Indus Valley Times

ଖୋରଧା ନୂଆ ବସଷ୍ଟାଣ୍ଡ ର ହେବ ନବକଳେବର: ପାଞ୍ଚ ମହଲା ବିଶିଷ୍ଟ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣ ହେବ

 Breaking News

ଖୋରଧା ନୂଆ ବସଷ୍ଟାଣ୍ଡ ର ହେବ ନବକଳେବର: ପାଞ୍ଚ ମହଲା ବିଶିଷ୍ଟ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣ ହେବ

ଖୋରଧା ନୂଆ ବସଷ୍ଟାଣ୍ଡ ର ହେବ ନବକଳେବର: ପାଞ୍ଚ ମହଲା ବିଶିଷ୍ଟ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣ ହେବ
June 08
10:45 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୮/୬ : ଖୋରଧା ରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥ‌ିବା ନୂଆ ବସଷ୍ଟାଣ୍ଡର ନବକଳେବର ହେବାକୁ ଯାଉଛି।
ଏଠାରେ ନିର୍ମାଣ ହେବ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ, ଯେଉଁଥିରେ ଯାତ୍ରୀମାନେ ବିମାନବନ୍ଦର ଭଳି ସୁବିଧା ପାଇବେ। ପାଞ୍ଚ ମହଲା ବିଶିଷ୍ଟ ହେବ ନୂଆ ବସଷ୍ଟାଣ୍ଡ।
ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ୧୧୭ କୋଟି ୭୭ ଲକ୍ଷ ୯୭ ହଜାର ୬୫୪ ଟଙ୍କା ମଞ୍ଜୁର କରିଥିବା ବେଳେ, ରାଜ୍ୟ ପୁଲିସ ହାଉସିଂ କର୍ପୋରେସନ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି।
ତିନିଟି ପର୍ଯ୍ୟାୟରେ କାମ ସମ୍ପନ୍ନ ହେବ ଏବଂ ଆଗାମୀ ୨ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସୂଚନା ମୁତାବକ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ଦ୍ଵାରା ୧୯୯୪ ମସିହାରେ ଉଦ୍‌ଘାଟିତ ଖୋରଧା ନୂଆ ବସଷ୍ଟାଣ୍ଡ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ଏହି ବସଷ୍ଟାଣ୍ଡ ଭିତରକୁ ଅଧୂକାଂଶ ବେସରକାରୀ ବସ୍ ନ ଆସି ଜାତୀୟ ରାଜପଥରୁ ଯାତାୟାତ କରୁଛି।
ଯାତ୍ରୀମାନେ ସ୍ବଚ୍ଛତା, ସୁରକ୍ଷା ଓ ମୌଳିକ ସୁବିଧା ଅଭାବ ଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ନୂଆ ପକଳ୍ପ ସଂହତି ରିପୋର୍ଟ ( ଡିପିଆର) ଅନୁସାରେ ସାନପଲ୍ଲା ମୌଜାର ଖାତା ନମ୍ବର-୩୮୫ ପ୍ଲଟ ନମ୍ବର-୩୧୬ ରେ ଥିବା ୪.୪୮୭ ଏକର ଜମିରେ ନିର୍ମାଣ ହେବ ଏହି ନୂତନ ଅଟଳ ବସଷ୍ଟାଣ୍ଡ ।
ବିଶାଳ ୫ ମହଲା ବିଶିଷ୍ଟ, ଯାତ୍ରୀ ପ୍ରତୀକ୍ଷାଳୟ ଏହାର ମୁଖ୍ୟ ଆକର୍ଷଣ ହେବ। ନୂଆ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ରହିବ ଆଧୁନିକ ସୁବିଧା ।
ବାତାନୁକୂଳିତ ଓ ଆରାମଦାୟକ ଅପେକ୍ଷା କକ୍ଷ, ସ୍ବଚ୍ଛ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା, ଡିଜିଟାଲ ବସ୍ ସମୟସୂଚୀ ଓ ସୂଚନା କେନ୍ଦ୍ର, ଟିକେଟ କାଉଣ୍ଟର ଓ ବାଣିଜ୍ୟିକ ଷ୍ଟଲ, ସୁଭଦ୍ରା କାଫେ ଓ ଫୁଡ୍ କୋର୍ଟ,ମା\’ ଓ ଶିଶୁଙ୍କ ପାଇଁ ସ୍ତନ୍ୟପାନ କକ୍ଷ, ଶିଶୁମାନଙ୍କ ପାଇଁ ଚାଇଲ୍ଡ-ଫ୍ରେଣ୍ଡଲି ଜୋନ, ପାର୍ସଲ ଗୋଦାମ ଓ କାର୍ଯ୍ୟାଳୟ, ଏଟିଏମ୍, ମୋବାଇଲ ଚାର୍ଜି
ପଏଣ୍ଟ ଓ ମାଗଣା ୱାଇ-ଫାଇ, ସିସିଟିଭି ଓ ଆଧୁନିକ ସୁରକ୍ଷା ବ୍ୟବସ୍ଥା, ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ ଓ ବିଶେଷ ସୁବିଧା, ପର୍ଯ୍ୟାପ୍ତ ପାର୍କିଂ ଓ ଇ-ଭେଇକିଲ ଚାର୍ଜି ବ୍ୟବସ୍ଥା, ସୌର ଶକ୍ତି ଓ ବର୍ଷାଜଳ ସଂରକ୍ଷଣ ଭଳି ପରିବେଶ ଅନୁକୂଳ ବ୍ୟବସ୍ଥା ରହିବ।
ଖୋରଧା ରେ ନିର୍ମାଣ ହେବାକୁ ଥ‌ିବା ଏହି ‘ଏ-ଟାଇପ\’ ଅଟଳ ବସଷ୍ଟାଣ୍ଡ ରାଜ୍ୟର ଅନ୍ୟତମ ବୃହତ୍ ବସ୍ ଟର୍ମିନାଲ ଭାବେ ଗଢ଼ିଉଠିବ।
ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଖୋରଧା ଜିଲ୍ଲାର ଯାତାୟାତ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031