Indus Valley Times

ପୂର୍ବ ସରକାର ସମୟରେ କିଛି ମିଡିଆକୁ ବିଜ୍ଞାପନ ନ ଦେବାକୁ ହୁଇପ୍ ଜାରି ହୋଇଥିଲା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

 Breaking News

ପୂର୍ବ ସରକାର ସମୟରେ କିଛି ମିଡିଆକୁ ବିଜ୍ଞାପନ ନ ଦେବାକୁ ହୁଇପ୍ ଜାରି ହୋଇଥିଲା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୂର୍ବ ସରକାର ସମୟରେ କିଛି ମିଡିଆକୁ ବିଜ୍ଞାପନ ନ ଦେବାକୁ ହୁଇପ୍ ଜାରି ହୋଇଥିଲା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
October 05
16:35 2024

ଭୁବନେଶ୍ୱର,୫/୧୦ : ପୂର୍ବ ବିଜେଡ଼ି ସରକାର କିଭଳି ଭାବେ ଗଣମାଧ୍ୟମର କଣ୍ଠରୋଧ କରି ରଖିଥିଲା ତାହାର ଆଜି ଗୁମର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଯିଏ ନବୀନ ସରକାରର ସ୍ୱର ହେବାକୁ ମନା କଲା ସେହି ଗଣମାଧ୍ୟମକୁ ସମସ୍ତ କାର୍ଯ୍ୟକ୍ରମରେ ଦୂରେଇ ରଖାଗଲା । କିନ୍ତୁ ଆଜିର ଏହି ଲୋକଙ୍କ ସରକାରରେ ଗଣାମାଧ୍ୟମରେ କଣ୍ଠରୋଧ କରାଯିବ ନାହିଁ କିମ୍ବା ଧମକ ଦିଆଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଗଣମାଧ୍ୟମ ‘ନିର୍ଭୟ’ର ୧୦ମ ବାର୍ଷିକ ଉସ୍ବବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଯୋଗ ଦେଇ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାର କିଛି ଗଣମାଧ୍ୟମ ଉପରେ ହ୍ୱିପ ଜାରି କରିଥିଲେ । ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା ।
ଯେଉଁମାନେ ସରକାରଙ୍କ ସ୍ୱର ହେବାକୁ ମନା କରିଥିଲେ ସେମାନଙ୍କୁ ବିଜ୍ଞାପନ ନ ଦେବାକୁ ହ୍ୱିପ ଜାରି ହୋଇଥିଲା । କିନ୍ତ ଆଜିର ସରକାର ହେଉଛନ୍ତି ଲୋକଙ୍କ ସରକାର । ଏଠି କାହାର କଣ୍ଠରୋଧ କରାଯିବ ନାହିଁ । ଏ ସରକାରରେ ଏମିତି ହେବ ନାହିଁ ବୋଲି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031