Indus Valley Times

ଛତ୍ରଙ୍ଗ ପଞ୍ଚାୟତ ବିଜୁ ଜନତାଦଳର ସାଙ୍ଗଠନିକ ସମ୍ମିଳନୀ

 Breaking News

ଛତ୍ରଙ୍ଗ ପଞ୍ଚାୟତ ବିଜୁ ଜନତାଦଳର ସାଙ୍ଗଠନିକ ସମ୍ମିଳନୀ

ଛତ୍ରଙ୍ଗ ପଞ୍ଚାୟତ ବିଜୁ ଜନତାଦଳର ସାଙ୍ଗଠନିକ ସମ୍ମିଳନୀ
October 07
20:35 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୧୦ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ପଞ୍ଚାୟତ ବିଜୁ ଜନତାଦଳର କର୍ମୀ ସମ୍ମିଳନୀ ଘୁଙ୍କୁଡ଼ି ଡ୍ୟାମ ନିକଟରେ ପଞ୍ଚାୟତ ସଭାପତି ବସନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥିଭାବେ ପୁର୍ବତନ ବାଚସ୍ପତି ତଥା ବିଜୁ ଜନତାଦଳ ସଭାପତି ପ୍ରଦୀପ କୁମାର ଅମାତଜିଲ୍ଲାପରିଷଦ ଅଧକ୍ଷା ପ୍ରଭାସିନୀ ଦାସ ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ସାହୁ ସାମାଜିକ ଗଣମାଧ୍ୟମ ସଂଯୋଜକ ଅବକାଶ ସାହୁ ବ୍ଲକ ବିଜୁ ଜନତା ଦଳ ସଭାପତି ପଙ୍କଜ ସାହୁ ଜ୍ୟୋତିରଞ୍ଜନ ସାହୁ ରବିନ୍ଦ୍ର ପ୍ରଧାନ ପୁରୁଣା କଟକ ସରପଞ୍ଚ ଅଶୋକ ସେଠି କରଞ୍ଜକଟା ସରପଞ୍ଚ ନିହାର ଘୋଷ ସୁବୋଧ ପ୍ରଧାନ ସଞ୍ଜୟ ଦେହୁରୀ ତ୍ରିବିକ୍ରମ ମହାଙ୍କୁଡ ଜ୍ୟୋତିର୍ମୟ ଦାସ ଧିରେନ ପ୍ରଧାନ ପୂର୍ବତନ ସରପଞ୍ଚ ଆନନ୍ଦ ବେହେରା ଯୋଗେନ୍ଦ୍ର ନାୟକ ହୃଦାନନ୍ଦ ଦେହୁରୀ ପ୍ରମୁଖ ଅପାରଗ ବିଜେପି ସରକାର ବିରୁଦ୍ଧରେ ପ୍ରବଳ ଜନମତ ସୃଷ୍ଟିକରି ଜନସାଧାରଙ୍କର ହକ ଅଧିକାର ପାଇଁ ଲଢେଇକୁ ତ୍ୱରାନ୍ୱିତ କରି ଓଡ଼ିଶାର ଲୋକପ୍ରିୟ ନେତା ନବୀନ ପଟନାୟକଙ୍କୁ ପୁଣିଥରେ କ୍ଷମତାସୀନ କରିବାପାଇଁ ନିବେଦନ କରିଥିଲେ ।
ଆଜିର କର୍ମୀ ସମ୍ମିଳନୀରେ ସମଗ୍ର ପଞ୍ଚାୟତରୁ ପାଞ୍ଚଶହରୁ ଉର୍ଦ୍ଧକର୍ମୀ ଯୋଗଦେଇଥିଲେ । ସାଧାରଣ ନିର୍ବାଚନ ପରେ ଏତସଂଖ୍ୟକ କର୍ମୀ ଆଜିର ବୈଠକରେ ଯୋଗଦାନ ଦଳକୁ ନୂଆ ଉତ୍ସାହ ଯୋଗାଇଥିବା ଚର୍ଚ୍ଚା ହୋଇଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031