Indus Valley Times

ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର , ୨ ଦିନ ଯାଏ ପ୍ରବଳ ବର୍ଷା

 Breaking News

ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର , ୨ ଦିନ ଯାଏ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର , ୨ ଦିନ ଯାଏ ପ୍ରବଳ ବର୍ଷା
August 31
11:56 2026

ଭୁବନେଶ୍ୱର, ୩୧/୮: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆହୁରି ୪ ଦିନ ନିର୍ଧୂମ ବର୍ଷିବ । ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ତେବେ ଅଧିକାଂଶ ନଦୀର ଜଳସ୍ତର କମୁଥିବାରୁ ବନ୍ୟା ଆଶଙ୍କା ନ ଆଶଙ୍କା ନାହିଁ ।
ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଉଛି। ଆସନ୍ତା ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ସୋମବାର ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।
ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ। ୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨ ଓ ୩ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି। ରବିବାର ସକାଳରୁ ରାତି ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିଲା।
ବାଲେଶ୍ଵରରେ ୪୮.୯ ମିମି, ଚାନ୍ଦବାଲିରେ ୨୩.୮, କଟକରେ ୧୬.୨, ଭୁବନେଶ୍ୱରରେ ୧୯.୧, ବାରିପଦାରେ ୧୭.୪, ଝାରସୁଗୁଡ଼ାରେ ୨୯.୮, ଭବାନୀପାଟଣାରେ ୩୨.୨, ଖୋର୍ଦ୍ଧାରେ ୨୬, ଭଦ୍ରକରେ ୧୭, ନୟାଗଡ଼ରେ ୧୬, ବୌଦ୍ଧରେ ୧୩ ମିମି ବର୍ଷା ରେକର୍ଡ ହୋଇଛି।
ରାଜ୍ୟର ବିଭିନ୍ନ ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। କିଛି ସ୍ଥାନରେ ଜଳସ୍ତର ସତର୍କ ସଙ୍କେତ ପାର୍ କରିଥିଲା, କିନ୍ତୁ ଏବେ ଖସୁଛି। ବୈତରଣୀ ଆଖୁଆପଦାଠାରେ ଜଳସ୍ତର ୧୮.୧୧ ମିଟର ରହିଛି। ଏଠାରେ ଜଳସ୍ତର କ୍ରମାଗତ କମୁଛି। ମହାନଦୀର ଜଳସ୍ତର ବିପଦ ସଙ୍କେତଠାରୁ ତଳେ ଚାଲିଛି।
ନରାଜଠାରେ ଜଳସ୍ତର ୨୪.୪୫ ମିଟର ଅଛି। ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ମାତ୍ର ୨ଲକ୍ଷ ୪୪ହଜାର ଘନଫୁଟ ପାଣି ପ୍ରବାହିତ ହେଉଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୭ହଜାର ଘନଫୁଟ ପାଣି ପ୍ରବେଶ କରୁଥିବାବେଳେ ୧ଲକ୍ଷ ୨୬ହଜାର ୨୯୬ ଘନଫୁଟ ପାଣି ନିଷ୍କାସିତ ହେଉଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930