Indus Valley Times

ଓଏସଏସି ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା, କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗୀ

 Breaking News

ଓଏସଏସି ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା, କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗୀ

ଓଏସଏସି ଅଧ୍ୟକ୍ଷ ପଦରୁ ଅଭୟଙ୍କ ଇସ୍ତଫା, କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ସୁଧାକର ବୁର୍ଗୀ
May 22
17:32 2025

ଭୁବନେଶ୍ୱର, ୨୨/୫: ଓଡ଼ିଶା କର୍ମଚାରୀ ପ୍ରବଣନ ଆୟୋଗ (ଓଏସଏସି) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଶ୍ରୀ ଅଭୟ । କାର୍ଯ୍ୟକାଳ ସରିବା ପୂର୍ବରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି । ରାଜ୍ୟ ସରକାର ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ।
ତେବେ ଓଏସଏସସିର ସଦସ୍ୟ ଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସୁଧାକର ବୁର୍ଗୀ ଏହି ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ସେ ଏହି ତୁଲାଇବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୂର୍ବତନ ଆଇପିଏସ୍ ଅଭୟଙ୍କୁ ୨୦୨୨, ଏପ୍ରିଲ ୧୪ ତାରିଖରେ ଓଏସଏସସିର ଅଧ୍ୟକ୍ଷଭାବେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଥିଲେ । ତାଙ୍କର କାର‌୍ୟ୍ୟକାଳ ୫ ବର୍ଷ ଯାଏଁ ଥିଲା । ମାତ୍ର ସେ କାର‌୍ୟ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାର କାରଣ ଜଣାପଡ଼ିନାହିଁ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31