Indus Valley Times

ବାଲିଗୁଡାରେ ବୃକ୍ଷରୋପଣ

 Breaking News

ବାଲିଗୁଡାରେ ବୃକ୍ଷରୋପଣ

ବାଲିଗୁଡାରେ ବୃକ୍ଷରୋପଣ
July 03
20:01 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩/୭; ବାଲିଗୁଡା ୭୫ତମ ବନମହୋତ୍ସବ ସପ୍ତାହ ଚାଲିଛି । ଆଜି ବାଲିଗୁଡା ସହରର ୧ନଂ ଓାର୍ଡ କାମପଡାଠାରେ ବନୀକରଣ କାର୍ଯ୍ୟକରାଯାଇଛି ।
ବୃକ୍ଷରୋପ ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ସଭାପତିତ୍ୱ କରିଥିବା ବେଳେମୁଖ୍ୟ ଅତିଥୀ ଭାବେ ଏସଡିପିଓ ରାହୁଲ ଗୋୟଲ, ବରିଷ୍ଠ ଆଇନଜୀବି କୌଶିକ ସାହୁ,ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା,ଏସଡିଭିଓ,ତହସିଦାର,ଅତିରିକ୍ତ ଜିଲ୍ଲାପାଳ,ଏସସିଏଫଓ ମଂଚାସିନ ଥିବା ବେଳେ ବନାଂଚଳ ଅଧିକାରୀ ଅତୁଲ୍ୟ ମହାନ୍ତୀ ପରିଚାଳନା କରିଥିବା ବେଳେ ବନପାଳ ପ୍ରଭାତ ଦୋରା ସମେତ ସମସ୍ତ ବନକର୍ମଚାରୀ ମାନେ ଉପସ୍ଥିତ ଥିଲେ ଏଥିରେ ଛାତ୍ରୀମାନେ ସାମିଲ ହୋଇ ଚାରାରୋପଣ କରିଥିଲେ ।ଗଛଟିଏ ଲଗାଇ ପରିବେଷକୁ ବଂଚାଇବା ଓ ଗଛକୁ ମା ସହ ତୁଳନା କରି ତାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି ।
ପୁଣି ମାତିଲେ ଦନ୍ତା ହାତୀ : ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କଲେ, ଲୋକେ ଆତଙ୍କିତ
ବାଲିଗୁଡା, ୩/୭: ଦୀର୍ଘ ଦିନ ଧରି ହାତୀପଲ ଘୁମୁସର ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସସନରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିବା ପରେ ୨୫ଟିକିଆ ହାତୀପଲରୁ ୨୩ଟି ଏହି ଅଞ୍ଚଳ ଛାଡି ଟିକାବାଲି ବନାଞ୍ଚଳ ଦେଇ ପଳେଇଥିବା ବେଳେ ଅନ୍ୟ ଦୁଇଟି ଏହି ଅଞ୍ଚଳରେ ରହି ଉପଦ୍ରବ ଚଳେଇଥିଲେ।
ତିନି ଦିନ ତଳେ ବନବିଭାଗ କର୍ମଚାରୀ ଦୁଇ ଦନ୍ତାହାତୀଙ୍କୁ ଏହି ଅଞ୍ଚଳରୁ ଉତ୍ତର ଘୁମୁସର ବନଖଣ୍ଡକୁ ତଡି ଦେଇଥିବା ନେଇ ସୂଚନା ମିଳିଥିଲା କ୍ଷ
ହାତୀ ଏହି ଅଞ୍ଚଳ ଛାଡ଼ିବା ଖବର ପ୍ରକାଶ ପରେ ଅଞ୍ଚଳବାସୀ ଖୁସିରେ ଥିବା ବେଳେ ମଙ୍ଗଳବାର ପୁଣି ଦନ୍ତା ହାତୀଙ୍କ ଉପଦ୍ରବ କଳିଙ୍ଗାରେ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ବାଟ ବଣା ହୋଇ ଗୋଟିଏ ଦନ୍ତା ହାତୀ କଳିଙ୍ଗା ଘାଟି ଆରମ୍ଭ ରେ ଥିବା ନେଡିକଲା କୁ ଆସି ଏକ ଗରିବ ପରିବାର ଯୁଗୁରାଇ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହିତ ଅନେକ ଫସଲ କ୍ଷୟକ୍ଷତି କରିଛନ୍ତି ଏବଂ ନଡ଼ିଆ, ଆମ୍ବ, ଝାଡୁ, କଦଳୀ, ଲିଚୁ ଭଳି ମୂଲ୍ୟବାନ ବୃକ୍ଷ ନଷ୍ଟ କରିଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031