Indus Valley Times

ଦଶହରା ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ୱର ପୁଲିସର ବଡ଼ ପ୍ଲାନ୍

 Breaking News

ଦଶହରା ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ୱର ପୁଲିସର ବଡ଼ ପ୍ଲାନ୍

ଦଶହରା ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ୱର ପୁଲିସର ବଡ଼ ପ୍ଲାନ୍
September 30
20:09 2026

ଭୁବନେଶ୍ୱର, ୩୦/୯ : ଦଶହରା ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ୱର ପୁଲିସର ବଡ଼ ପ୍ଲାନ୍। ପାର୍ବଣ ସମୟରେ ଭିଡ଼ର ସୁଯୋଗ ନେଇ ଚେନ୍ ଲୁଟ୍ କରୁଥିବା ଅପରାଧୀଙ୍କ ଉପରେ ରହିବ ପୁଲିସର କଡ଼ା ନଜର। ବିଶେଷକରି ଭିଡ଼ ଅଞ୍ଚଳ ଓ ପୂଜା ମଣ୍ଡପ ନିକଟରେ ସାଦା ପୋଷାକରେ ପୁଲିସ ନଜର ରଖିବ।
ଚେନ୍ ଲୁଟ୍ ରୋକିବା ନେଇ ଭୁବନେଶ୍ୱର ଡିସିପି ଡଃ ସର୍ବଣା ବିବେକ୍ ଏମ୍ ଏସିପି ଓ ଆଇଆଇସିମାନଙ୍କ ସହ ଆଲୋଚନା କରିଛନ୍ତି। ପାର୍ବଣ ପୂର୍ବରୁ ଚେନ୍ ଲୁଟ୍ ମାମଲାରେ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଭୁବନେଶ୍ୱର ୟୁପିଡି ଅଞ୍ଚଳରେ ଗତ ୮ ମାସରେ ୧୧୫ଟି ସୁନା ଚେନ୍ ଲୁଟ୍ ନେଇ ଅଭିଯୋଗ ହୋଇଛି। ତେବେ ଅଧିକାଂଶ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ଚେନ୍ ମଧ୍ୟ ଜବତ କରିଛି।
ଆଗକୁ ଦଶହରା ଓ ଅନ୍ୟ ପାର୍ବଣକୁ ନେଇ ରାଜଧାନୀରେ ଭିଡ଼ ବଢ଼ିବାକୁ ଥିବାରୁ ଚେନ୍ ଲୁଟ୍ ରୋକିବା ପାଇଁ ପୁଲିସର ନଜରଦାରୀକୁ ଆହୁରି କଡ଼ା କରାଯିବ। ଚେନ୍ ଲୁଟେରାଙ୍କୁ ଧରିବା ପାଇଁ ଆଗକୁ ମଧ୍ୟ ଅଭିଯାନ ଜାରି ରହିବ ବୋଲି ଡିସିପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930