Indus Valley Times

ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

 Breaking News

ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ
September 01
11:11 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧/୯ : ରବିବାର ପୂର୍ବାହ୍ନରେ ଖୋର୍ଦ୍ଧା ପୌର ପରିଷଦ ଆନୁକୁଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି ।
ସପ୍ତାହ ବ୍ୟାପୀ ଦିବସ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳକୁ ସ୍ବଚ୍ଛ, ନିର୍ମଳ ଓ ଅନେକ ସୁଦୂର ପ୍ରସାରି ଯୋଜନାର ଡି ପି ଆର ପ୍ରସ୍ତୁତ ହୋଇଥିବାବେଳେ ରବିବାର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ପାଳନ ଉପଲକ୍ଷେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ କାର‌୍ୟ୍ୟକ୍ରମ ପୌରପରିଷଦ ନିର୍ବାହୀ ଅଧିକାରୀ ରିଜ୍ୱାନ୍ କଅକବଙ୍କ ଅଧ୍ୟକ୍ଷତାରେ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ଖୋର୍ଦ୍ଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସାଧାରଣ ସଭାକୁ ଉଦଘାଟନ କରିଥିଲେ ।
ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଖୋର୍ଦ୍ଧା ସହରର ସମସ୍ତଙ୍କ ମୁହଁରେ ହସ ଫୁଟାଇବା ଆମର ସଂକଳ୍ପ କ୍ଷ ବର୍ତ୍ତମାନ ଆମେ ନିଜ ଦାୟିତ୍ବ ଓ କର୍ତ୍ତବ୍ୟ ପ୍ରତି ଯତ୍ନବାନ ହୋଇ ମୋ ସହର ପାଇଁ ମୋର ଦାୟିତ୍ବ ନିର୍ବାହ କରିବାକୁ ଅଛି । ପ୍ରକୃତିକୁ ସୁରକ୍ଷା ଦେବା ଏବଂ ପ୍ରକୃତି ପାଇଁ କିଛି କରିବାର ଅଛି ।
ପ୍ରତ୍ୟେକ ବ୍ୟକ୍ତି ସ୍ବଚ୍ଛତା ଓ କର୍ତ୍ତବ୍ୟ ସମ୍ପାଦନ କଲେ ଘର, ଦାଣ୍ଡ, ଦୁଆର ସ୍ବର୍ଗ ପାଲଟିଯିବ ବୋଲି ଶ୍ରୀ ଜଗଦେବ ଆହ୍ଵାନ ଦେଇଥିଲେ । ସେ ଆହୁରି କହିଥିଲେ ନବନିର୍ମାଣର ଯୁଗ ଖୋର୍ଦ୍ଧାରେ ଆରମ୍ଭ ହୋଇଛି । ଦୃତ ବିକାଶ ପଥରେ ଖୋର୍ଦ୍ଧା ପୌର ପରିଷଦ ।
ଖୋର୍ଦ୍ଧା ପୌର ପରିଷଦର ପ୍ରତ୍ୟେକ କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ, ଅର୍ଥନୈତିକ ଓ ସାମାଜିକ ବିକାଶ କାର‌୍ୟ୍ୟ ଚାଲୁରହିଛି ଯାହା ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଅଂଶ ହେବ ।
ରବିବାର ୬୬ ତମ ଖୋର୍ଦ୍ଧା ପୌର ପରିଷଦର ଜନ୍ମ ଦିବସରେ ଆମେ ସମସ୍ତେ ସଂକଳ୍ପ ନେଇ ଖୋର୍ଦ୍ଧାକୁ ସରସ ସୁନ୍ଦର ଓ ଆକର୍ଷଣୀୟ କରି ଖୋର୍ଦ୍ଧା ପାଇକ ମାଟିର ବିରତ୍ଵଗାଥା କୁ ଉଜ୍ଜବିତ କରିବାକୁ ଆହ୍ଵାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଶଦ ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଦିଲ୍ଲୀପ କୁମାର ହୋତା ଯୋଗଦେଇ କହିଲେ ଖୋର୍ଦ୍ଧା ପୌର ପରିଷଦର ଦୋକାନ ଓ କେବିନ୍ ବଡ଼ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହେବ । ପୌର ପରିଷଦର ଜନ୍ମ ଦିନକୁ ଆମେ ସ୍ୱାୟତ୍ତ ଶାସନ ଦିବସ ଭାବେ ପାଳନ କରୁଛେ ।
ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଏବଂ ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ କଠିନ ପରିଶ୍ରମରେ ଖୋର୍ଦ୍ଧା ପୌର ପରିଷଦ ଦୃତ ବିକାଶ ପଥରେ ଆଗେଇ ଚାଲିଛି ।
ରାସ୍ତା ଘାଟ, ନାଳ ନର୍ଦ୍ଦମା , ପରିମଳ ଓ ସ୍ବଚ୍ଛତା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ସମସ୍ତଙ୍କ ସହଯୋଗ ରହିଲେ ପ୍ରତ୍ୟେକ ୱାର୍ଡ ସର୍ଭେ କରି ଯେଉଁ ୱାର୍ଡରେ ଯାହା ଆବଶ୍ୟକ ଅଛି ତାହା ତୁରନ୍ତ ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ ।
ପ୍ରାରମ୍ଭରେ ନିର୍ବାହୀ ଅଧିକାରୀ, ଖୋର୍ଦ୍ଧା ପୌର ପରିଷଦ ରୀଜ୍ୱାନା କଅକବ ସ୍ୱାଗତ ଭାଷଣ ଓ ଦିବସ ପାଳନର ଆଭିମୁଖ୍ୟ ଓ ଉଦେଶ୍ୟ ସମ୍ଵନ୍ଧରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପୌର ପରିଷଦ ନିର୍ବାହୀ ଅଧିକାରୀ ରୀଜ୍ଵାନା କଅକବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀ ସୌର‌୍ୟ୍ୟ ରଞ୍ଜନ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରିଥିଲେ। ସେହିପରି ପୌର ପରିଷଦର ଶ୍ରୀ ସବ୍ୟସାଚୀ ନାୟକଙ୍କ ସମେତ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ସେବା ଯୋଗାଇ ଦେଇଥିବା କର୍ମଚାରୀ,ଏବଂ ପୌର ପରିଷଦ ବର୍ଗ ଓ କର୍ମଚାରୀ ମାନଙ୍କୁ ସମ୍ମାନୀତ କରିଥିଲେ। ସାଧାରଣ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ପୌର ପରିଷଦ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି,ଜନ ପ୍ରତିନିଧି, ସମସ୍ତ ୱାର୍ଡ କାଉନସିଲର, ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ ।
ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଙ୍କ ଖୋର୍ଦ୍ଧା ପୌର ପରିଷଦରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ସଂକଳ୍ପ ପତ୍ର ବଣ୍ଟନ କରାଯାଇଥିଲା ।
ଆଭାଷିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ୩ ନମ୍ୱର୍ ଜେମାଦେଇ ୱାର୍ଡରେ ମଲ୍ଟି ପର୍ପସ ହଲ୍ ଏବଂ ୪ ନମ୍ୱର୍ ଗଡଖୋର୍ଧାରେ ମଲ୍ଟି ପର୍ପସ ହଲ୍ ଲୋକାର୍ପଣ କରିଥିଲେ ।
ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଅପରାହ୍ନରେ ଖୋର୍ଦ୍ଧା ପୌର ପରିଷଦ ଅଧୀନ ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଓ ଉଦଘାଟନ କରିଥିଲେ । ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031