Indus Valley Times

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଉଛି ଲୋକଙ୍କ ସରକାର: ମୋହନ

 Breaking News

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଉଛି ଲୋକଙ୍କ ସରକାର: ମୋହନ

December 26
17:30 2024

ଓଡ଼ିଶା,୨୬/୧୨ : ଛାତ୍ର ସଂସଦ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଏଥର ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ । ଆସନ୍ତା ଶିକ୍ଷା ବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । କଟକରେ ଆୟୋଜିତ ଏବିଭିପିର ୪୯ ତମ ରାଜ୍ୟ ଅଧିବେଶନରେ ଯୋଗ ଦେବା ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବିଭିପିର ସହଯୋଗରେ ଏହି ନୂଆ ସରକାର ଆସଛି ।
କଲେଜରେ ପଢିବା ସମୟରୁ ଛାତ୍ର ସଂସଦ ନିର୍ବାଚନରେ ସେ ଏବିଭିପିକୁ ଭୋଟ ଦେଇଛନ୍ତି । ପୂର୍ବ ସରକାରରେ ଯୁବପିଢୀଙ୍କୁ ଚାକିରୀ ମିଳୁନଥିଲା, ହେଲେ ବର୍ତ୍ତମାନ ସରକାର ଯୁବପିଢୀଙ୍କୁ ଗୁରୁତ୍ୱ ଦେଉଛି ।
ଆସନ୍ତା ୫ ବର୍ଷରେ ରାଜ୍ୟରେ ସାଢେ ୩ ଲକ୍ଷ ନିଯୁକ୍ତି ସୁଯୋଗ ସୁଷ୍ଟି ହେବ। ସେହିପରି ସାକ୍ଷାତକାରରେ ପକ୍ଷପାତିତା କଲେ ଦୋଷୀ ବିରୋଦ୍ଧରେ କଠୋର ଦଣ୍ଡର ବ୍ୟବସ୍ଥା ବିଜେପି ସରକାରରେ ଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ।
ଗତ ୨୪ ବର୍ଷ ଧରି ସରକାରରେ ଥିବା ବିଜେଡି ହୀନ ଚକ୍ରାନ୍ତ କରି ଛାତ୍ର ସାଂସଦ ନିର୍ବାଚନ ବନ୍ଦ କରିଦେଇଛି । ପୂର୍ବ ସରକାର ଛାତ୍ର ସଂସଦ ନିର୍ବାଚନର ଫଳାଫଳକୁ ନେଇ ଭୟଭୀତ ଥିଲା, ହେଲେ ଆସନ୍ତା ଶିକ୍ଷା-ବର୍ଷରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ନିଷ୍ପତିକୁ ସ୍ୱାଗତ କରିଛି ଏବିଭିପି । ରାଜ୍ୟର ୩୬୮ଟି କଲେଜରେ ନିର୍ବାଚନ ଫଳାଫଳ ଏବିଭିପି ସପକ୍ଷରେ ଯିବ ବୋଲି କହିଛନ୍ତି ଏବିଭିପିର ରାଜ୍ୟ ସମ୍ପାଦକ ଅରଜିତ ପଟ୍ଟନାୟକ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031