Indus Valley Times

ଜିଲ୍ଲା ବିଜେଡି ପକ୍ଷରୁ ଜୁନ ୫ ତାରିଖରେ ପ୍ରତିବାଦ ସଭା, ଖବରଦାତା ସମ୍ମିଳନୀରେ ଜଣେଇଲେ ଜିଲ୍ଲା ସଭାପତି

 Breaking News

ଜିଲ୍ଲା ବିଜେଡି ପକ୍ଷରୁ ଜୁନ ୫ ତାରିଖରେ ପ୍ରତିବାଦ ସଭା, ଖବରଦାତା ସମ୍ମିଳନୀରେ ଜଣେଇଲେ ଜିଲ୍ଲା ସଭାପତି

ଜିଲ୍ଲା ବିଜେଡି ପକ୍ଷରୁ ଜୁନ ୫ ତାରିଖରେ ପ୍ରତିବାଦ ସଭା, ଖବରଦାତା ସମ୍ମିଳନୀରେ ଜଣେଇଲେ ଜିଲ୍ଲା ସଭାପତି
June 02
20:12 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨/୬ : ରାଜ୍ୟରେ ପ୍ରତିଦିନ ହିଂସା ବୃଦ୍ଧି ପାଉଛି। ମହିଳା ଏବଂ ନାରୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବ ଦର୍ଶାଇ ନିତ୍ୟ ବ୍ୟବହାର ସାମଗ୍ରୀ ଠାରୁ ଆରମ୍ଭ କରି ବସ୍ ଭଡ଼ା ବୃଦ୍ଧି ହୋଇଛି ।
ଏତଦ୍ ବ୍ୟତୀତ ରାଜ୍ୟରେ ଦୁଇ ବର୍ଷ କରି ଗଢ଼ା ଯାଇଥିବା ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି ବୋଲି ପ୍ରମୁଖ ବିରୋଧୀ ଦଳ ବିଜେଡି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ରାଜ୍ୟ ବିଜେଡି ସଭାପତି ତଥା ବିରୋଧ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ ସଭା ଅନୁଷ୍ଠିତ ହେଉଛି ।
ଏହି ପରିପେକ୍ଷୀରେ ଖୋରଧା ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଆସନ୍ତା ଜୁନ୍ ମାସ ୫ ତାରିଖ ଦିନ ଆୟୋଜନ ହେବ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ବରିଷ୍ଠ ଉପ ସଭାପତି ଦେବୀ ରଞ୍ଜନ ମିଶ୍ର, ପ୍ରତାପ କୁମାର ଜେନା, ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ମନ୍ମଥ କୁମାର ରାଉତରାୟ, ବିଜେଡି ଛାତ୍ର ସଭାପତି ଇପିଶିତା ସାହୁ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବରିଷ୍ଠ ବିଜେଡି ମହିଳା ନେତ୍ରୀ ପ୍ରମିଳା ମଲ୍ଲିକ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ଯୁବ ବିଜେଡି ଉପ ସଭାପତି ଅଭ୍ୟକ୍ତ ହରିହର ଖାଡଙ୍ଗା, ରାଜ୍ୟ ସାଧାରଣ ସମ୍ପାଦକ ଶୁଭକାନ୍ତ ମହାପାତ୍ର , ଯୁବ ନେତା ଅମିୟ କୁମାର ମହାନ୍ତି, ବିରଞ୍ଚି ଜେନାଙ୍କ ସମେତ ଅନ୍ୟ ବିଜେଡି ନେତୃବୃନ୍ଦ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି ।
ଶ୍ରୀ ସାହୁ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ବିଜେପି ସରକାର ଅମଳରେ ରାଜ୍ୟରେ ଦରଦାମ୍ ବୃଦ୍ଧି ସହ ଅରାଜକତା, ହିଂସା ବୃଦ୍ଧି ପାଇଛି। ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ।
ଖୋରଧା ନିର୍ବାଚନ ମଣ୍ଡଳୀରେ ଗତ ଦୁଇ ବର୍ଷ ମଧ୍ୟରେ କୌଣସି ପ୍ରକାର ବିକାଶ ମୁଳକ କାର୍ଯ୍ୟ କରାଯାଇ ନାହିଁ ।
ପୂର୍ବ ବିଜେଡି ସରକାର ଅମଳରେ ମଞ୍ଜୁର ହୋଇଥିବା ଅର୍ଥ ଠିକ ଭାବରେ କାମ ହେଉନଥିବା ବେଳେ ବିଭିନ୍ନ ପ୍ରକଳ୍ପ ଚାଲିଥିବା କାର୍ଯ୍ୟରେ ବିଲ୍ ପାସ୍ ବେଳେ ପିସି କାରବାର ଚାଲୁଛି ।
ଖୋରଧା ପୌର କାର୍ଯ୍ୟାଳୟରେ ବେଆଇନ କାର୍ଯ୍ୟ ଚାଲୁଛି। ଖୋରଧା ଅଞ୍ଚଳରେ ଜୀବନ ଜୀବିକା ନିର୍ବାହ ପାଇଁ ମୁଖ୍ୟ ଭାବେ ପାହାଡ ଏବଂ କ୍ରଶର ଦିର୍ଘ ଦିନ ହେଲା ବନ୍ଦ ହୋଇ ପଡ଼ିଛି ।
ସହରକୁ ସରସ ସୁନ୍ଦର୍ କରିବା ପାଇଁ କ୍ୟାବିନ ଉଚ୍ଛେଦ କରାଯାଇଛି କିନ୍ତୁ ତାହା ମଧ୍ୟ ଠିକ ଭାବରେ ହୋଇନାହିଁ । ଖୋରଧା ର ବିଭିନ୍ନ ଚିକିତ୍ସାଳୟ ରେ ଆୟୁଷ୍ମାନ କାର୍ଡ ଠିକ୍ ଭାବେ କାର୍ଯ୍ୟକାରୀ ନ ହେବାରୁ ଅନେକ ଗରିବ ରୋଗୀ ଚିକିତ୍ସା ସୁବିଧା ପାଇ ପାରୁ ନାହାନ୍ତି ।
ଏହିଭଳି ଅନେକ ସମସ୍ୟା କୁ ନେଇ ଏକ ପ୍ରତିବାଦ ଶୋଭାଯାତ୍ରା ଆସନ୍ତା ୫ ତାରିଖ ସକାଳ ୮ ଟାରେ ସ୍ଥାନୀୟ ଗୀତା ଭବନରୁ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ନିକଟରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଖୋରଧା ବ୍ୟତୀତ, ବେଗୁନିଆ ବୋଲଗଡ, ଜଟଣୀ , ଚିଲିକା, ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି ନେତୃବୃନ୍ଦ ସହ କର୍ମୀ ଯୋଗ ଦେବେ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031