Indus Valley Times

ଖାକି ଡ୍ରେସରେ ମଦ୍ୟପାନ କରି ଗାଳିଗୁଜଜ ପଡ଼ିଲା ମହଙ୍ଗା

 Breaking News

ଖାକି ଡ୍ରେସରେ ମଦ୍ୟପାନ କରି ଗାଳିଗୁଜଜ ପଡ଼ିଲା ମହଙ୍ଗା

October 22
20:24 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୨/୧୦ : ସାଧାରଣ ଲୋକ ମଦ୍ୟପାନ କରି ଗାଳିଗୁଲଜ କରିବା ଆପଣମାନେ ଦେଖିଥିବେ। ଅତ୍ୟଧିକ ନିଶାରେ ନିଶାଖୋର ଲୋକଙ୍କୁ ରାସ୍ତା କଡରେ ପଡିଥିବା ଦୃଶ୍ୟ ବି ଆପଣମାନେ ଦେଖିଥିବେ।
ଏପରିକି ପୋଲିସ ପାଟ୍ରୋଲିଂ କରି ନିଶା ସେବନ କରି ଗାଡ଼ି ଚାଳନା କରୁଥିବା ଲୋକଙ୍କୁ ଧରିଥାଏ। ଯଦି ଖୋଦ୍ ପୋଲିସ ଏମିତି କାମ କରେ ତେବେ କହିବା କାହାକୁ ଖାକି ଡ୍ରେସରେ ମଦ୍ୟପାନ କରି ସର୍ବସାଧାରଣରେ ଗାଳିଗୁଲଜ କରିବା ପଡିଲା ମହଙ୍ଗା ।
ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ଼ ଏସପି ଏସ୍ ସୁଶ୍ରୀ । ସଦର ଥାନାର ଏଏସଆଇ ପ୍ରବାସ ସବର ଏବଂ କନେଷ୍ଟବଳ ପ୍ରସନ୍ନ ପ୍ରଧାନ ନିଲମ୍ବିତ ହୋଇଛନ୍ତି।
ଏହି ଦୁଇ ପୋଲିସ କର୍ମଚାରୀ ଗତ ବୁଧବାର ଦିନ ସଦରଥାନା ନିକଟ ଏକ ଦୋକାନ ଆଗରେ ନିଶା ସେବନ କରି ରାସ୍ତାରେ ଯାଉଥିବା ଲୋକଙ୍କୁ ଗାଳିଗୁଲଜ କରିଥିଲେ ।
ଏପରିକି ଅତ୍ୟଧିକ ନିଶାରେ ଜଣେ ଗାଡି ଉପରେ ଶୋଇପଡିଥିବାବେଳେ ଅନ୍ୟ ଜଣେ ଦୋକାନ ବେଞ୍ଚରେ ଶୋଇପଡିଥିଲେ ।
ଉଭୟଙ୍କ ଫଟୋ ଭାଇରାଲ୍ ହେବା ପରେ ଏସପି ଘଟଣାର ତଦନ୍ତ କରି ନିଲମ୍ବନ କରିଥିବା ଜଣାପଡିଛି । ଉଭୟ କର୍ମଚାରୀ ଆଗରୁ ବହୁବାର ନିଶାରେ ରହୁଥିବା ଅଭିଯୋଗ ହୋଇଆସୁଥିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31