Indus Valley Times

କନ୍ଧମାଳ : ଝିରିପାଣି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

 Breaking News

କନ୍ଧମାଳ : ଝିରିପାଣି ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

December 12
20:04 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୨/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳ କର୍ଜଣ୍ଡି ଜଙ୍ଗଲରେ ରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଘଟଣା ଶୁକ୍ରବାର ପ୍ରତ୍ୟୁଷ ରେ ଗ୍ରାମବାସୀ ମାନେ ଜଙ୍ଗଲ ଆଡ଼କୁ ଗଲାବେଳେ ଦେଖିବା ପରେ ବନ ବିଭାଗ କୁ ଖବର ଦେଇଥିଲେ ।
ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅସହ୍ୟ ଥଣ୍ଡା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ବିଷୟ ପ୍ରାଥମିକ ସ୍ପଷ୍ଟୀକରଣ ପ୍ରକାଶ କରିଛି । ହେଲେ ଏଯାବତ ପ୍ରକୃତ କାରଣ ଜଣା ପଡିନାହିଁ। ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ବ୍ୟବଚ୍ଛେଦ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ପରେ ଉପରିସ୍ଥ ଅଧିକାରୀ ଏବଂ ନନ୍ଦନକାନନରୁ ଡାକ୍ତରୀ ଦଳ ପଞ୍ଚିବାର ସୂଚନା ଦେଇଛନ୍ତି ବନବିଭାଗ ଅଧିକାରୀ । ଅନ୍ୟପଟେ ହାତୀଙ୍କୁ ସୁରକ୍ଷା ଦେବାରେ ବାଲିଗୁଡ଼ା ବନଖଣ୍ଡ ବିଫଳ ହେଉଥିବା ଏକ ଗୁରୁତର ଅଭିଯୋଗ ହେଉଛି ।
ହାତୀଙ୍କ ସୁରକ୍ଷା ପାଇଁ ଲକ୍ଷାଧିକ ଟଙ୍କା ଆସୁଥିଲେ ମଧ୍ୟ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉ ନ ଥିବା କୁହାଯାଉଛି। ଗତ କିଛିଦିନ ହେବ ବେଲଘର ଅଞ୍ଚଳରେ ୯ ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିଲେ ।
ବର୍ତ୍ତମାନ ସମୟରେ ସମସ୍ତ ହାତୀ ଅଞ୍ଚଳ ଛାଡ଼ି ଚାଲିଯାଇଥିବା ବେଳେ ଗୋଠ ଛଡ଼ା ହୋଇ ଏକ ଦନ୍ତାହାତୀ ରହିଯାଇଥିଲା ଏବଂ ତାହାର ମୃତ୍ୟୁ ଘଟିଥିବା ଗ୍ରାମବାସୀ ମାନେ କହୁଛନ୍ତି।
ସେପଟେ ଏହି ହାତୀ ର ମୃତ୍ୟୁ ଖବର ଗ୍ରାମବାସୀ ଙ୍କ ନିକଟରେ ପହଞ୍ଚିବା ପରେ ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ହାତୀ ନିକଟରେ ପହଞ୍ଚି ପୌରାଣିକ ମତାନୁସାରେ ଵିଧି ଅନୁଯାଇ କାନ୍ଦ ବୋବାଳି କରି ବସ୍ତ୍ର ପକାଇ ଯଥା ରୀତିନୀତି ଅନୁଯାଇ ପୂଜାର୍ଚନା କରିଥିବା ଦେଖିବାକୁ ମିଳିଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930