Indus Valley Times

ଓଡ଼ିଶାର ୫୮ଟି ସ୍ଥାନର ଇଂରାଜୀ ବନାନର ହେବ ସଂଶୋଧନ: କମିଟିର ସୁପାରିଶ ଉପରେ ପୁଣି ମତାମତ ଲୋଡ଼ିଲା ରାଜସ୍ୱ ବିଭାଗ

 Breaking News

ଓଡ଼ିଶାର ୫୮ଟି ସ୍ଥାନର ଇଂରାଜୀ ବନାନର ହେବ ସଂଶୋଧନ: କମିଟିର ସୁପାରିଶ ଉପରେ ପୁଣି ମତାମତ ଲୋଡ଼ିଲା ରାଜସ୍ୱ ବିଭାଗ

ଓଡ଼ିଶାର ୫୮ଟି ସ୍ଥାନର ଇଂରାଜୀ ବନାନର ହେବ ସଂଶୋଧନ: କମିଟିର ସୁପାରିଶ ଉପରେ ପୁଣି ମତାମତ ଲୋଡ଼ିଲା ରାଜସ୍ୱ ବିଭାଗ
April 22
21:13 2026

ଭୁବନେଶ୍ୱର, ୨୨/୪ : ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂରାଜୀ ବନାନ ସଂଶୋଧନ ସମ୍ବନ୍ଧରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସାର୍ବଜନୀନ ସୂଚନା ଜାରି କରାଯାଇଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟସରକାରଙ୍କ ନିଷ୍ପତ୍ତି କ୍ରମେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଓଡ଼ିଶାର ମାନ୍ୟବର ସାଂସଦବୃନ୍ଦ, ଓଡ଼ିଶା ବିଧାନସଭାର ସଚିବଙ୍କ ମାଧ୍ୟମରେ ମାନ୍ୟବର ବିଧାୟିକା/ବିଧାୟକବୃନ୍ଦ ଏବଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ପ୍ରକାଶ ଥାଉକି, ରାଜସ୍ୱ ଓ ବିପର୍ଯ୍ୟୟ ପରିାଳନା ବିଭାଗ ପକ୍ଷରୁ ପୂର୍ବ ପ୍ରକାଶିତ ସାର୍ବଜନୀନ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲା, ଜିଲ୍ଲା ସଦର ମହକୁମା, ଉପଖଣ୍ଡ, ତହସିଲ୍ ଏବଂ ବ୍ଲକଗୁଡ଼ିକର ସରକାରୀ ଭାବେ ବ୍ୟବହୃତ ଇଂରାଜୀ ନାମ ଯଦି ମୂଳ ଓଡ଼ିଆ ନାମର ଅପଭ୍ରଂଶ ହୋଇଥାଏ, ତେବେ ସେଗୁଡିକର ମୂଳ ଓଡ଼ିଆ ନାମର ପୁନରୁଦ୍ଧାର ପାଇଁ ସର୍ବସାଧାରଣ ଏବଂ ଜନପ୍ରତିନିଧିମାନଙ୍କଠାରୁ ପରାମର୍ଶ ତଥା ପ୍ରସ୍ତାବ ଆହ୍ଵାନ କରାଯାଇଥିଲାକ୍ଷ ଏହି କ୍ରମରେ ରାଜ୍ୟର ମାନ୍ୟବର ଜନପ୍ରତିନିଧିଗଣ ଏବଂ ସାଧାରଣ ନାଗରିକମାନଙ୍କଠାରୁ ଅନେକ ପ୍ରସ୍ତାବ ଓ ପରାମର୍ଶ ପ୍ରାପ୍ତ ହୋଇଛି ।
ପ୍ରାପ୍ତ ହୋଇଥିବା ସମସ୍ତ ପ୍ରସ୍ତାବ ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ପଦ୍ମଭୂଷଣ ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଦ୍ୱାରା ସମୀକ୍ଷା କରାଯାଇ ସୁପାରିଶ୍ ହୋଇଥିବା ପ୍ରସ୍ତାବଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇ ମତାମତ ଓ ପରାମର୍ଶ ଆହ୍ଵାନ କରାଯାଇଛି ।
ଉକ୍ତ ପ୍ରସ୍ତାବଗୁଡ଼ିକ ଉପରେ ଜନପ୍ରତିନିଧିମାନେ ଏବଂ ଜନସାଧାରଣ ସେମାନଙ୍କର ମତାମତ ତଥା ସୁଚିନ୍ତିତ ପରାମର୍ଶ ଏପ୍ରିଲ୍ ୨୨ ତାରିଖଠାରୁ ଏକ ମାସ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଲୋକସେବା ଭବନ, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ପତ୍ର କିମ୍ବା ଇ-ମେଲ୍ : isbdr-rev.od@od.gov.in ଅଥବା revsec.od@od.gov.in ମାଧ୍ୟମରେ ପ୍ରେରଣ କରିବାକୁ ଅନୁରୋଧ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31