Indus Valley Times

ଘୋର ଆର୍ଥିକ ସଂକଟ ଭିତରେ ଗତି କରୁଛି ପାକିସ୍ତାନ; ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ

 Breaking News

ଘୋର ଆର୍ଥିକ ସଂକଟ ଭିତରେ ଗତି କରୁଛି ପାକିସ୍ତାନ; ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ

ଘୋର ଆର୍ଥିକ ସଂକଟ ଭିତରେ ଗତି କରୁଛି ପାକିସ୍ତାନ; ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ
January 11
09:36 2023

ଇସଲାମାବାଦ, ୧୧/୧: ପାକିସ୍ତାନର ଆର୍ଥିକ ସ୍ଥିତି ଭୁଷୁଡି ପଡିଛି । ଖାଦ୍ୟ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି । ଦୈନ ଦିନ ବ୍ୟବହାର ହେଉବା ହେଉଥିବାର ଜିନିଷର ସାଧାରଣ ଲୋକ କିଣିବା ମୁସକିଲ୍ ହୋଇପଡିଛି । ଫଳରେ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକ ପଡୁଛି ।
୨୦୨୨ରେ ପାକିସ୍ତାନ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଥିଲା। ଏହି ପ୍ରାକୃତିକ ବିପର‌୍ୟ୍ୟୟରୁ ଦେଶ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଏବେ ବର୍ଦ୍ଧିତ ମୁଦ୍ରାସ୍ଫୀତି ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି।
ପାକିସ୍ତାନରେ ପିଆଜର କେଜି ପିଛା ଦାମ ୫୦୧% ବଢ଼ିଛି। ୨୦୨୨ ଜାନୁଆରୀ ୬ରେ ପିଆଜ ଦାମ ପାକିସ୍ତାନ ମୁଦ୍ରାରେ ୩୬.୭ ଟଙ୍କା ଥିଲା। ହେଲେ ୨୦୨୩ ଜାନୁଆରୀ ୬ ବେଳକୁ ଏହାର ଦାମ ୨୨୦.୪ ଟଙ୍କା ହୋଇଯାଇଛି। ଅର୍ଥାତ ବର୍ଷକ ମଧ୍ୟରେ ପିଆଜର ଦାମ ୫୦୧.୨% ମହଙ୍ଗା ହୋଇଛି।
ଡିଜେଲ ଦାମ ୬୧% ବଢ଼ିଥିବା ବେଳେ ପେଟ୍ରୋଲ ୪୮% ମହଙ୍ଗା ହୋଇଛି। ଚାଉଳ, ଡାଲି, ଅଟା ଓ ମଇଦାର କେଜି ପିଛା ଦାମ ମଧ୍ୟ ୫୦%ରୁ ଅଧିକ ବଢ଼ିଛି। ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନବାସୀ ଚିକେନ ଦାମ ଶୁଣି ଏଥିରେ ହାତ ମାରିବାକୁ ଭୟ କରୁଛନ୍ତି। ଚିକେନ ଦାମ ପାକିସ୍ତାନ ମୁଦ୍ରାରେ କେଜି ପ୍ରତି ୨୦୧.୧ ଟଙ୍କା ଥିଲା। କିନ୍ତୁ ଏବେ ଏହା ୩୮୩.୫ ଟଙ୍କାରେ ପହଞ୍ଚିଛି।ଚିକେନ ଦାମ ୫୧.୫% ବଢ଼ିଛି।
ଡାଲି କେଜି ପ୍ରତି ୧୫୦.୭ ଟଙ୍କା ଥିବା ବେଳେ ଏବେ ୨୨୮.୪ ଟଙ୍କା, ଲୁଣ ୩୨.୯ ଟଙ୍କାରୁ ବଢ଼ି ୪୯.୧ ଟଙ୍କା, ମୁଗ ଡାଲି ୧୭୧ ଟଙ୍କାରୁ ଯାଇ ୨୫୨ ଟଙ୍କା, ବାସୁମତି ଚାଉଳ ୧୦୦.୩ ଟଙ୍କା ବଦଳରେ ୧୪୬.୬ ଟଙ୍କା ଓ କଦଳୀ ୧୨ଟାକୁ ୮୨.୨ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ଏହା ୧୧୯.୭ ଟଙ୍କାରେ ପହଞ୍ଚିଛନ୍ତି। ଏହାବାଦ ସୋରିଷ ତେଲର ଲିଟର ପିଛା ଦାମ ୩୭୪.୬ ଟଙ୍କା ବଦଳରେ ୫୩୨.୫ ଟଙ୍କା ହୋଇଛି। ଗୋଟିଏ ପ୍ୟାକେଟ ବ୍ରେଡର ଦାମ ୬୫ ଟଙ୍କାରୁ ଯାଇ ୮୯ ଟଙ୍କା ଓ କ୍ଷୀର ଲିଟର ପିଛା ୧୧୪. ୮ଟଙ୍କାରୁ ଯାଇ ୧୪୯.୭ ଟଙ୍କାରେ ବିକ୍ରି ହେଉଛି।
ମୋଟ ଉପରେ ପାକିସ୍ତାନର ମୁଦ୍ରାସ୍ଫୀତି ବର୍ଷକ ଭିତରେ ୨ ଗୁଣା ବଢ଼ିଛି। ୨୦୨୧ ଡିସେମ୍ବରରେ ଦେଶର ମୁଦ୍ରାସ୍ଫୀତି ୧୨.୩% ଥିବା ବେଳେ ୨୦୨୨ ଡିସେମ୍ବର ସୁଦ୍ଧା ଏହା ୨୪.୫%ରେ ପହଞ୍ଚିଥିବା ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ସୂଚନା ଦେଇଛି। ଖାଦ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ବଢ଼ୁଥିବାରୁ ଏହାର ପ୍ରଭାବରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି। ଖାଦ୍ୟ ମୁଦ୍ରାସ୍ଫୀତି ୨୦୨୧ ଡିସେମ୍ବରରେ ୧୧.୭% ଥିବା ବେଳେ ୨୦୨୨ ଡିସେମ୍ବର ବେଳକୁ ଏହା ୩ ଗୁଣା ବଢ଼ି ୩୨.୭% ଛୁଇଁଛି।
ପାକିସ୍ତାନ ସ୍ଥିତି ସୁଧାରିବାକୁ ଆମଦାନୀ ଉପରେ ଗୁରୁତ୍ୱ ଦେଉଛି। କିନ୍ତୁ ଦେଶର ବିଦେଶୀ ମୁଦ୍ରାପାଣ୍ଠି ମଧ୍ୟ ଶେଷ ହେବାକୁ ବସିଲାଣି। ୨୦୨୨ରେ ଶ୍ରୀଲଙ୍କାର ଯେଉଁଭଳି ଆର୍ଥିକ ସଙ୍କଟ ମଧ୍ୟକୁ ଠେଲି ହୋଇଯାଇଥିଲା, ଏବେ ପାକିସ୍ତାନ ସେହି ଦିଗରେ ଯାଉଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031