Indus Valley Times

ଜିଲ୍ଲା ପ୍ରଶାସନ ଆଦିବାସୀ ଶୋଷଣ ନୀତିକୁ ବିରୋଧକରି ଶତାଧିକ ଆଦିବାସୀ ଜିଲାପାଳ କାଯ୍ୟାଳୟ ଘେରିଲେ

 Breaking News

ଜିଲ୍ଲା ପ୍ରଶାସନ ଆଦିବାସୀ ଶୋଷଣ ନୀତିକୁ ବିରୋଧକରି ଶତାଧିକ ଆଦିବାସୀ ଜିଲାପାଳ କାଯ୍ୟାଳୟ ଘେରିଲେ

February 21
17:45 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୧/୨: ଜିଲ୍ଲାରେ ଆଦିବାସୀ ମାନଙ୍କୁ ଜିଲ୍ଲାପ୍ରଶାସନର ଶୋଷଣ ନୀତିକୁ ବିରୋଧ କରି ମୂଳନୀବାସୀ ୟୁନାଇଟେଡ଼ ଫୋରମ ଓଡିଶା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି।
ଆଦିବାସୀ ନେତାଙ୍କ କହିବା ଅନୁଯାଇ ଜିଲ୍ଲାରେ ଅଧିକାଂଶ ସମୟରେ ଆଦିବାସୀ ପରିବାର ଶୋଷଣ ହୋଇ ଆସୁଛନ୍ତି । ଆଦିବାସୀଙ୍କ ପ୍ରତି ନା ଜିଲ୍ଲାପ୍ରଶାସନର ଆନ୍ତରିକତା ରହିଛି କି ସରକାରଙ୍କ ଆନ୍ତରିକତା ରହିଛି ।
କ୍ରମାଗତ ଭାବରେ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆଦିବାସୀ ମାନେ ଅତ୍ୟାଚାର,ଅନ୍ୟାୟର ଶୋଷଣ ହେବା ସହିତ ତାଙ୍କ ଅଧିକାରରୁ ବଂଚିତ କରାଯାଉଛି। ଏହାକୁ ନେଇ ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲାର ନିଜିଗଡ଼ ତାପଙ୍ଗ ବାଘଟାଙ୍ଗୀ ଗ୍ରାମର ଭୂମିହୀନ ମାନେ ପିଡି ପିଡି ଧରି କାଜୁ ଜଙ୍ଗଲ ସୃଷ୍ଟି କରିବା ସହିତ ସେଥିରୁ ପାଉଥିବା ଅର୍ଥରେ ଆଦିବାସୀ ପରିବାର ପୋଷଣ କରି ଆସୁଥିଲେ ।
ତେବେ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ ଆଦିବାସୀ ମାନେ ସଂଖ୍ୟା ଅନୁପାତୀତ କାଜୁ ଜଙ୍ଗଲ ଜମିର ରାଜଭୋଗ ପାଉତି କାଟିବା ସହ ଖଜନା ମଧ୍ୟ ଦେଇ ଆସୁଥିଲେ। ତେବେ ଜିଲ୍ଲାପ୍ରଶାସନ ତରଫରୁ ସେହି ଆଦିବାସୀ ପରିବାରଙ୍କୁ ଅର୍ଥାତ ଭୂମିହୀନ ପରିବାରକୁ ଜମି ପଟା ପ୍ରଦାନ କରିବା ପରିବର୍ତେ ,ସେହି ଜମିରେ ପଥର ଖଣି ଖନନ ନିମନ୍ତେ ଅନୁମତି ପ୍ରଦାନ କରିଥିବା କୁ ବିରୋଧ କରିଛନ୍ତି ।
ଏହା ସହିତ ଜିଲ୍ଲାର ବହୁ ଆଦିବାସୀ ପରିବାର ଜମିହୀନ ହୋଇଥିବାରୁ ରାଜସ୍ୱ ବିଭାଗ ଆଦିବାସୀ ଗ୍ରାମ ପ୍ରଜା ମାନଙ୍କୁ ଚିହ୍ନଟ କରି କେଫର୍ମ କାଟିଥିଲେ ।
ତେବେ ଏହିପରି କ୍ଷେତ୍ରରେ ସେହି ପରିବାରକୁ ସ୍ଥାଇ ପଟ୍ଟା ପ୍ରଦାନ ନକରି ଖଣି ଖନନ ପାଇଁ ସେହି ଜମିକୁ ଲିଜ ଦେଇଥିବା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ଆଦିବାସୀ ସଂଘର ନେତା ମାନେ ପ୍ରକାଶ କରିଛନ୍ତି।
ସେହିପରି ଭାବରେ ଖୋର୍ଦ୍ଧା ନିକଟ ଦଧିମାଛଗାଡ଼ିଆ ଗ୍ରାମରେ ପୁରୁଷାନୁକ୍ରମେ ଦୁଇସହ ପରିବାର ବସବାସ କରି ଆସୁଥିବା ବେଳେ ସେମାନେ ଚାଷକରି ବଂଚୁଥିବା ଜମି ଗୁଡିକୁ ଖଣି ମାଫିଆଙ୍କ ହାତରେ ଟେକି ଦେଇଛନ୍ତି।
ତାପଙ୍ଗ ଖଣି ମାଫିଆ ସରକାରୀ ନିୟମକୁ ଉଲଂଘନ କରି ଯେଉଁପ୍ରକାର ଡିନାମାଇଟ ବିସ୍ପୋରଣ କରୁଛନ୍ତି ସେଥିରେ କେତେବେଳେ ଯେ କାହାର ଜୀବନ ଚାଲିଯିବା ତାହା ସହଜରେ କହିବା ମୁସ୍କିଲ। ଏହା ବ୍ୟତୀତ ପଥର ଫଟାଇବା ଏବଂ ଅତ୍ୟଧିକ କ୍ରସର ଏହି ଅଂଚଳ ମାନଙ୍କରେ ହୋଇଥିବାରୁ ଏହି ଅଂଚଳ ମାନଙ୍କରେ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଯାହା ଫଳରେ ଏହି ଅଂଚଳରେ ଲୋକେ ରୋଗ ଗ୍ରସ୍ତ ହେବା ସହିତ ଶଙ୍କାକୁଳ ଅବସ୍ଥାରେ ଜୀବନ ଯାପନ କରି ଆସୁଛନ୍ତି ।
ଯାହାକୁ ବିରୋଧ କରିବା ସହିତ ଗୁରୁବାର ଦିନ ଶତାଧିକ ଆଦିବାସୀ ପରିବାର ୩ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବା ଦେଖିବାକୁ ମିଳିଥିଲା।
ଏହି ଦାବି ପତ୍ରରେ ନିଜିଗଡ଼ ତାପଙ୍ଗ ଅଂଚଳର ଆଦିବାସୀ ପରିବାରବକୁ ଜୀବନ ଜୀବିକା ରକ୍ଷା କରିବା ନିମନ୍ତେ ଏବଂ କାଜୁଜଙ୍ଗଲ ସୁରକ୍ଷା ନିମନ୍ତେ ଦାବି କରିଥିବା ବେଳେ ଖୋର୍ଦ୍ଧା ଜିଲାପାଳ ଜିଲ୍ଲାର ଭୂମିହୀନ ଆଦିବାସୀ ପରିବାରକୁ ସ୍ଥାୟି ପଟ୍ଟା ପ୍ରଦାନ ଏବଂ ବିପିଏଲ ତାଲିକା ଅନୁଯାଇ ସରକାରୀ ସହାୟତା ଯୋଗାଇଦେବା ସହିତ କାଇପଦର ମୌଜାରେ ହେଉଥିବା ଡିନାମାଇଟ ବିସ୍ପୋରଣକୁ ରୋକିବା ସହିତ ସ୍ଥାନୀୟ ଅଂଚଳବାସୀଙ୍କୁ ନିରାପଦରେ ବଂଚିବା ପାଇଁ ସୁଯୋଗ ପ୍ରଦାନ କରିବା ଆଦି ଦାବି ଜଣାଇଛନ୍ତି।
ଏହି ଆନ୍ଦୋଳନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ଯୋଗ ଦେଇଥିବା ବେଳେ ଫୋରମ ରାଜ୍ୟ ଅଧକ୍ଷ ବିଦ୍ୟାଧର ଦେହୁରୀ , କାର୍ଯ୍ୟକାରୀ ଅଧକ୍ଷ ଗୌତମ ଗୋପାଳ ଉପଧାକ୍ଷ ଦେବରାଜ ନାୟକ,ଗୋଲଖ ନାୟକ,ସମ୍ପାଦକ ଅଶୋକ କୁମାର ନାୟକ, ଉପେନ୍ଦ୍ର ନାୟକ , ମଧୁରୀ ସ୍ୱାଇଁ ,ରାଉତ ନାୟକ,ଅଜିତ ପ୍ରଧାନ କମଳିନୀ ପାଟ୍ଟଶାଣୀ ,ଜୟନ୍ତୀ ନାୟକ ସମେତ ଶତାଧିକ ଅଧିବାସୀ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031