Indus Valley Times

ଦୁର୍ଗାପୂଜା ,ରାବଣ ପୋଡ଼ି ଓ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ

 Breaking News

ଦୁର୍ଗାପୂଜା ,ରାବଣ ପୋଡ଼ି ଓ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ

September 20
20:36 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୦/୯ : ଆଜି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମା ପୌର ପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳରେ ପାଳନ ହେବାକୁ ଯାଉଥିବା ପୂଜା ପାର୍ବଣ ଯଥା ଦୁର୍ଗାପୂଜା, ରାବଣ ପୋଡ଼ି,ଗଜଲକ୍ଷ୍ମୀ ପୂଜା, କାଳୀପୂଜା, କାର୍ତିକେଶ୍ୱର ପୂଜା ଏବଂ ମେଢ଼ ବିସର୍ଜନ, ଭୋଗଲାଗି ଓ ଶୋଭାଯାତ୍ରା ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବୈଠକରେ ଅଧ୍ୟକ୍ଷ ଶ୍ରୀ ବେଉରା ଚଳିତ ବର୍ଷ ପରି ଏ ବର୍ଷ ମଧ୍ୟ ହର୍ଶୋଲ୍ଲାସରେ ଭାଇଚାରା ଭିତ୍ତିରେ ଶାନ୍ତି, ଶୃଙ୍ଖଳା ସହ କର୍ତ୍ତବ୍ୟ ଦାୟିତ୍ୱବୋଧ ନିର୍ବାହ କରି ପୂଜା ସମାପନ କରିବାକୁ ଜିଲ୍ଲାବାସୀ ଓ ସହର ବାସୀଙ୍କ କାମନା ଲୋଡିଥିଲେ ।
ବୈଠକରେ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପୂର୍ବକ ସହରରେ ଅନୁଷ୍ଠିତ ହେଉଥିବା ୯ ଗୋଟି ଦୂର୍ଗାପୂଜା କମିଟି ଓ ୩୬ ଗୋଟି ଗଜଲକ୍ଷ୍ମୀ ପୂଜା କମିଟି ଉପରେ ତଥ୍ୟ ଉପସ୍ଥାପନା କରିଥିଲେ ।
ବୈଠକରେ ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ବୈଠକରେ ସମସ୍ତ ଅତିଥି, ପୁଜାକମିଟିର ସଭାପତି,ସମ୍ପାଦକ, କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା ପରେ ଦୂର୍ଗାପୂଜା ଚଳିତ ମାସ ୨୮ ତାରିଖରୁ ଷଷ୍ଠୀ ପୂଜା ଆରମ୍ଭ ହୋଇ ଦଶହରା ଅକ୍ଟୋବର ୨ ତାରିଖ ଓ ଭସାଣି ଅକ୍ଟୋବର ୩ ତାରିଖରେ ପାଳନ କରାଯିବ ।
ସେହିପରି ରାବଣ ପୋଡ଼ି ଅକ୍ଟୋବର ୨ ତାରିଖରେ ହାବେଳୀ ପଡିଆଠାରେ ସଂଧ୍ୟା ୭ ଘଟିକାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଏବଂ ଗଜଲକ୍ଷ୍ମୀ ପୂଜା ଅକ୍ଟୋବର ୬ତାରିଖରୁ ୧୧ ତାରିଖ ଓ ୧୨ ତାରିଖରେ ଭସାଣି ପାଳନ କରାଯିବା ।
ପରିବା ମାର୍କେଟ ପୂଜା କମିଟି ଅନ୍ୟ ୨ଗୋଟି ପୂଜା କମିଟି ସହ ମିଶି ଚଳିତ ବର୍ଷ ପୂଜା ପାଳନ କରିବେ ବୋଲି ସୂଚନା ଦେଇଥିଲେ ।
ତଳସାହି ଓ ମାଛ ମାର୍କେଟ ପୂଜା କମିଟି ଅକ୍ଟୋବର ୫ ତାରିଖରେ ଭସାଣି ପାଳନ କରିବେ । ସମସ୍ତ ପୂଜା ପାଳନ ପରିପ୍ରେକ୍ଷୀରେ ଉପଳିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ କିଶୋର କୁମାର ପଣ୍ଡା ଆସନ୍ତା ୨୫ ଓ ୨୬ ତାରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁମତି ପ୍ରଦାନ କରିବେ ।
ପୂଜା ପାଳନ ଆଗରୁ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ, ଅଗ୍ନିଶମ ସେବା, ପୌର ପ୍ରଶାସନ, ପୂର୍ତ୍ତ, ବିଜୁଳି ସ୍ୱାସ୍ଥ୍ୟ ବିଭାଗଙ୍କୁ ନେଇ ଏକ କମିଟି ଗଠନ କରାଗଲା ଯେଉଁ ମାନେ ସମସ୍ତ ପୂଜା କମିଟି ଅଞ୍ଚଳ ପରିଦର୍ଶନ କରି ସମସ୍ତ ସେବା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି ଜିଲ୍ଲାପାଳଙ୍କୁ ଜଣାଇବେ ।
ବିଜୁଳି ଯୋଗାଣ ତାର ଝୁଲିବା, କେବୁଲ ଅପରେଟର ମାନଙ୍କ ତାର ଖୋଲିବା, ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ କଟକଣା ଓ ଏକମୁଖିରାସ୍ତା ପ୍ରଚଳନ, ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ୪ ଚକିଆ ଯାନ ପୂଜା ମଣ୍ଡପ ରାସ୍ତାରେ ଯାଇପାରିବେ ନାହିଁ ବୋଲି ବୈଠକରେ ଅଧ୍ୟକ୍ଷ ସୂଚନା ଦେଇଥିଲେ ।
କେବୁଲ୍ ଅପରେଟର ମାନଙ୍କୁ ରାସ୍ତାରେ ଝୁଲୁଥିବା ତାର ଅପସାରଣ ନିମନ୍ତେ ନିର୍ବାହୀ ଅଧିକାରୀ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରତ୍ୟେକ ପୂଜା ମଣ୍ଡପରେ ଗୋଟିଏ ସାଉଣ୍ଡ ବକ୍ସ ରଖିବାକୁ ଏବଂ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁଯାୟୀ ୬୫ ଡେସିବଲରୁ କମ ସାଉଣ୍ଡ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବିଶେଷ ଭାବେ ପାରମ୍ପାରିକ ନୃତ୍ୟଗୀତ ଘଣ୍ଟ ଘଣ୍ଟା ମୃଦଙ୍ଗ, ଝାଞ୍ଜ ଇତ୍ୟାଦି ଭସାଣିରେ ବ୍ୟବହାର କରିବାକୁ ଉପଜିଲ୍ଲାପାଳ ଶ୍ରୀ କିଶୋର କୁମାର ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି ।
ରାବଣ ପୋଡ଼ି ସମୟରେ ଅଗ୍ନିଶମ ସେବା ବିଭାଗ, ଆମ୍ବୁଲାନ୍ସ ସେବା, ଭ୍ରାମ୍ୟମାଣ ପ୍ରାଥମିକ ଚିକିତ୍ସା ଯାନ, ସଫେଇ, ବାରିକେଡିଂ, ବିଜୁଳି ଆଲୋକ, ପାନୀୟ ଜଳ ଟ୍ୟାଙ୍କର ସେବା ଯୋଗାଇ ଦେବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମୋଚି ସାହି, ପୋଷ୍ଟ ଅଫିସ ଲେନ୍ ବିଜୁଳି ଖୁଣ୍ଟି ଉଠିବା ଦିଗରେ ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା ପ୍ରସ୍ତାବ ଦେଇଥିବା ବେଳେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ଙ୍କ ପ୍ରତିନିଧି ଶ୍ରୀ ନିକୁଞ୍ଜ ପଟ୍ଟନାୟକ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରି ଖୋର୍ଦ୍ଧା ସହରର ଗୌରବ ବଜାୟ ରଖିବାକୁ ସମସ୍ତ ପୂଜା କମିଟି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ବକ୍ତବ୍ୟ ରଖିଥିଲେ ।
ଗଜଲକ୍ଷ୍ମୀ ପୂଜା ଭସାଣି ପାଇଁ ଅକ୍ଟୋବର ୪ ଓ ୫ ତାରିଖରେ ଉପ ଜିଲ୍ଲାପାଳଙ୍କ ଠାରୁ ଲାଉଡ ସ୍ପିକର, ଅଗ୍ନିଶମ ସେବା ଓ ବିଜୁଳି ଆଲୋକର ପୂଜା କମିଟି ମାନେ ଅନୁମତି ନେବେ।
ତୋରଣ ନିର୍ମାଣର ପୂଜା କମିଟି ମାନେ ଅନୁମତି ନେବେ। ଗାଈ ଗୋରୁ ମାନଙ୍କୁ ରାସ୍ତାରୁ ସ୍ଥାନାନ୍ତରଣ, କେବୁଲ ତାର ରାସ୍ତାରୁ ଉଠାଇବା ନିମନ୍ତେ ଡ଼ାକବାଜି ଯନ୍ତ୍ରରେ ପୌର ନିର୍ବାହୀ ଅଧିକାରୀ ପ୍ରଚାର କରିବା ନିମନ୍ତେ ପଦକ୍ଷେପ ନେବେ ।
ଗୀତା ଭବନ ଠାରେ ଯାନ ବାହନ ରଖିବା ପାଇଁ ବାରିକେଡ କରାଯିବ ସେହିଁପରି ପୂଜା ଓ ଭସାଣି ସମୟରେ ମାଦକ ଦ୍ରବ୍ୟ ବନ୍ଦ ହେବ । ଖାଦ୍ୟ ସୁରକ୍ଷା ଅଧିକାରୀ ଦୈନନ୍ଦିନ ଖାଦ୍ୟ ଯାଞ୍ଚ କରିବେ । ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ କଣ୍ଟ୍ରୋଲ ରୁମ, ସମସ୍ତ ପୂଜା କମିଟି ସଭାପତି/ସଂପାଦକଙ୍କ ମୋବାଇଲ ନମ୍ବର ରଖିବା, ପ୍ରତ୍ୟେକ ପୂଜା କମିଟି ସ୍ବଚ୍ଛତା ନିମନ୍ତେ ଓ ପୂଜା ମଣ୍ଡପରେ ସୁଚାରୁ କାର‌୍ୟ୍ୟ ସମ୍ପାଦନ ନିମନ୍ତେ ୫ ଜଣ ସ୍ବେଛାସେବୀ ନିଯୁକ୍ତ କରିବା, ଅଗ୍ନି ନିର୍ବାପକ ଯନ୍ତ୍ର ରଖିବା, ଡଷ୍ଟବିନ ରଖିବା, ପୂଜା ସମୟରେ ଭାରିଯାନ ଚଳାଚଳ ବନ୍ଦ ରଖିବା, ମେଢ଼ ବିସର୍ଜନ ପାଇଁ ପୌରପରିଷଦ ପକ୍ଷରୁ ୭ ଗୋଟି ଅସ୍ଥାୟୀ ପୁଷ୍କରିଣୀ ନିର୍ମାଣ, ନିଶାମୁକ୍ତ ଓ ପଲିଥିନ ମୁକ୍ତ ପୂଜା ଓ ଭସାଣି ପାଳନ ଓ ସଠିକ୍ ସମୟରେ ପ୍ରଶାସନ ସମୟାନୁଶାରେ ସମସ୍ତ ମେଢ଼ ପୂଜା ମଣ୍ଡପ ଛାଡ଼ିବା ଓ ଭସାଣି ସମାପନ କରି ଖୋର୍ଦ୍ଧା ସହରର ଏହି ପବିତ୍ର ପାଇକ ମାଟିରେ ଦୂର୍ଗାପୂଜା, ରାବଣ ପୋଡ଼ି, ଗଜଲକ୍ଷ୍ମୀ ପୂଜା ଶାନ୍ତି ଶୃଙ୍ଖଳା ଓ ସାଂସ୍କୃତିକ ଭାତୃତ୍ୱପୂର୍ଣ୍ଣ ସହଭାଗିତାରେ ପ୍ରଶାସନର ସମସ୍ତ ନିର୍ଦ୍ଦେଶ ମାନି ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ସହଯୋଗ
ଲୋଡିଥିଲେ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି ଯୋଗଦେଇ ମା\’ ଙ୍କ ପର୍ବକୁ ସମସ୍ତେ ସଫଳ ଭାବେ ପାଳନ କରିବା ନିମନ୍ତେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।
ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଡି ଏସ ପି ,ଡି ଆଇ ବି,ଶ୍ରୀ ଅନିଲ କୁମାର ମହାନ୍ତି, ପୌର ନିର୍ବାହୀ ଅଧିକାରୀ ରିଜ୍ଵାନ କକ୍ବାବ,ଖୋର୍ଦ୍ଧା ମଡେଲ ଥାନା ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ ନାୟକ, ଇଣ୍ଡଷ୍ଟ୍ରିଆଲ ଥାନା ଭାରାପ୍ରାପ୍ତ ଅଧିକାରୀ ଜୟ ସିଂହ, ଅତିରିକ୍ତ ତହସିଲଦାର, ଖୋର୍ଦ୍ଧା, ପଙ୍କଜବାସିନୀ ଭଞ୍ଜଦେଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଏସଡିଓ, ପୂର୍ତ୍ତ ଖୋର୍ଦ୍ଧା, ସରୋଜ କୁମାର ମିଶ୍ର ଯୋଗ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଅଗ୍ନିଶମସେବା ଅଧିକାରୀ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ସମସ୍ତ ପୂଜା କମିଟି ସଭାପତି, ସମ୍ପାଦକ, କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031