Indus Valley Times

ନବ ଦାସ ହତ୍ୟା ମାମଲା, ବିବାଦରେ ସାକ୍ଷୀଙ୍କ ସାର୍ଟର ରଙ୍ଗ

 Breaking News

ନବ ଦାସ ହତ୍ୟା ମାମଲା, ବିବାଦରେ ସାକ୍ଷୀଙ୍କ ସାର୍ଟର ରଙ୍ଗ

ନବ ଦାସ ହତ୍ୟା ମାମଲା, ବିବାଦରେ ସାକ୍ଷୀଙ୍କ ସାର୍ଟର ରଙ୍ଗ
January 20
12:06 2025

ଝାରସୁଗୁଡ଼ା , ୨୦/୧ : ୨୦୨୩ର ସବୁଠାରୁ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କେତେବେଳେ ତଦନ୍ତ ରିପୋର୍ଟରେ ନବଦାସଙ୍କୁ ମରା ଯାଇଥିବା ଗୁଳିର ହିସାବ ମିଳୁନି ତ ଆଉ କେତେବେଳେ ଜବତ ସାମଗ୍ରୀ ତାଲିକାରେ ତାଙ୍କର ସାର୍ଟ ଗାଏବ୍ । ଏବେ ପୁଣି ଏକ ନୂଆ ପ୍ରସଙ୍ଗ ସାମ୍ନାକୁ ଆସିଛି । ମାମଲାର ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳିଯାଇଥିବା ଦେଖିବାକୁ ମିଳିଛି ।
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଜବତ ପ୍ରପର୍ଟି ତାଲିକାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଘଟଣାର ମୁଖ୍ୟ ସାକ୍ଷୀ ଥିବା ଶୁଭେନ୍ଦୁ ପଟ୍ଟନାୟକଙ୍କ ସାର୍ଟର ରଙ୍ଗ ବଦଳିଯାଇଥିବା ଦେଖାଯାଇଛି ।
ନବ ଦାସଙ୍କୁ ଘଟଣା ସ୍ଥଳରେ ଧରି ନେଇଥିବା ବ୍ୟକ୍ତି ତଥା ଘଟଣା ମୁଖ୍ୟ ସାକ୍ଷୀଙ୍କ ସାର୍ଟ ରଙ୍ଗ ହଳଦିଆରୁ ଧଳା ହୋଇଯାଇଥିବା ନେଇ କ୍ରାଇମବ୍ରାଞ୍ଚ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ମୁଖ୍ୟ ସାକ୍ଷୀ ଧଳା ସାର୍ଟ ପିନ୍ଧି ଥିବା ନେଇ କ୍ରାଇମବ୍ରାଞ୍ଚ ରିପୋର୍ଟରେ ଉଲ୍ଲେଖ କରିଛି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହା ଏକ ତ୍ରୁଟି ନା ଜାଣିଶୁଣି ଏପରି କରାଯାଇଛି ତାହା ଏବେ ବଡ଼ ପ୍ରଶ୍ନ ।
ଅନ୍ୟପକ୍ଷରେ ନବଙ୍କ ରକ୍ତ ଭିଜା ସାର୍ଟକୁ ଭୁବନେଶ୍ୱରରେ ଚିକିତ୍ସା ହୋଇଥିବା ଏକ ହସ୍ପିଟାଲରେ ପୋଡ଼ି ଦିଆଯାଇଥିବା ନେଇ ସୂଚନା ମିଳିଛି । କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି ନେଇ କ୍ରାଇମ୍‌ବ୍ରାଞ୍ଚ ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ରେକର୍ଡ କରାଯାଇଥିବା ବୟାନକୁ କୋର୍ଟରେ ଦାଖଲ କରାଯାଇଛି ।
ଅନ୍ୟପକ୍ଷରେ ଗୋପାଳଙ୍କ ଓକିଲ ପୂର୍ବରୁ କହିଥିଲେ ଯେ ଗୋପାଳ ଦାସଙ୍କ ଓକିଲଙ୍କ କହିବା ମୁତାବକ, ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା ।
ଫାଙ୍କା ଗୁଳିର ଖୋକା ଓ ଅକାମୀ ଗୁଳି ମିଳିଥିବା ରିପୋର୍ଟରେ ଦର୍ଶାଯାଇଥିବାବେଳେ ନବ ଦାସଙ୍କ ଛାତିରେ ବାଜି ଥିବା ଗୁଳି କିମ୍ବା ଉକ୍ତ ଗୁଳିର ଖୋକା ମିଳି ନ ଥିବା ଗୋପାଳର ଓକିଲ କହିଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗ ଗାଡ଼ିରେ ୫ଟି ଗନ୍ ସଟ୍ ହୋଲ୍ ଅର୍ଥାତ୍ ଗୁଳି ବାଜି କଣା ହୋଇଯାଇଥିବା ଦେଖାଯାଇଥିଲା ।
କାରର ବାମ ପାର୍ଶ୍ଵରେ ଏହି ୫ଟି ଯାକ ଗୁଳି ବାଜିଥିଲେ ହେଁ ଏହି ଗୁଳିଗୁଡ଼ିକ କୁଆଡ଼େ ଗଲା ଓ ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ନିଜ ରିପୋର୍ଟରେ କୌଣସି ତଥ୍ୟ ପ୍ରଦାନ କରି ନ ଥିବା ଗୋପାଳର ଓକିଲ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031