Indus Valley Times

ବାଲି ମାଫିଆଙ୍କ ଘରେ ପୁଲିସର ଚଢ଼ାଉ

 Breaking News

ବାଲି ମାଫିଆଙ୍କ ଘରେ ପୁଲିସର ଚଢ଼ାଉ

ବାଲି ମାଫିଆଙ୍କ ଘରେ ପୁଲିସର ଚଢ଼ାଉ
May 18
10:41 2026

କେନ୍ଦୁଝର/ହାଟଡିହୀ/ଛେନାପଦୀ ,୧୮/୫ : କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍ ଗଠନ କରି ଆନନ୍ଦପୁର ଉପଖଣ୍ଡର ୧୧ଟି ସ୍ଥାନ ଏବଂ ଘଟଗାଁ ଅଞ୍ଚଳର ଗୋଏ ସ୍ଥାନ ଏହିପରି ମୋଟ୍ ୧୨ଟି ସ୍ଥାନରେ ବାଲି ବ୍ୟବସାୟୀଙ୍କ ଘରେ ସୋମବାର ସକାଳୁ ସକାଳୁ ଚଢ଼ାଉ କରିଛି।
ଅତିରିକ୍ତ ଏସ୍‌ପି ସ୍ନେହାଶିଷ ସାହୁଙ୍କ ସୂଚନାନୁସାରେ, ୧୨ଟି ସ୍ଥାନରେ ବାଲି ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଥିବାବେଳେ ଅଦ୍ୟାବଧି ୮ ଜଣଙ୍କୁ ଅଟକ ରଖାଯାଇଛି। ହାଇଓ୍ବା ଏବଂ ଟ୍ରାକ୍ଟର ମିଶି ମୋଟ୍ ୩୦ଟି ଜବତ କରାଯାଇଥିବାବେଳେ ନଗଦ ୨୫ ଲକ୍ଷ ଟଙ୍କା ଏବଂ ବାଲି ଚାଲାଣ ସମ୍ବନ୍ଧୀୟ କାଗଜପତ୍ର ଜବତ ହୋଇଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏପରି ଚଢ଼ାଉ କରାଯାଇଥିବାବେଳେ ଚଢ଼ାଉ ସରିବା ପରେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଅଣାଯିବ। ହାଟଡିହୀ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପଞ୍ଚାନନ ଖଣ୍ଡାୟୀଙ୍କ ପୁଅ ଗୁରୁବ୍ରତ ଖଣ୍ଡାୟୀ,ରାଜାପ୍ରଭୁ ଦାସ, ସନ୍ତୋଷ ନାୟକ, ଯୋଗେନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ମୋଟ୍ ୧୨ ଜଣଙ୍କ ଘରେ ଚଢ଼ାଉ ଜାରିରହିଛି।
ଆନନ୍ଦପୁର ଡିଏସ୍‌ପି କମଳ କୁମାର ପଣ୍ଡା କହିଛନ୍ତି ଯେ, ଉପଖଣ୍ଡର ବିଭିନ୍ନ ଥାନାର ଅଧିକାରୀ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ କରାଯାଉଛି। ଅତିରିକ୍ତ ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଚଢ଼ାଉ ଜାରି ରହିଛି। ବାଲି ବ୍ୟବସାୟୀଙ୍କ ବିରୋଧରେ ଜିଲା ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଅତିରିକ୍ତ ଏସ୍‌ପି କହିଛନ୍ତି।
ଅନ୍ୟପକ୍ଷରେ ଅବୈଧ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଦୀର୍ଘଦିନ ଧରି ଅଭିଯୋଗ ଆସୁଥିବାବେଳେ ପୋଲିସର ଏହି ଆକ୍ସନ ପରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶିଥିବା ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930