Indus Valley Times

ଖୋର୍ଦ୍ଧା : ବ୍ରାଉନସୁଗାର ଜବତ, ୨ ଗିରଫ

 Breaking News

ଖୋର୍ଦ୍ଧା : ବ୍ରାଉନସୁଗାର ଜବତ, ୨ ଗିରଫ

September 12
12:05 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୨/୯ : ଖୋର୍ଦ୍ଧା ବ୍ରାଉନସୁଗାର ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି । ଏହାର ଆଖପାଖ ଅଞ୍ଚଳରେ ବେପାରୀ ଖୁଲୁମଖୁଲା ତାର ବେପାର କାୟା ମେଲେଇ ଚାଲିଛନ୍ତି।
ସହରରେ ଚଢ଼ାଉ ହେଲେ ବେପାରୀ ଗ୍ରାମ ଅଞ୍ଚଳକୁ ଚାଲିଯାଉଛନ୍ତି । ଗୁରୁବାର ସଦର ଥାନା ଅନ୍ତର୍ଗତ ରାଇରଙ୍ଗ ଅଲିସର ମୋରମ୍ ମୁଣ୍ଡିଆ ନିକଟରୁ ୨ ଜଣ ବ୍ରାଉନ୍‌ସୁଗର ବେପାରୀଙ୍କୁ ଗିରଫ କରିଛି ସ୍ଥାନୀୟ ପୁଲିସ। ଗିରଫଦ୍ବୟ ହେଲେ ସ୍ଥାନୀୟ ବଣିଆଟାଙ୍ଗୀ ଗ୍ରାମର ସୁଦୀପ୍ତ ସାମନ୍ତରାୟ (୩୫) ଓ ପ୍ରତାପ ଭଞ୍ଜ (୪୦) ।
ପୁଲିସ ସେମାନଙ୍କଠାରୁ ୨୨.୩୦ ଗ୍ରାମ୍ ବ୍ରାଉନସୁଗର ସମେତ ୨ଟି ମୋବାଇଲ୍ ଫୋନ୍, ଏକ ସ୍କୁଟି ଓ ନଗଦ ୭୫୦ ଟଙ୍କା ଜବତ କରିଛି। ଜବତ ବ୍ରାଉନ୍‌ସୁଗର ର ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସଦର ଥାନା ଅଧିକାରୀ କାହ୍ନୁଚରଣ ସ୍ବାଇଁ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ସୁଦୀପ୍ତ ତା\’ର ସହଯୋଗୀ ପ୍ରତାପ ସହ ଅଲିସର ମୋରମ ମୁଣ୍ଡିଆ ନିକଟରେ ବେପାର କରୁଥିବା ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥୁଲା ।
ସେମାନଙ୍କୁ ଧରିବା ପାଇଁ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଭାରପ୍ରାପ୍ତ ଏସ୍‌ଡିପିଓ ଅନୀଲ ମହାନ୍ତି ଓ ଥାନା ଅଧିକାରୀ କାହ୍ନୁ ଚରଣ ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ୍ ଏସ୍‌ଆଇ ଜୟନ୍ତ କୁମାର ଭଟ୍ଟଙ୍କ ନେତୃତ୍ବରେ ଉକ୍ତ ମୋରମ୍ ମୁଣ୍ଡିଆ ନିକଟରେ ଦିନ ପ୍ରାୟ ୧୧ ବେଳେ ଚଢ଼ାଉ କରିଥିଲା। ଚଢ଼ଉ ବେଳେ ପୁଲିସକୁ ଦେଖି ଅଭିଯୁକ୍ତ ମାନେ ଖସିଯିବାକୁ ଉଦ୍ୟମ କରିଥିଲେ ହେଁ ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।
ସେମାନଙ୍କଠାରୁ ବ୍ରାଉନ୍‌ସୁଗର, ନଗଦ ଟଙ୍କା, ମୋବାଇଲ୍ ଓ ସ୍କୁଟିକୁ ଜବତ କରିଥିବା ବେଳେ ଏସ୍‌ଆଇ ଶ୍ରୀ ଭଟ୍ଟଙ୍କ ଅଭିଯୋଗ କ୍ରମେ ୨୬୭/୨୫ ରେ ଏକ ମାମଲା ରୁଜୁ କରି ଗିରଫଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଏହି ଚଢ଼ଉରେ ଏସ୍‌ଆଇ ଶ୍ରୀ ଭଟ୍ଟଙ୍କ ସମେତ ଏଏସ୍‌ଆଇ ମନୋଜ ବେହେରା, ଏସ୍. ପାଟ୍ଟଶାଣୀ, ମନୋଜ ପ୍ରଧାନ, ପି.କେ.ଦେହୁରୀ ପ୍ରମୁଖ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031