୀ ୟୁନି ଫାଏଡ଼ ହ୍ୱାଟ୍‌ସଅପ୍’ ର ଶୁଭାରମ୍ଭ ହୋଇଛି । ମୋବାଇଲ ହ୍ୱାଟ୍‌ସଅପ୍ ନମ୍ବରରେ ୧୩୨ ପ୍ରକାରର ସରକାରୀ ସୁବିଧା ଉପଲବ୍ଧ ହେବ। ଏଥିପାଇଁ ବିଭାଗ ପକ୍ଷରୁ ୯୪୩୭୨୯୨୦୦୦ ନମ୍ବର ଜାରି କରାଯାଇଛି ।
ଏଥିରେ ବିଭିନ୍ନ ସେବା ପାଇଁ ଆବେଦନ କରିପାରିବେ । ଏଥିରେ ଆୟ ପ୍ରମାଣପତ୍ର, ଜନ୍ମ ମୃତ୍ୟୁ ପଞ୍ଜିକରଣ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆଦି ସେବା ଗୁଡ଼ିକୁ ଉପଲବ୍ଧ ହେବ । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930