Indus Valley Times

ପ୍ରଧାନମନ୍ତ୍ରୀ ମୋର ଛୋଟ ଗାଁକୁ ଆସିବା, ମାଟି ପ୍ରତି ତାଙ୍କର ମୋହ ; ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ପାଇଁ ବିଶ୍ବରେ ବଢ଼ିଛି ସମ୍ମାନ

 Breaking News

ପ୍ରଧାନମନ୍ତ୍ରୀ ମୋର ଛୋଟ ଗାଁକୁ ଆସିବା, ମାଟି ପ୍ରତି ତାଙ୍କର ମୋହ ; ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ପାଇଁ ବିଶ୍ବରେ ବଢ଼ିଛି ସମ୍ମାନ

June 20
19:03 2026

ବାରିପଦା/ଓଡ଼ିଶା,୨୦/୬: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ନିଜ ଶାଶୁଘର ଗାଁ ମୟୂରଭଞ୍ଜ ଜିଲାର ପାହାଡ଼ପୁର ଅଛନ୍ତି। ଏଠାରେ ଆଜି ଆସି ମଧ୍ୟ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ରାଷ୍ଟ୍ରପତି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋ ଗାଁ ପାହାଡ଼ପୁର, ରାଇରଙ୍ଗପୁର ଆସିଥିବାରୁ କୃତଜ୍ଞତା ଜଣାଉଛି। ଦେଶ ପ୍ରତି ତାଙ୍କର ଭଲ ପାଇବା ପାଇଁ ଧନ୍ୟବାଦ ମଧ୍ୟ ଜଣାଉଛି। ଆଜି ଓଡ଼ିଶା ପାଇଁ ଅନେକ ପ୍ରକଳ୍ପର ଶିଳାନ୍ୟା ଏବଂ ଲୋକାର୍ପଣ ହୋଇଛି। ମୟୂରଭଞ୍ଜ ପାଇଁ ଉନ୍ନତି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋର ଛୋଟ ଗାଁକୁ ଆସିବା ମାଟି ପ୍ରତି ତାଙ୍କର ମୋହ। ଜନଜାତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଅନେକ କିଛି ଭେଟି ଦେଇଛନ୍ତି। ଏହାଦ୍ବାରା ସ୍ଥାନୀୟ ଜନଜାତି ଲୋକେ ବେଶ ଉପକୃତ ହେବେ।
ଯେଉଁସ୍ତରକୁ ଗଲେ ବି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନରେ ରହିବା ନେଇ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି।
ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ବିଶ୍ବରେ ସମ୍ମାନ ବଢ଼ିଛି। କରୋନା ମହାମାରୀ ସମୟରେ ସାରା ବିଶ୍ବକୁ ଟିକା ପ୍ରଦାନ କରିଛନ୍ତି।
ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମୋହନଙ୍କ ନେତୃତ୍ୱରେ ରାଜ୍ୟକୁ ବହୁତ ପୁଞ୍ଜି ଆସିଛି। ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି। ଜନଜାତି ଲୋକଙ୍କ ଜୀବନ ଶୈଳୀକୁ ଅନୁସରଣ କରିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031