Indus Valley Times

ନୂଆସାହି ପ୍ରବୀଣା ସାହୁ ମୃତ୍ୟୁ ମାମଲା, କଂଗ୍ରେସର ପ୍ରେସ୍ ମିଟ ପରେ ପ୍ରେସ୍ ଇସ୍ତାହାର ଦେଲେ ମୃତକଙ୍କ ସ୍ବାମୀ

 Breaking News

ନୂଆସାହି ପ୍ରବୀଣା ସାହୁ ମୃତ୍ୟୁ ମାମଲା, କଂଗ୍ରେସର ପ୍ରେସ୍ ମିଟ ପରେ ପ୍ରେସ୍ ଇସ୍ତାହାର ଦେଲେ ମୃତକଙ୍କ ସ୍ବାମୀ

ନୂଆସାହି ପ୍ରବୀଣା ସାହୁ ମୃତ୍ୟୁ ମାମଲା, କଂଗ୍ରେସର ପ୍ରେସ୍ ମିଟ ପରେ ପ୍ରେସ୍ ଇସ୍ତାହାର ଦେଲେ ମୃତକଙ୍କ ସ୍ବାମୀ
June 17
13:29 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୭/୬ : ବୌଦ୍ଧ ସହର ନୂଆସାହି ପ୍ରବୀଣା ସାହୁ ଆତ୍ମହତ୍ୟା ମାମଲାରେ ଜିଲ୍ଲା କଂଗ୍ରେସର ପ୍ରେସ୍ ମିଟ ପରେ ପ୍ରେସ୍ ଇସ୍ତାହାର ଜାରି କରିଛନ୍ତି ମୃତ ପ୍ରବୀଣା ସାହୁଙ୍କ ସ୍ବାମୀ ଅଜିତ କୁମାର ସାହୁ ।
ଗତକାଲି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପ୍ରବୀଣା ସାହୁଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ପ୍ରବୀନାଙ୍କ ବାପା ଅଭିଯୋଗ କରିବା ସତ୍ବେ ପୋଲିସ୍ ଆତ୍ମହତ୍ୟା ମାମଲା କରିଥିବା କଂଗ୍ରେସ ତରଫରୁ ଅଭିଯୋଗ କରା ଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଅବଦୁଲ କଲିମ୍ ଖାଁଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ପ୍ରେସ୍ ମିଟରେ ପୂର୍ବତନ ବିଧାୟକ ସୁଜିତ କୁମାର ପାଢୀ ଓ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ମୃତ ପ୍ରବୀଣାଙ୍କ ପିତା ନିଶାମଣି ସାହୁ ବୌଦ୍ଧ ଥାନାରେ ତା ୧୮.୩.୨୦୨୬ ରେ ଦେଇଥିବା ଅଭିଯୋଗ ଆଧାରରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
ଏକ ସୁପରିକଳ୍ପିତ ବଧୂ ହତ୍ୟାକୁ ପୋଲିସ ଠିକ ଭାବରେ ତଦନ୍ତ ନକରି ଆତ୍ମହତ୍ୟାର ରୁପ ଦେଇ ବଧୁ ହତ୍ୟା ମାମଲାରେ ପ୍ରକୃତ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉ ଥିବା କଂଗ୍ରେସ ପକ୍ଷରୁ ପ୍ରେସ୍ ମିଟରେ ଦାବି କରା ଯାଇଥିଲା । କଂଗ୍ରେସ ନେତାଙ୍କ ଉକ୍ତ ଦାବିକୁ ନେଇ ମୃତ ପ୍ରବୀଣକ୍ଷ ସାହୁଙ୍କ ସ୍ବାମୀ ଅଜିତ କୁମାର ସାହୁ ଗଣ ମାଧ୍ୟମକୁ ଏକ ପ୍ରେସ୍ ଇସ୍ତାହାର ଦେଇ କଂଗ୍ରେସ ଗଣ ମାଧ୍ୟମକୁ ଭୁଲ୍ ତଥ୍ୟ ଦେଇଥିବା କହିଛନ୍ତି ।
ଉକ୍ତ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ୍ କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତ ବର୍ତ୍ତମାନ ଜାମିନରେ ଆସିଛନ୍ତି ।
ପୋଲିସ୍ ମଧ୍ୟ କୋର୍ଟରେ ଚାର୍ଜ ସିଟ ଦାଖଲ୍ କରି ସାରିଛି ଓ ପ୍ରବୀଣା ସାହୁ ଆତ୍ମହତ୍ୟା କରିଥିବା ପୋସ୍ଟ ମଟମ ରିପୋର୍ଟ ମଧ୍ୟ ଆସିଛି ।
ଏକ ସମ୍ବେଦନଶୀଳ ମାମଲାକୁ ପ୍ରଭାବିତ କରିବା ପାଇଁ କଂଗ୍ରେସକୁ ବ୍ୟବହାର କରା ଯାଇଥିବା ଅଭିଯୋଗ କରିଛନ୍ତି ।
ପ୍ରବୀଣା ସାହୁ ମୃତ୍ୟୁ ଘଟଣାକୁ ପ୍ରାୟ ୩ ମାସ ହୋଇ ଯାଇଥିବା ବେଳେ ବର୍ତ୍ତମାନ ପୁଣି ଚର୍ଚ୍ଚା କୁ ଆସିଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930