Indus Valley Times

ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

 Breaking News

ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ

ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ
March 01
10:52 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧/୩ : ଭାରତ ସରକାରଙ୍କ ଖେଳ ଓ ଯୁବ ମନ୍ତ୍ରାଳୟ ସହାୟତା, ଜାତୀୟ ସେବାଯୋଜନା ଓ ମୋ ଭାରତର ମିଳିତ ସହଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଏ.ଏମ,ସି,ଏସ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଯୋଗଦେଇ ବିକଶିତ ଭାରତ ପାଇଁ ଯୁବସମାଜ ର ଭୂମିକା ଉପରେ ଆଲୋଚନା କରିଥିଲେ ।
ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ବନମାଳୀ ବେହେରା, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଷ୍ଣୁପ୍ରସାଦ ରଥ, ଅଧ୍ୟାପକ ନରେନ୍ଦ୍ର ଦିଗାଲ, ନୋଡାଲ ଅଫିସର ଅଧ୍ୟାପକ ଜ୍ଞାନ ରଞ୍ଜନ ଭୋଇ ଓ ମୋ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଅଧ୍ୟାପକ ରତନ କୁମାର ଦିଗାଳ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଜାତୀୟ ଜରୁରୀ ପରିସ୍ଥିତି ର ପଚାଶ ବର୍ଷ ପରେ ଭାରତୀୟ ଗଣତନ୍ତ୍ର ରେ ପ୍ରଭାବ ଶୀର୍ଷକ ଉପରେ ଯୁବକ, ଯୁବତୀ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପାଞ୍ଚ ଜଣ ବିଚାରକ ଜିଲ୍ଲା ର ପାଞ୍ଚ ଜଣକୁ ମନୋନୀତ କରିଥିଲେ ।
ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ଟିକାବାଲି କଲେଜର ଆଦ୍ୟାଶା ପଟ୍ଟନାୟକ, ବାଜପେୟୀ ପ୍ରଧାନ, ଜ୍ଞାନେଶ୍ୱର ସାହୁ, ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟର ଜଗମୋହନ ଚନ୍ଦ୍ର ମଲ୍ଲିକ ମାର୍ଚ୍ଚ ୧୩ ତାରିଖରେ ଓଡିଶା ଲୋକସେବା ଭବନରେ ହେବାକୁ ଥିବା ତର୍କ ପ୍ରତିଯୋଗିତାରେ ଭାଗନେବେ ବୋଲି ଜଣାପଡିଛି । ଶେଷରେ ଶ୍ରୀ ଦିଗାଳ ଧନ୍ୟବାଦ ଅର୍ପଣ କରିଥିଲେ ।
” ଲକ୍ଷପତି ଦିଦି” କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡା,୧/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଜାମଝୋର ଖେଳ ପଡିଆରେ ସିନି ସଂସ୍ଥା ପକ୍ଷରୁ ‘ଲକ୍ଷପତି ଦିଦି’ କୃଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କୋଟଗଡ ବ୍ଲକର ସୁବର୍ଣ୍ଣଗିରି, ଯୁବାଗୁଡା, ମାଦାଗୁଡା, ଜୁଡାବାଲି, କୋଟଗଡ, ଦୁର୍ଗାପଙ୍ଗା ଓ ଧରାକୋଟ ପଞ୍ଚାୟତର ଶତାଧିକ ମହିଳା ଗ୍ରୁପର ଦିଦି ମାନେ ଯୋଗ ଦେଇଥିଲେ।
ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଦେବାଶିଷ ମଲିକ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ରାଜେନ୍ଦ୍ର ସାହୁ, ଓଡିଶା ଗ୍ରାମୀଣ ବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀକାନ୍ତ ଦିଗାଳ, କୋଟଗଡ ବନବିଭାଗୀୟ ଅଧିକାରୀ ଓ ନିଗମ ଫାଉଣ୍ଡେସନ ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି କୃଷି ଓ ଆର୍ଥିକ ସ୍ୱାବଲମ୍ବନା ବିଷୟରେ ମତ ପ୍ରକାଶ କରିଥିଲେ ।
ସଂସ୍ଥା ପକ୍ଷରୁ ଅଙ୍କିତା ପ୍ରିୟଦର୍ଶନୀ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିବାବେଳେ ବ୍ଲକ ସମନ୍ୱୟକାରୀ ସୌରଭ କୁଣ୍ଡୁ ସି.ନି ସଂସ୍ଥାର କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିଲେ। ଆଞ୍ଚଳିକ ପରିଚାଳକ ଚନ୍ଦ୍ରମଣି ସାହୁ ସଭା ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବ୍ୟାଖ୍ୟା କରି ନବୀନ କୁମାର ମାଝୀ କହିଥିଲେ ଯେ, କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧିବାସୀତ ଅଞ୍ଚଳ ହେବା ସହ ଏଠାରେ ଭୌଗୋଳିକ ଓ ଅର୍ଥନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜୈବିକ ପ୍ରଣାଳୀରେ ପନିପରିବା ଚାଷ, ଛେଳି ଓ କୁକୁଡ଼ା ପାଳନ ମାଧ୍ୟମରେ ପ୍ରତ୍ୟେକ ପିଜି ଗ୍ରୁପର ଦିଦିମାନେ ବର୍ଷକୁ ଲକ୍ଷ ଟଙ୍କାରୁ ଅଧିକ ଆୟ କରିପାରିବେ। ପ୍ରତ୍ୟେକ ଗ୍ରାମ୍ୟ ସ୍ତରରେ କ୍ଷୁଦ୍ର ଚାଷୀ ଦିଦିମାନଙ୍କୁ ଉତ୍ପାଦକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରି ସି.ନି ସଂସ୍ଥା ପକ୍ଷରୁ ପ୍ରାଧାନ୍ୟ ଦିଆଯିବ ବୋଲି ଚନ୍ଦ୍ରମଣି ସାହୁ ଉଲ୍ଲେଖ କରିଥିଲେ।
ଏହି ଅବସରରେ ସି.ନି ସଂସ୍ଥାର ସହଯୋଗରେ ବିଭିନ୍ନ ପନିପରିବା ଚାଷ ଓ ପଶୁପାଳନ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ କରୁଥିବା ଚାଷୀ ଦିଦିମାନଙ୍କୁ ମାନପତ୍ର ଓ କୃଷି ସାମଗ୍ରୀ ପ୍ରଦାନ କରାଯାଇଥିଲା।
ସେଥିସହ ପାରମ୍ପରିକ କନ୍ଧ-କୁଇ ଗୀତ ଓ ମନୋରଞ୍ଜନାତ୍ମକ ନୃତ୍ୟ ପରିବେଷଣ କରାଯାଇ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରାଯାଇଥିଲା। କାର୍ଯ୍ୟକ୍ରମରେ ସି.ନି ସଂସ୍ଥା ପକ୍ଷରୁ ଜ୍ଞାନେନ୍ଦ୍ର, ଶ୍ରଦ୍ଧାଞ୍ଜଳି ମହାରଣା, ନବୀନ କୁମାର ମାଝୀ, ସାନ ଟାକ୍ରୀ, ସୁବ୍ରତ ମହାକୁଡ଼, ସ୍ମୃତି ସ୍ମରଣୀକା, ଉର୍ମିକାନ୍ତ ସହ ବିଭିନ୍ନ ପଞ୍ଚାୟତର ପ୍ରମୁଖ ଚାଷୀମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରାଯାଇ ଧନ୍ୟବାଦ ଅର୍ପଣ କରାଯାଇଥିଲା।
୧୫ କିମି ରାସ୍ତାକୁ ୧୮କୋଟିରୁ ଅଧିକ ବ୍ୟୟ : ବାରଖମା-ରେବିଙ୍ଗିଆ ରାସ୍ତା ମରଣଯନ୍ତା ପାଲଟିଛି
ବାଲିଗୁଡା,୧/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଠାରୁ ରେବିଙ୍ଗିଆ ରାସ୍ତା ଟି ଦୀର୍ଘ ଦିନ ହେଲା ମରଣଯନ୍ତା ପାଲଟି ଯାଇଛି ।
ବାରମ୍ବାର ଅଞ୍ଚଳ ବାସୀ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ ପରେ ମଧ୍ୟ ସୁଧୁରିନାହିଁ କ୍ଷ ପ୍ରକାଶ ଯେ, ବାରଖମା ଠାରୁ ରେବିଙ୍ଗିଆ ଭାୟା ସୀତାପଡି ଦୀର୍ଘ ୧୫ କିମି ରାସ୍ତାକୁ ୧୮ କୋଟିରୁ ଅଧିକ ବ୍ୟୟରେ କରାଯାଇ ପ୍ରାୟ ବର୍ଷେ ହେଲା କାମ ଆରମ୍ଭ ହୋଇଥିଲେ ହେଁ ସରିବାର ନା ଗନ୍ଧ ଧରୁନି ।
ଏହି ରାସ୍ତା ଟି ସମ୍ପୂର୍ଣ୍ଣ ତିଆରି ହୋଇଗଲେ ବାରଖମା ଓ ରେବିଙ୍ଗିଆ ପଞ୍ଚାୟତକୁ ସଂଯୋଗ କରିବା ସହ ଦୁଇ ପଞ୍ଚାୟତ ର ଶତାଧିକ ଜନସାଧାରଣ ଉପକୃତ ହୋଇପାରନ୍ତେ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।
ବାରଖମା ଓ ରେବିଙ୍ଗିଆ ଏହି ଦୁଇ ପଞ୍ଚାୟତର ସମସ୍ତ ଗ୍ରାମବାସୀ ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ ସ୍କୁଲ, କଲେଜ, ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ସମେତ କୋର୍ଟ,କଚେରୀ, ଆଦି ସମସ୍ତ ସରକାରୀ କାର୍ଯ୍ୟ ପାଇଁ ବାରଖମା ଓ ବାଲିଗୁଡା ଉପରେ ଭରସା କରୁଛନ୍ତି ।
ରାସ୍ତା ଶୋଚନୀୟ ଥିବା ଯୋଗୁଁ ଯାତାୟାତ ରେ ଅସୁବିଧା ହେବା ସହ ପ୍ରତିଦିନ ଛୋଟବଡ ଦୁର୍ଘଟଣା ମାନ ମଧ୍ୟ ଘଟୁଛି । ରାସ୍ତା କାମ କରୁଥିବା ଠିକା ସଂସ୍ଥା ଏହି ରାସ୍ତାକୁ ଖୋଳି ମରଣଯନ୍ତା କରି ପକାଇଛନ୍ତି।
ତୁରନ୍ତ କାମ ହେଉନି ଯାହା ଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏ ବାବଦରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ବୁଲୁ ପାଳ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା କାମ କରୁଥିବା ଠିକାଦାରଙ୍କୁ ତୁରନ୍ତ କାମ ଶେଷ କରିବାକୁ ବାରମ୍ବାର କୁହାଯାଉଛି ।
କିନ୍ତୁ ସେ କାମ ନକରି ବିଳମ୍ବ କରୁଛନ୍ତି । ଠିକାଦାରଙ୍କ ନିକଟକୁ ଅଧୂକାଂଶ ଥର ଚିଠି ମଧ୍ୟ କରାଯାଇଛି । ତଥାପି ଚେଷ୍ଟା ଆମେ ଚେଷ୍ଟା ଜାରୀ ରଖିଛୁ, ତୁରନ୍ତ ରାସ୍ତାକାମ ଶେଷ କରିବାକୁ । ଅନ୍ୟପଟେ ରାସ୍ତା ଶୀଘ୍ର କରାନଗଲେ ଅଞ୍ଚଳବାସୀ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ ରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ।
ଆଦିବାସୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ପାଠଚକ୍ର
ବାଲିଗୁଡା,୧/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ତରଫରୁ ଏକ ପାଠ ଚକ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ପାଠଚକ୍ର ର ବିଷୟ ବସ୍ତୁ ଥିଲା \” ପରବର୍ତ୍ତୀ ବିଶ୍ଵ ରାଜନୀତି ଓ ଏହାର ପ୍ରଭାବ ଭାରତ ବୈଦେଶିକ ନୀତି ଉପରେ \” ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାସଙ୍କ ତତ୍ଵାବଧାନରେ ରାଜନୀତି ବିଜ୍ଞାନ ବିଭାଗ ତୃତୀୟ ବର୍ଷ ଛାତ୍ର ତରୁଣ କୁମାର ମଲ୍ଲିକ ଓ ବିକ୍ରମ ମଲ୍ଲିକ ଏହି ସନ୍ଦର୍ଭ ପାଠ କରିଥିବା ବେଳେ ବିଭାଗୀୟ ଅଧ୍ୟାପିକା ଆଲିପାମା ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।
ଶୈଖିକ ଅଧିକାରୀ ତେଜେଶ୍ୱର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଜଗନ୍ନାଥ ଡାକୁଆ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିଭାଗ ର ଶତାଧିକ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।
ସରକାରୀ ଆଶ୍ରମ ବିଦ୍ୟାଳୟ,ଦଣ୍ଡପଦରର ବାର୍ଷୀକ ଉତ୍ସବ
ବାଲିଗୁଡା,୧/୩ : ସରକାରୀ ଆଶ୍ରମ ବିଦ୍ୟାଳୟ ,ଦଣ୍ଡପଦରର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷୟତ୍ରୀ ଯାଜ୍ଞସିନୀ ପରିଡାଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳନ ହୋଇଯାଇଛି ।
ଏଥିରେ ମୁଖୟ ଅତିଥୀ ଭାବେ ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା ଯୋଗଦେଇ କହିଛନ୍ତି ପିଲାଙ୍କ ପ୍ରତିଭା ଚୟନ ସହ ପିଲାଙ୍କୁ ଖୁସି ଦେବାପାଇଁ।।ଜିର ଏହି କାର୍ଯ୍ୟକ୍ରମ କରିଥିଲେ ।
ଅନ୍ୟାନ୍ୟ ଅତିଥୀ ମାନଙ୍କ ମଧ୍ୟରେ ଏନଏସି ଉପାଦକ୍ଷା ଶାନ୍ତିଲତା ନାୟକ,ବିଦ୍ୟାଳୟ ସଭାପତି ସୁକାନ୍ତ ନାୟକ,ସିଆସିସି ଗାୟତ୍ରୀ ପାଳ,ଶିକ୍ଷକ ପିତାବାସ ନାୟକ ପ୍ରମୁଖ ମଂଚାସିନ ଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଓ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଛି । ଶିକ୍ଷକ ଲକ୍ଷ୍ମିଧର ସାହୁ ମଂଚ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31