Indus Valley Times

ଜୀବନ ପରୀକ୍ଷାରେ ହାରିଗଲେ ଚନ୍ଦ୍ରଶେଖର: ରାତିରେ ଭୋଜି ଖାଇଥିଲେ, ସକାଳୁ ଚାଲିଗଲେ

 Breaking News

ଜୀବନ ପରୀକ୍ଷାରେ ହାରିଗଲେ ଚନ୍ଦ୍ରଶେଖର: ରାତିରେ ଭୋଜି ଖାଇଥିଲେ, ସକାଳୁ ଚାଲିଗଲେ

February 21
10:44 2025

ସୋର,୨୧/୨ : ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ଗାଁରେ ଶୁକ୍ରବାର ସକାଳୁ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ। ହଠାତ୍ ତାଙ୍କ ପେଟ କାଟିବାକୁ ସେ ଅସୁସ୍ଥ ହୋଇ ତଳେ ପଡ଼ିଗଲେ। ସଙ୍ଗେ ସଙ୍ଗେ ତାଙ୍କୁ ସୋର ମେଡିକାଲ ନେଇଥିଲେ ପରିବାର ଲୋକେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସୂଚନାନୁସାରେ, ରାଜ୍ୟର ମୋଟ୍ ୨୯୭୯ କେନ୍ଦ୍ରରେ ୫,୧୦,୭୭୮ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୧୦୨ଟି କେନ୍ଦ୍ରରେ ୭୭୬୬ ଜଣ ଓ ମଧ୍ୟମା ପରୀକ୍ଷା ୫୨ଟି କେନ୍ଦ୍ରରେ ୩୭୯୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ତେବେ ତିନୋଟିଯାକ ପରୀକ୍ଷାର ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ୩୦ଟି ଜିଲାରେ ୩୧୪ ନୋଡାଲ କେନ୍ଦ୍ର କରାଯାଇଛି। ସେଥିମଧ୍ୟରେ ପୋଲିସ ଥାନାରେ ୨୧ଟି ନୋଡାଲ କେନ୍ଦ୍ର ଓ ବିଟ୍ ହାଉସ୍‌ରେ ଗୋଟିଏ କେନ୍ଦ୍ର କରାଯାଇଛି।
ରାଜ୍ୟର ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଯୋଗେ ବୋର୍ଡ ମୁଖ୍ୟାଳୟ ସହ ସଂଯୋଗ ରହିବ। ଏହାଦ୍ୱାରା ବୋର୍ଡ କାର‌୍ୟ୍ୟାଳୟରୁ ସିଧାସଳଖ ସେହି ପରୀକ୍ଷା କେନ୍ଦ୍ରଗୁଡ଼ିକର ପରୀକ୍ଷା ପରିଚାଳନାକୁ ନିୟନ୍ତ୍ରଣ କରାଯାଇପାରିବ। ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ବୋର୍ଡ ମୁଖ୍ୟାଳୟକୁ ସିଧାସଳଖ ପରୀକ୍ଷାକେନ୍ଦ୍ର ଓ ନୋଡାଲ କେନ୍ଦ୍ରଗୁଡ଼ିକରୁ ଆସିବା ନିମନ୍ତେ ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯାଇଛି। ଏଥିସହ ମାର୍ଚ୍ଚ ୧୯ ତାରିଖରୁ ଖାତାଦେଖା ଆରମ୍ଭ ହେବ ବୋଲି ବୋର୍ଡ ମୁଖ୍ୟାଳୟ ପକ୍ଷରୁ ଜଣାପଡିଛି।
ଚତୁଃସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା
ଶୃଙ୍ଖଳିତ ପରୀକ୍ଷା ପରିଚାଳନା ତଦାରଖ ପାଇଁ ଚତୁଃସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ସମସ୍ତ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ୭୦ଟି ଫ୍ଲାଇଂ ସ୍କ୍ବାଡ୍ ଗଠନ କରାଯାଇଛି। ବୋର୍ଡ ମୁଖ୍ୟାଳୟ ପକ୍ଷରୁ ୪୨ଟି ସ୍ବତନ୍ତ୍ର ସ୍କ୍ବାଡ୍ ପରୀକ୍ଷା ପରିଚାଳନା ଯାଞ୍ଚ କରିବ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ସ୍କ୍ବାଡ୍ ଏବଂ ପ୍ରତି ଜିଲାରେ ବିଡିଓ, ତହସିଲଦାର ଓ ଜିଲା ପ୍ରଶାସନର ଅଧିକାରୀଙ୍କୁ ନେଇ ଗଠିତ ସ୍କ୍ବାଡ୍ ପରୀକ୍ଷା ପରିଚାଳନା ତଦାରଖ ନିମନ୍ତେ ପ୍ରସ୍ତୁତ ହୋଇରହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031