Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-୨୦୨୫ ର ଶୁଭାରମ୍ଭ : ୬୫,୫୩୬ ଜଣ ଶିଶୁ’ଙ୍କୁ ଦୁଇବୁନ୍ଦା ପୋଲିଓ ଟୀକା’ର ଲକ୍ଷ୍ୟଧାର୍ଯ୍ୟ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-୨୦୨୫ ର ଶୁଭାରମ୍ଭ : ୬୫,୫୩୬ ଜଣ ଶିଶୁ’ଙ୍କୁ ଦୁଇବୁନ୍ଦା ପୋଲିଓ ଟୀକା’ର ଲକ୍ଷ୍ୟଧାର୍ଯ୍ୟ

ଗଜପତି : ଜିଲ୍ଲାସ୍ତରୀୟ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-୨୦୨୫ ର ଶୁଭାରମ୍ଭ : ୬୫,୫୩୬ ଜଣ ଶିଶୁ’ଙ୍କୁ ଦୁଇବୁନ୍ଦା ପୋଲିଓ ଟୀକା’ର ଲକ୍ଷ୍ୟଧାର୍ଯ୍ୟ
October 12
20:57 2025

ଗଗଜପତି, ୧୨/୧୦ : ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଆଜି ୧୨ ତାରିଖ ଠାରୁ ୧୪ ତାରିଖ ପର‌୍ୟ୍ୟନ୍ତ ୩ ଦିନ ଧରି ସମଗ୍ର ଗଜପତି ଜିଲ୍ଲାରେ ପଲସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ କରାଯିବ।
ସେହି କ୍ରମାନୁସାରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ପ୍ରସୂତି କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ପଲସ-ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ୨୦୨୫ ର ଶୁଭାରମ୍ଭ ହୋଇଯାଇଛି।
ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶଙ୍କର କେରକେଟା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଏକ ଶିଶୁକୁ ଦୁଇ ବୁନ୍ଦା ପଲସ ପୋଲିଓ ଦେଇ ସଚେତନତାର ବାର୍ତା ପ୍ରଦାନ କରିଥିଲେ ।
ସିଡ଼ିଏମଓ: ଡ଼ାଃ ଏମ: ମୁବାରକ ଅଲ୍ଲୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନ୍ମରୁ ୫ ବର୍ଷ ବୟସର ଶିଶୁଙ୍କ ସୁସ୍ଥ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ ଦୁଇ ବୁନ୍ଦା ପୋଲିଓ ।
ଦେଶ ପୋଲିଓ ମୁକ୍ତ ହେବା ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ ଚାଲିଛି ଏହି ପଲସ ପୋଲିଓ ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମ । ତେଣୁ ଜନ୍ମରୁ ୫ ବର୍ଷ ବୟସର ସମସ୍ତ ଶିଶୁଙ୍କୁ ଏହି ପୋଲିଓ ବୁନ୍ଦା ଖୁଆଇବା ପାଇଁ ଉପସ୍ଥିତ ପିତାମାତାଙ୍କୁ ଅନୁରୋଧ କରିଥିଲେ ।
ସେହିଭଳି ଡି:ଏମ:ଆର:ସି:ଏଚ: ଶ୍ରୀମତୀ ପ୍ରଣତି ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରି ଶିଶୁ ସୁସ୍ଥ ରହିଲେ ଦେଶର ଅଗ୍ରଗତି ହେବ , ତେଣୁ କୌଣସି ଶିଶୁ ଯେଭଳି ଏହି ପଲସ ପୋଲିଓ ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମରେ ପୋଲିଓ ବୁନ୍ଦା ଖାଇବା ବଞ୍ଚିତ ନ ହେବେ , ସେଥିପାଇଁ ଆଜି ୧୨ ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜିଲ୍ଲା ବ୍ୟାପୀ ବ୍ୟାପକ ଭାବେ ବିଭିନ୍ନ ବ୍ୟବସ୍ଥା କରାଯାଇଛି ଏବଂ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରି ସମାଜକୁ ପୋଲିଓ ମୁକ୍ତ ରଖିବାରେ ସହାୟକ ହେବ ବୋଲି କହିଥିଲେ ।
ଏହି ଅବସରରେ ଚଳିତ ପଲସ ପୋଲିଓ ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରେ ଜନ୍ମରୁ ୫ ବର୍ଷ ବୟସର ମୋଟ ୬୫ , ୫୩୬ ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟିକା ଖୁଆଇବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ଏଥିପାଇଁ ୫୭୪ ଟି ଟୀକାଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇ ସେଠାରେ ଦୁଇ ଜଣିଆ ଟୀକା ପ୍ରଦାନକରୀଙ୍କୁ ନିୟୋଜିତ କରାଯାଇଛି ।
ଏତଦ୍ ବ୍ୟତୀତ ଏଥିପାଇଁ ୨୦ ଟି ଭ୍ରାମ୍ୟମାଣ ଦଳ ଏବଂ ୩୦ ଟି ଟ୍ରାଞ୍ଜିଟ ଦଳ ନିୟୋଜିତ କରାଯାଇଛି ।
ଟୀକାକରଣ ର ପ୍ରଥମ ଦିନ ଅର୍ଥାତ ଆଜି ୧୨ ତାରିଖ ଦିନରେ ଚିହ୍ନଟ ବ୍ୟବସ୍ଥା କରା ଯାଇଥିବା ଟୀକାଦାନ କେନ୍ଦ୍ରରେ ଶିଶୁ ମାନଙ୍କ ସମୂହ ଟୀକାକରଣ କରାଯିବ ଏବଂ ପରବର୍ତ୍ତୀ ୨ ଦିନ ଧରି ଟିକା ପ୍ରଦାନକାରୀ ଦଳ ଘରକୁ ଘର ବୁଲି ପୋଲିଓ ଟିକା ନେବାରୁ ବଞ୍ଚିତ ଥିବା ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବେ ।
ଏହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ଜିଲ୍ଲା ତଥା ବ୍ଲକସ୍ତରୀୟ ଅଧିକାରୀ ମାନେ ନିୟୋଜିତ ଅଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏମଓ: ଡ଼ାଃ ଶାନ୍ତନୁ ପାଢ଼ୀ , ଏଡିଏମଓ: ଡ଼ାଃ ରବି ନାରାୟଣ ଦାସ , ଡିପିଏମ: ସରିତା ମହାପାତ୍ର , ଏପିଡେମିଓଲୋଜିଷ୍ଟ ଶ୍ରୀମତୀ ସାବିତ୍ରୀ ରାଉତ ଏଡିପିଏଚସିଓ: ଶ୍ରୀମତୀ ନୟନା ମଲ୍ଲିକ ପ୍ରମୁଖ ମଞ୍ଚାସିନ ରହି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଡିଭିଏଲଏମ: ଦୀପକ କୁମାର ପାଣିଗ୍ରାହୀ ଏବଂ ଆଇସିଏ: ଶ୍ରୀ ଶୁରେଶ କୁମାର ଜେନା ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031