Indus Valley Times

ବାଲିଗୁଡାରେ ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

 Breaking News

ବାଲିଗୁଡାରେ ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

August 22
18:38 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୨/୮: କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ଆନୁକୂଲ୍ୟରେ ବାଲିଗୁଡା ଶାଖା ପକ୍ଷରୁ ଜାତୀୟ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ମା’ ଦକ୍ଷିଣ କାଳୀ ମନ୍ଦିର ପରିସରରେ ପାଳିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପ ଜିଲାପାଳ ଡା. ରୀନା ପ୍ରଧାନ, ମୁଖ୍ୟବକ୍ତା ଭାବେ ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା, ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ପ୍ରବନ୍ଧକ ବିରଞ୍ଚି ନାରାୟଣ ବରିହା, ଆଲୋଚକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ମଧୁସୁଦନ ମହାପାତ୍ର, ପ୍ରମୁଖ ମଞ୍ଚାସୀନ ଥିଲେ ।
ବାଲିଗୁଡା ବରିଷ୍ଠ ନାଗରିକ ମଞ୍ଚର ସଭାପତି ବିଜୟ ଚନ୍ଦ୍ର ଖଣ୍ଡଗିରି ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ମନ୍ମଥ କୁମାର ରାଉଳ ବିବରଣୀ ପଠନ କରିଥିଲେ । ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ସ୍ବାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଶେଷରେ ରାଜ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବାଲିଗୁଡା ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର
ବାଲିଗୁଡା,୨୨/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା କଳିଙ୍ଗା ଠାରୁ ତିନି କିମି ଦୂର ବୁଲାଣୀ ଠାରେ ବେଙ୍ଗାଲୁରୁରୁ ବ୍ରହ୍ମପୁର ଯାଉଥିବା ଏକ ମାଲ ବୋଝେଇ ଟ୍ରକ ନଂ.ଏପି- ୦୩-ଟିଇ-୭୮୭୯ ର ଆଗ ଚକା ଫାଟିଯିବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡିଛି।ଏଥିରେ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ଚାଳକ ଓ ହେଲପର ଉଭୟ ଷ୍ଟେରିଙ୍ଗ ଓ ଲୁହାଚଦର ତଳେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ହାବିଲଦାର ଶିବରାମ ବିଶ୍ବାଳ ଓ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି କଟର ମେସିନରେ କାଟି ଉଭୟଙ୍କୁ ଉଦ୍ଧାର କରିଥଲେ। ହେଲପର୍ ଛୋଟୁ (୧୮)ଙ୍କ ଘଟଣା ସ୍ଥଳରେ ମୁତ୍ୟୁ ଘଟିଥିବା ବେଳେ ଚାଳକ ଅଦନାନ୍ (୨୦)ଙ୍କୁ ଗୁରୁତର ଭାବେ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଉଭୟ ଆନ୍ଧ୍ରର ବୋଲି ଜଣାପଡିଛି। ଜି.ଉଦୟଗିରି ପୁଲିସ ଏସ ଆଇ ଅନନ୍ତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଓ ଦୁର୍ଘଟଣାର ତଦନ୍ତ ଜାରି ରଖିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031