Indus Valley Times

ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଜୁଆ ଆଡ୍ଡାରେ ଚଢ଼ାଉ: ୨୬ ଜୁଆଡ଼ି ଗିରଫ, ୧୧ ଲକ୍ଷ ଟଙ୍କା ଜବତ

 Breaking News

ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଜୁଆ ଆଡ୍ଡାରେ ଚଢ଼ାଉ: ୨୬ ଜୁଆଡ଼ି ଗିରଫ, ୧୧ ଲକ୍ଷ ଟଙ୍କା ଜବତ

ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ଜୁଆ ଆଡ୍ଡାରେ ଚଢ଼ାଉ: ୨୬ ଜୁଆଡ଼ି ଗିରଫ, ୧୧ ଲକ୍ଷ ଟଙ୍କା ଜବତ
June 01
11:08 2026

ଭୁବନେଶ୍ବର, ୧/୬ : କମ୍ ପରିଶ୍ରମ କରି କୋଟିପତି ହେବାର ସ୍ବପ୍ନ ଆଜିକାଲିର ଯୁବପଢ଼ିଙ୍କର ଏକ ବଡ଼ ନିଶା। ଏଥି ପାଇଁ ସେମାନେ ସହଜ କାମକୁ ଅନୁସରଣ କରିବାକୁ ଯାଇ ବେଆଇନ କାମକୁ ଗ୍ରହଣ କରୁଛନ୍ତି। ଓଡ଼ିଶା ସୀମାରେ ସୁନ୍ଦରଗଡ଼ ପୋଲିସ ଏକ ଜୁଆଆଡ୍ଡା ଉପରେ ଚଢ଼ଉ କରିଛି। ଏହି ଚଢ଼ଉ ସମୟରେ ପୋଲିସ ୧୧ ଲକ୍ଷ ଟଙ୍କା ସମେତ ଅନ୍ୟ ସାମଗ୍ରୀ ଜବତ କରିଛି। ଏହି ମାମଲାରେ ସଂପୃକ୍ତ ୨୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଧିକାଂଶ ଛତିଶଗଡ଼ର ବାସିନ୍ଦା ହୋଇଥିବା ସୂଚନା।
ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ନିକଟ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜାମଝରିଆ ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ଜୁଆଆଡ୍ଡା ଚାଲିଥିଲା। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ସୁନ୍ଦରଗଡ଼ ପୋଲିସ ଅତର୍କିତ ‌ଭାବେ ଚଢ଼ଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରୁ ନଗଦ ୧୧ ଲକ୍ଷ ଟଙ୍କା, ୩ଟି ଦାମୀ କାର, ୯ଟି ବାଇକ ଏବଂ ୩୧ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।
ସୁନ୍ଦରଗଡ଼ ଜିଲ୍ଲା ‌ପୋଲିସ କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର ଚଢ଼ଉ ସମ୍ପର୍କରେ ସୂଚନା ଦେଇଛନ୍ତି। ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ କୌରଙ୍କ ନିର୍ଦେଶରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତା ନୂତନ ସାମଦ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର ଏହି ଚଢ଼ାଉରେ ସାମିଲ ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31