Indus Valley Times

ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପନ

 Breaking News

ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପନ

ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପନ
June 05
20:14 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର , ୫/୬ : ଜିଲ୍ଲା କ୍ରୀଡା ବିଭାଗ ତରଫରୁ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ରେ ଚାଲିଥିବା ଗ୍ରୀଷ୍ମ କାଳୀନ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।
ଜିଲ୍ଲାର ୪୦ ଜଣ ଛାତ୍ର ଛାତ୍ରୀ ଏହି ଶିବିର ପାଇଁ ଚୟନିତ ହୋଇ ପ୍ରଶିକ୍ଷଣ ନେଉଥିଲେ।ଉଭୟ ସକାଳ ଏବଂ ସନ୍ଧ୍ୟା ବେଳେ ଦୁଇଟି ପର୍ଯ୍ୟାୟରେ ମଇ ପହିଲା ରୁ ଏହି ଶିବିର ଅନୁଷ୍ଠିତ ହେଉଥିଲା।
କ୍ରୀଡା ଓ ଯୁବ ସେବା ବିଭାଗ ତରଫ ରୁ ହେଉଥିବା ଏହି ଶିବିର କ୍ରୀଡା ଅଧିକାରୀ ପରାଶର ବାଗଙ୍କ ନେତୃତ୍ୱରେ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରଶିକ୍ଷିକା ରଶ୍ମିତା ଖଟୋଇ ପ୍ରଶିକ୍ଷଣ ଦେଉଥିଲେ।
ଶିବିର ଶେଷ ଦିନରେ ସମସ୍ତଙ୍କୁ ସାର୍ଟିଫିକେଟ ଦିଆ ଯାଇଥିଲା।ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଏବଂ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଏହି କାର‌୍ୟ୍ୟକ୍ରମ ରେ ଯୋଗ ଦେଇ ଉତ୍ସାହିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31