Indus Valley Times

ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା

 Breaking News

ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା

December 13
19:26 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୩/୧୨ : ଆଜି ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଅସ୍ଥିରମନକୁ କିପରି ଏକାଗ୍ରତା କରି ସବୁ କାମରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ।
ଅନୁଷ୍ଠାନ ର ଅଧ୍ୟକ୍ଷ ସନକ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜଲକ୍ଷ୍ମୀ ବିଶ୍ଵାଳ ଓ ବାଦ୍ୟକାର ଭୁବନ ମିଶ୍ର, ମନୋଜ କୁମାର ପଶାୟତ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
ଚଳିତ ବର୍ଷ ଆଶୋକା ହାଉସ୍ ର ଛାତ୍ରଛାତ୍ରୀ ଚମ୍ପିୟାନ ହୋଇଥିଲେ ଓ ରମନ୍ ହାଉସ୍ ଉପବିଜେତା ହୋଇଥିଲେ । ବିଭିନ୍ନ କ୍ରୀଡ଼ାରେ କୃତକାର‌୍ୟ୍ୟ ହୋଇଥିବା ଖେଳାଳୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031