Indus Valley Times

ଜିଲ୍ଲା ସ୍ତରୀୟ”ଏକ ବୃକ୍ଷ ଧରିତ୍ରୀ ମା ପାଇଁ” ଅଭିଯାନ ଶୁଭାରମ୍ଭ

 Breaking News

ଜିଲ୍ଲା ସ୍ତରୀୟ”ଏକ ବୃକ୍ଷ ଧରିତ୍ରୀ ମା ପାଇଁ” ଅଭିଯାନ ଶୁଭାରମ୍ଭ

ଜିଲ୍ଲା ସ୍ତରୀୟ”ଏକ ବୃକ୍ଷ ଧରିତ୍ରୀ ମା ପାଇଁ” ଅଭିଯାନ ଶୁଭାରମ୍ଭ
September 17
20:47 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୭/୯ : ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଲ୍ଲା ତୋଟାପଡା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ “ଏକ ପେଡ୍ ମାଁ କେ ନାମ୍” ଯୋଜନା ଅଧୀନ “ଗୋଟିଏ ବୃକ୍ଷ ମା ଧରିତ୍ରୀ ପାଇ” ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି।
ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ପୂର୍ତ୍ତ, ଆଇନ ଓ ଅବକାରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ରୁପଶ୍ରୀରାଣୀ ଗୁମାନ ସିଂହ, ବନଖଣ୍ଡ ଅଧିକାରୀ ଖୋର୍ଦ୍ଧା ଲାଡେ ଗଜାନନ ଦୟାନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଖୋର୍ଦ୍ଧା ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା, ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ମଣ୍ଡଳ ଉନ୍ନୟନ ଅଧିକାରୀ, ଖୋର୍ଦ୍ଧା କ୍ଷୀରାଦ୍ଵୀ ତନୟା ସାହୁ, ପଲ୍ଲାତୋଟାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ମନପ୍ରିତ୍ ମହାନ୍ତି ପ୍ରମୁଖ ଯୋଗଦେଇ ଧରିତ୍ରୀ ମା ଏବଂ ସମସ୍ତ ଜୀବଜଗତ ସୁରକ୍ଷା ପାଇଁ ଗିରିଙ୍ଗା, ଜାମ୍ମୁ, କଦମ୍ବ, ଅର୍ଜୁନ ଓ ସିଶୁ ଆଦି ବୃକ୍ଷ ଚାରା ରୋପଣ କରିଥିଲେ ।
ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ,ମୁଖ୍ୟବକ୍ତା ଭାବେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ, ସମସ୍ତ ସମ୍ମାନିତ ଅତିଥି ବୃନ୍ଦ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଧାରାପୃଷ୍ଠ ସବୁଜମୟ ହେଉ କାମନା କରିଥିଲେ ।
ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ପୃଥିବୀ ପୃଷ୍ଠରେ ବୃକ୍ଷ ରୋପଣର ଯୋଜନା ଏକ ପେଡ ମାଁ କେ ନାମ୍ ଏକ ମହତ୍ ଏବଂ ଆଧ୍ୟାତ୍ମିକ ଯୋଜନା ହୋଇଥିବା ବେଳେ ଧରା ପୃଷ୍ଠକୁ ସବୁଜିମା କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷ ରୋପଣ କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ କହିଥିଲେ ବୃକ୍ଷ ହିଁ ଜୀବନ,ମା ଗର୍ଭରୁ ଆମେ ଆସିଲା ପର ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମର ବିଶୁଦ୍ଧ ଅମ୍ଳଯାନ ଆବଶ୍ୟକ ପଡିଥାଏ ।
ଆଧୁନିକରଣ ଜଗତିରେ ଆମେ ଯେତିକି ଆଗକୁ ବଢ଼ୁଛେ ସେହି ଅନୁପାତରେ ସୁସ୍ଥ ଶରୀର, ନିରାମୟ ଜୀବନ ପାଇଁ ବୃକ୍ଷ ରୋପଣ କରିବାକୁ ପଡ଼ିବ ।
ଏଣୁ ଏକ ପେଡ ମାଁ କେ ନାମ୍ ରେ ସମସ୍ତେ ନିଷ୍ଠାପର ଭାବେ ସାମିଲ ହେବାକୁ ବିଧାୟକ ପରାମର୍ଶ ଦେଇଥିଲେ । ସଭାପତି ଭାଷଣରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ସମସ୍ତ ଛାତ୍ରଛାତ୍ରୀ ମାନେ ନିଜ ଘରେ ବୃକ୍ଷ ରୋପଣ କରିବାସହ ନିଜ ପିତାମାତା ସାହି ପଡ଼ିଶାର ଜନସାଧାରଣ ମାନଙ୍କୁ ବୃକ୍ଷର ବର୍ତ୍ତମାନ ସମୟରେ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇ ମାନବ ସମାଜ ଠାରୁ ଆରମ୍ଭ କରି ସମସ୍ତ ଜୀବଜଗତ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା, ସୁସ୍ଥ ନିରୋଗୀ ଜୀବନଯାପନ ପାଇଁ ଆହ୍ଵାନ ଦେଇଥିଲେ ।
ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୁପଶ୍ରୀରାଣୀ ଗୁମାନ ସିଂହ ଏହି ଅଭିନବ ଯୋଜନା ଏକ ପେଡ ମାଁ କେ ନାମ୍ ଖୋର୍ଦ୍ଧା ଜିଲ୍ଲାକୁ ସବୁଜମୟ କରିବାକୁ ନିଶ୍ଚିତ ଭାବେ ସଫଳତା ଆଣିବ ବୋଲି ପ୍ରକାଶ କରିଥିଲେ ।
ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା, ଶ୍ରୀ ଜ୍ୟୋତି ଶଙ୍କର ସାହୁ ପ୍ରଦାନ କରିଥିବା ବେଳେ ପଲ୍ଲା ତୋଟାପଡ଼ା ସରପଞ୍ଚ ମନପ୍ରିତ୍ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି, ଯୁବ ସମାଜ, ଛାତ୍ର ସମାଜ, ବିଭାଗୀୟ ଅଧିକାରୀ ବୃନ୍ଦ, ବିଦ୍ୟାଳୟ ଛାତ୍ର ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031