Indus Valley Times

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟ ନିର୍ବାହୀ ସଭା ଅନୁଷ୍ଠିତ

 Breaking News

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟ ନିର୍ବାହୀ ସଭା ଅନୁଷ୍ଠିତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟ ନିର୍ବାହୀ ସଭା ଅନୁଷ୍ଠିତ
February 25
10:46 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୨ : (ମଙ୍ଗଳବାର) ପୂର୍ବାହ୍ନରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରଠାରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼.ମହେନ୍ଦ୍ର କୁମାର ସାହୁ ସମସ୍ତଙ୍କୁ ସ୍ବାଗତ ଜଣାଇବା ପରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼.ସଂଘମିତ୍ରା ପଣ୍ଡା ବୈଠକରେ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଗତ ବୈଠକ ରେ ନିଆଯାଇଥିବା ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।
ଡାକ୍ତରଖାନା ପରିସରରେ ଜବରଦଖଲ ଉଚ୍ଛେଦ, ଡ୍ରେନେଜ୍ ବ୍ୟବସ୍ଥା ଓ ମରାମତି ବିଷୟ ଖୁବ୍ ଶୀଘ୍ର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା ।
ରୋଗୀମାନଙ୍କ ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ଅଧିକ ଯୋଗାଇ ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ନୂତନ ଭାବେ ନିର୍ମାଣ ହୋଇଥିବା ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ରେ ରହିଥିବା ସମସ୍ୟା ଓ ସମାଧାନ ବିଷୟରେ ସମୀକ୍ଷା ହୋଇଥିଲା ।
କୋଠା ନିର୍ମାଣ ମଞ୍ଜୁରୀ, ପରିବେଶ ଅନୁମୋଦନ ପତ୍ର, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ପରିଚାଳନା ପ୍ରମାଣପତ୍ର ହୋଇ ନ ଥିବା ଜଣାପଡ଼ିଛି ।
ଜିଲ୍ଲାପାଳ ଖୁବ୍ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେବା ସହିତ ଆସନ୍ତା ମାର୍ଚ୍ଚ ମାସରେ ଉଦ୍ଘାଟନ କରାଯିବ ବୋଲି ପ୍ରକାଶ କରିଥିଲେ । ଫିଜିଓଥେରାପିର ଆବଶ୍ୟକତାକୁ ଦେଖି ନୂତନ ଯନ୍ତ୍ରପାତୀ ବ୍ୟବସ୍ଥା ଏବା ରକ୍ତ ଭଣ୍ଡାରରେ ଆବଶ୍ୟକ ପଡ଼ୁଥିବା ସାମଗ୍ରୀ କିଣିବାକୁ ଅନୁମୋଦନ ହୋଇଥିଲା ।
ବୈଠକରେ ବିଭାଗୀୟ ସମସ୍ତ ଅଧିକାରୀ, କାର‌୍ୟ୍ୟକାରୀ ସଦସ୍ୟ ତାରେଣି ମହାପାତ୍ର, ଦେବାଶିଷ ପୁରୋହିତ, ନଟବର ଅଗ୍ରୱାଲା, ଆଶାରାଣୀ ମିଶ୍ର ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ବୈଠକ ରେ ଆଲୋଚନା ହୋଇଥିଲା । ଜିଲ୍ଳା ଲେପ୍ରୋସି କଲୋନୀ ରେ ରୋଗୀ ନ ଥିବା ଡ଼ାକ୍ତର ପଣ୍ଡା ପ୍ରକାଶ କରିଥିଲେ । କଣ୍ଟାମାଳ ବିଧାୟକ ପ୍ରତିନିଧି ଇଂ ରାକେଶ ତ୍ରିପାଠୀ, ସିଡିପିଓ ପ୍ରମୁଖ ଯୋଗଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31