Indus Valley Times

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 26
10:52 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୬/୭ : ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି ।
ଖୋର୍ଦ୍ଧା ଜିଲ୍ଲା ରାଜଧାନୀ ପରିସର ଭୁକ୍ତ ହୋଇ ଥିବାରୁ ଦିବସକୁ ଆକର୍ଷଣୀୟ ଭାବେ ପାଳନ କରିବା ନିମନ୍ତେ ଅଧ୍ୟକ୍ଷ ସମସ୍ତଙ୍କ ମତାମତ ଲୋଡିଥିଲେ ।
ପ୍ରତ୍ୟୁଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳରେ ରାମ ଧୁନ ପ୍ରଚାର କରାଯିବ । ପ୍ରାଥମିକ ବିଦ୍ୟାଳୟ ପିଲାମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଫ୍ୟାନ୍ସି ଡ୍ରେସ ଓ ଚିତ୍ରାଙ୍କନ, ଉଚ୍ଚ ପ୍ରାଥମିକ,ଉଚ୍ଚ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଓଡ଼ିଆ ପ୍ରବନ୍ଧ, ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ , ସାଂସ୍କୃତିକ ଦଳ ଚୟନ ପ୍ରତିଯୋଗିତା ତା ୦୯.୦୮.୨୦୨୫ ରିଖ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ, ଖୋର୍ଦ୍ଧାଙ୍କ ଦ୍ଵାରା ଅନୁଷ୍ଠିତ ହେବ ।
ସେହିପରି ମହାବିଦ୍ୟାଳୟ ସ୍ତରୀୟ ଓଡ଼ିଆ ପ୍ରବନ୍ଧ, ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ତା ୦୯.୦୮.୨୦୨୫ ରିଖ ମଧ୍ୟରେ ଅଧ୍ୟକ୍ଷ ପ୍ରାଣନାଥ ମହାବିଦ୍ୟାଳୟ ଖୋର୍ଦ୍ଧାଙ୍କ ଦ୍ଵାରା ଅନୁଷ୍ଠିତ ହେବ । ଖୋର୍ଦ୍ଧା ପୌର ପରିଷଦରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ପୌର ପରିଷଦ ପକ୍ଷରୁ ମାଲ୍ୟାର୍ପଣ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ରଙ୍ଗ ଦେବା କାର‌୍ୟ୍ୟ କରାଯିବ ।
ସେହିପରି ଜିଲ୍ଲାରେ ଥିବା ସମସ୍ତ ପୌରପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ମାଲ୍ୟାର୍ପଣ କରିବେ ।
ବ୍ଲକ୍ , ତହସିଲ ଏବଂ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ, ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ ଏବଂ ଅଧୀନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ସମୃକ୍ତ ବିଭାଗୀୟ ମୁଖ୍ୟ ମାଲ୍ୟାର୍ପଣ କରିବେ ।
ସ୍ଵାଧୀନତା ଦିବସ ଦିନ ସକାଳ ଘ ୦୭.୩୦ଟିକା ସମୟରେ ବିଭିନ୍ନ ସରକାରୀ, ବେସରକାରୀ,ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ ।
ସ୍ତରୀୟ ମୁଖ୍ୟ ଉତ୍ସଵ ବି ଜେ ବି ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ପୂର୍ବାହ୍ନ ୦୯.୧୫ ମି ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ନିଜର ବାର୍ତ୍ତା ପ୍ରଦାନ କରିବେ ।
ଅଭ୍ୟାସ ପ୍ୟାରେଡ ଅଗଷ୍ଟ ୧୧,୧୨ ତାରିଖ ଅପରାହ୍ନ ୦୩ ଘଟିକା ସମୟରେ ଏବଂ ୧୩ ତାରିଖ ସକାଳ ଘ୍ ୦୮.୦୦ଟିକା ସମୟରେ ରିଜର୍ଭ ଇନ୍ସପେକ୍ଟର, ପୋଲିସଙ୍କ ତତ୍ତ୍ଵାବଧାନରେ ବି ଜେ ବି ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ
ହେବ । ବିଭିନ୍ନ ବିଭାଗର ଅଗ୍ରଣୀ ସରକାରୀ ଯୋଜନାର ପ୍ରଜ୍ଞାପନ ମେଢ଼ ପ୍ୟାରେଡ ପଡ଼ିଆରେ ପ୍ରଦର୍ଶନ ହେବ । ସେହିପରି ସମସ୍ତ ବିଭାଗୀୟ ଅଧିକାରୀ ତଥା ପୂର୍ତ୍ତ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ , ଅଗ୍ନିଶମ ସେବା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ,ୱାଟକୋ, ପୋଲିସ ପ୍ରଶାସନ ଚଳିତ ୭୯ ତମ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ରେ ନିଜ ନିଜ ବିଭାଗୀୟ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେବାସହ ଜାତୀୟ ପତାକାକୁ ସଂଧ୍ୟା ଘ ୦୬.୦୦ଟିକା ପୂର୍ବରୁ ନିଶ୍ଚିତ ଉପଯୁକ୍ତ ସମ୍ମାନ ପୂର୍ବକ ଜାତୀୟ ପତାକା ଫ୍ଲାଗ କୋଡ ଅନୁଯାୟୀ ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସର୍ବୋପରି ଜାତି , ଧର୍ମ,ବର୍ଣ୍ଣ, ଲିଙ୍ଗ, ଭାଷା ନିର୍ବିଶେଷରେ ଭାରତର ଏକତା ଓ ଅଖଣ୍ଡତା ବଜାୟ ରଖି ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସକୁ ସାଫାଲ୍ୟ ମଣ୍ଡିତ କରିବାକୁ ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଆହ୍ଵାନ ଦେଇଥିଲେ ।
ବୈଠକରେ ସ୍ୱାଗତ ଭାଷଣ ଓ ଧନ୍ୟବାଦ୍ ଅର୍ପଣ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରଦାନ କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନାଦି ଚରଣ ସେଠୀ, ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର ମଞ୍ଚାସୀନ ଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ବିଦ୍ୟାଗତ)ଶ୍ରୀମତୀ ପ୍ରଜ୍ଞା ପାରମିତା ଜେନା,ଆଇନଜୀବୀ ସଂଘ ସଭାପତି ଜୀବନ ଜ୍ୟୋତି ମିଶ୍ର, ସର୍ଜେଣ୍ଟ ରିଜର୍ଭ ପୋଲିସ, ସୌମ୍ୟ ରଞ୍ଜନ ବରାଳ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ରଞ୍ଜନ ମିତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଗୀତାଞ୍ଜଳୀ ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ,ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ଅବକାରୀ ଅଧିକ୍ଷକ ଶ୍ରୀମତୀ ସୁମତି ତ୍ରିପାଠୀ, ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ, ଇଂ. ଶିବଲାଲ ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବି ନାରାୟଣ ସେନାପତି, ବରିଷ୍ଠ ନାଗରିକ ମଞ୍ଚ ସଭାପତି ସତ୍ୟବାଦୀ ବଳିଆର ସିଂହ,ବୁଦ୍ଧିଜୀବୀ ରଘୁନାଥ ସେଠୀ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ , ଆଇ ଆର ବି,ରାସ ବିହାରୀ ସିଂ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ,ଆଇ ଟି ବି ପି,ଅର୍ଜୁନ ସାମଲ, ଜିଲ୍ଲା କଳା ସଂସ୍କୃତି ସଂଘ ସଭାପତି କବିରାଜ ପ୍ରଧାନ ଙ୍କ ସମେତ ବିଭିନ୍ନ କାର୍ଯ୍ୟନ୍ଵୟନ ବିଭାଗୀୟ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930