Indus Valley Times

ନୟାଗଡ଼ରେ ଚାଞ୍ଚଲ୍ୟ ,ଘର ଭିତରୁ ଫରେଷ୍ଟଙ୍କ ଅର୍ଦ୍ଧଦଗ୍ଧ ପୋଡା ମୃତ ଦେହ ଉଦ୍ଧାର

 Breaking News

ନୟାଗଡ଼ରେ ଚାଞ୍ଚଲ୍ୟ ,ଘର ଭିତରୁ ଫରେଷ୍ଟଙ୍କ ଅର୍ଦ୍ଧଦଗ୍ଧ ପୋଡା ମୃତ ଦେହ ଉଦ୍ଧାର

ନୟାଗଡ଼ରେ ଚାଞ୍ଚଲ୍ୟ ,ଘର ଭିତରୁ ଫରେଷ୍ଟଙ୍କ ଅର୍ଦ୍ଧଦଗ୍ଧ ପୋଡା ମୃତ ଦେହ ଉଦ୍ଧାର
June 01
21:03 2025

ବିଶ୍ୱଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧/୬ : ନୟାଗଡ଼ରେ ଚାଞ୍ଚଲ୍ୟ ,ଘର ଭିତରୁ ଫରେଷ୍ଟଙ୍କ ଅର୍ଦ୍ଧଦଗ୍ଧ ପୋଡା ମୃତ ଦେହ ଉଦ୍ଧାର,ପଞ୍ଚରିଡା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁଙ୍କ ମୃତ ଦେହକୁ ଟାଉନ ଥାନା ପୋଲିସ ଜବତ୍ କରିଛି ।
ମାରମାସି ଦଣ୍ଡା ସ୍ଥିତ ଶିଶିରଙ୍କ ଘରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଛି । ଶିଶିର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନାଁ ,ତାଙ୍କୁ କେହି ହତ୍ୟା କରିବା ପରେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଛି ।
ତାହା ସ୍ପଷ୍ଟ ହୋଇନଥିବା ବେଳେ,ଗତ କାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଶିଶିର ଏବଂ ତାଙ୍କ ସ୍ତ୍ରୀ ପୁଅ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିଥିଲେ ଘରେ ନିଆଁ ଲାଗିଯାଇଛି, ଆଉ ସେହି ନିଆଁରେ ଶିଶିର ମଧ୍ୟ ପୋଡ଼ି ଯାଇଛନ୍ତି ।
ଘର ଭିତରେ ତାଙ୍କ ମୃତ ଦେହ ରହିଛି, ଉଦ୍ଧାର କରିବା ପାଇଁ ଯାଇ ଶିଶିରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ପୁଅର କୌଣସି କ୍ଷତି ହୋଇ ନାହିଁ, ତାଙ୍କୁ ପୋଲିସ ପଚରାଉଚରା କରୁଛି ।
ନିଆଁ ରେ ଘରେ ଥିବା ସ୍କୁଟି ଟି ପୋଡ଼ି ଯାଇଥିବା ବେଳେ ଅନେକ ଆସବା ପାତ୍ର ମଧ୍ୟ ପୋଡ଼ି ଯାଇଛି, ଖବର ପାଇଁ ଫାୟର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁଙ୍କୁ ଆୟତ କରିଛନ୍ତି ।
ଶିଶିର ଘର ଭିତର ଖଟରେ ଶୋଇବା ଅବସ୍ଥାରେ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ଜଣା ହୋଇଛି ।
ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସଂଦେହ ସୃଷ୍ଟି ହୋଇଛି, କାରଣ ଜାଣିବା ପାଇଁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ଟାଉନ ପୋଲିସ , ପୂର୍ବରୁ ଶିଶିର ଗଣିଆଁ ବନାଞ୍ଚଳରେ କାର‌୍ୟ୍ୟ କରିଥିବା ବେଳେ ଦୁଇ ମାସ ତଳେ ସେ ଶରଣକୁଳ ପଞ୍ଚରିଡ଼ା ରେଞ୍ଜରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିଲେ । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ପଞ୍ଚରିଡା ରେଞ୍ଜ ଅଧିନ ଗୋଛା ଜଙ୍ଗଲରେ ଶିକାରୀ ଗୁଳିରେ ଗୋଛା ଗାଁର ସୂର‌୍ୟ୍ୟମଣି ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା ।
ପ୍ରମାଣ ନଷ୍ଟ କରିବାକୁ ଯାଇ ଶିକାରୀ ମାନେ ତରବରିଆ ଭାବେ ମୃତ ଦେହକୁ ପୋଡ଼ି ଦେଇଥିଲେ, ଅଭିଯୋଗ ପରେ ପୋଲିସ ଅଧାପୋଡା ଶବ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ, ଗତକାଲି ରାତିରେ ଫରେଷ୍ଟର ଶିଶିର ସାହୁ ନିଜ ଘରେ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହେବା ଘଟଣା ସଂଦେହ ସୃଷ୍ଟି କରିଛି ।
ଶିଶିରଙ୍କ ଉପରେ ଫରେଷ୍ଟ ବିଭାଗ କୌଣସି ଚାପ ଥିଲା ନାଁ ଘରର ପାରିବାରିକ ସମସ୍ୟା ନାଁ ଆକସ୍ମିକ ଘଟଣା ପାଇଁ ଏଭଳି ଘଟଣା ଘଟିଛି, ତାହା ଏବେ ସଂଦେହ ଘେରରେ ରହିଛି, ସୂଚନା ଅନୁଯାୟୀ ପଞ୍ଚରିଡ଼ା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁ ଘର ନୟାଗଡ଼ ମାନପୁର ହୋଇଥିବା ବେଳେ,ସେ ନୟାଗଡ଼ ଟାଉନ ଥାନାର ବାରମାସୀ ଦଣ୍ଡା ସ୍ଥିତ ଅଞ୍ଚଳରେ ଘର କରି ସ୍ତ୍ରୀ ଏବଂ ପୁଅଙ୍କ ସହ ରହୁଥିଲେ ।
: ମୃତ ଶିଶିର ଙ୍କ ବଡ ଭାଇ ହତ୍ୟା ଅଭିଯୋଗ କରିଥିବା ପାରେ ଟାଉନ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି,ଘଟଣା ସ୍ଥଳରେ ନୟାଗଡ଼ ଝଊଚଙ ଟାଉନ ଥାନା ଆଇଆଇସି ଏବଂ ଫୋରେନସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି, ସେପଟେ ଶିଶିରଙ୍କ ସ୍ତ୍ରୀ ପୁଅଙ୍କୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ, ପାରିବାରିକ ସମସ୍ୟା କାରଣ ରୁ ଶିଶିରଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟ ରୁ ଜଣା ପଡିଥିବା ନୟାଗଡ଼ ଅତିରିକ୍ତ ଏସପି ସୁବାସ ପଣ୍ଡା କହିଛନ୍ତି, ଘଟଣା ର ଅଧିକ ତଥ୍ୟ ଯୋଗାଡ଼ ପାଇଁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛନ୍ନଭିନ୍ନ ଚଳାଇଛି ।ସ୍ତ୍ରୀ ନମିତା ମହାନ୍ତି, ପୁଅ ଅଭିଷେକ ରଣସିଂହ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930