Indus Valley Times

ପ୍ରଗତି ଯୁବକ ସଙ୍ଘର ୫୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 Breaking News

ପ୍ରଗତି ଯୁବକ ସଙ୍ଘର ୫୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

January 30
11:24 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୩୦/୧: ଜଟଣୀ ଅନ୍ତର୍ଗତ କୁଶମାଟି ଛଣଘର ପଞ୍ଚାୟତରେ ଅବସ୍ଥିତ ପ୍ରଗତି ଯୁବକ ସଙ୍ଘର ୫୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପଂଚାୟତ ଅନ୍ତର୍ଗତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ତଥା କୁଶମାଟି ଛଣଘର ପି.ଏମ.ଶ୍ରୀ. ଉଚ୍ଚ ବିଦ୍ୟାଳୟ, ଗୋପୀନାଥପୁରୁ , ଓଗରସୁଆଁ ପ୍ରାଥମିକ ବିଦ୍ୟାଳୟ, ଓଡ଼ିଶା ବ୍ରିଗ୍ରେଡ ସ୍କୁଲ ଏବଂ କିଶୋର କଳା ସଂସଦର ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗର ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
ପ୍ରଗତି ଯୁବକ ସଙ୍ଘର ସଭାପତି, ପ୍ରଶାନ୍ତ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ସୁବାସିନୀ ବିଶ୍ୱାଳ, ମୁଖ୍ୟବକ୍ତା, ଡ଼ଃ ରଶ୍ମିତା ନାୟକ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ସ୍ବାଇଁ, ହାସ୍ୟ ଅଭିନେତା ଦେବେନ୍ଦ୍ର ସୁନ୍ଦରାୟ, ସଚ୍ଚିକାନ୍ତ ବେହେରା, ସାମାଜିକ କର୍ମୀ ଗଜେନ୍ଦ୍ର ନାୟକ,ସିନେତାରକା ରବି କୁମାର, କଣ୍ଠଶିଳ୍ପୀ ୟାଶ ରାଜ ,ପ୍ରାଧ୍ୟାପକ ଇଂ ରାଜେନ୍ଦ୍ର ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ଯୁବକ ସଙ୍ଘର ସାମାଜିକ ଏବଂ ସାଂସ୍କୃତିକ କାର‌୍ୟ୍ୟକ୍ରମ କୁ ଭୁରୀ ପ୍ରଶଂସା କରିଥିଲେ।
ଏହା ଦ୍ୱାରା ଲୁକ୍କାୟିତ ପ୍ରତିଭା, କଳାକୁ ସମାଜରେ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ପ୍ରଗତି ଯୁବକ ସଙ୍ଘର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଏବଂ ସ୍ମାରକୀ ପ୍ରଦାନ କରାଯାଇଥିଲା।
ପ୍ରଗତି ଯୁବକ ସଙ୍ଘର ସମ୍ପାଦକ ରଶ୍ମିରଞ୍ଜନ ରାଉତରାୟ ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ସେ କହିଥିଲେ ପ୍ରଗତି ଯୁବକ ସଙ୍ଘ ତରଫରୁ ପ୍ରତିବର୍ଷ ରଞ୍ଜିତ ମେମୋରିଆଲ ଏକାଡେମୀକ ଏକ୍ସସିଲେନ୍ସ ସ୍କଲାରଶିପ ରୂପେ ଦୁଇ ହଜାର ଟଙ୍କା ପୁରସ୍କାର ରାଶି ବିଦ୍ୟାଳୟର ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ରୂପେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।
ଚଳିତ ବର୍ଷ ୨୦୨୪-୨୫ ପାଇଁ ପି.ଏମ.ଶ୍ରୀ. ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସଂଗୀତା ନାୟକଙ୍କୁ ଅର୍ଥ ରାଶି ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଛି।
ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ବାଉରୀ ବନ୍ଧୁ ସାହୁ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ।
ଯୁବକ ସଙ୍ଘର ଉପଦେଷ୍ଟା, ତଥା ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଗା ଚରଣ ସାହୁ, ବରିଷ୍ଠ ସଦସ୍ୟ ଯଯାତି କେଶରୀ ମହାନ୍ତି, ରତନ କୁମାର ରାଉତରାୟ, ପଦ୍ମ ଚରଣ ଛୋଟରାୟ, ବୈକୁଣ୍ଠ ମାଝୀ, ଜୟନ୍ତ କୁମାର ସାହୁ, ହୃଦାନନ୍ଦ ସାହୁ, ବୀର କିଶୋର ବାରିକ, ଇଂ ବିନୋଦ ସାହୁ, ଇଂ ମାନସ ରାୟ, ଆମ୍ବୁଜ ବିଶ୍ୱାଳ, ଶଶାଙ୍କ ବିଶ୍ୱାଳ,ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଅବଶିଷ୍ଟ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930