Indus Valley Times

ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି: ଆଜି ସଂନ୍ଧ୍ୟା ୬ଟାରୁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

 Breaking News

ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି: ଆଜି ସଂନ୍ଧ୍ୟା ୬ଟାରୁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି: ଆଜି ସଂନ୍ଧ୍ୟା ୬ଟାରୁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ
July 04
10:53 2025

ପୁରୀ,୪/୭: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶ ଅନୁଯାୟୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତିକାନ୍ତିର ବହୁଳତାକୁ ଦୃଷ୍ଟିରେ ରଖି ଶୁକ୍ରବାର, ଅର୍ଥାତ୍ “ସନ୍ଧ୍ୟା ଦର୍ଶନ” ଦିନ ସନ୍ଧ୍ୟା ୬ ଘଟିକା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ।
ଏହି ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶୋଧ ଅନୁଷ୍ଠାନ କରାଯିବ, ଯାହା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ସମ୍ପାଦନ କରାଯିବ। ଏହି ନୀତିଗୁଡ଼ିକ ବାହୁଡ଼ା ଯାତ୍ରାର ପୂର୍ବପ୍ରସ୍ତୁତିର ଏକ ଅବିଚ୍ଛେଦ୍ୟର ଅଂଶବିଶେଷ ହୋଇଥାଏ।
ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛି ଯେ, ବାହୁଡ଼ା ଯାତ୍ରା ଦିନ ରଥାରୂଢ଼ ଶ୍ରୀବିଗ୍ରହମାଙ୍କୁ ଦର୍ଶନ କରି ସୌଭାଗ୍ୟ ଲାଭ କରିପାରିବେ। ତେଣୁ ସନ୍ଧ୍ୟା ଦର୍ଶନ ସମୟରେ ଏହି ବ୍ୟବସ୍ଥାକୁ ମହାପ୍ରଭୁଙ୍କ ସେବାରେ ସମର୍ପଣ ମନେକରି ସମସ୍ତେ ସହଯୋଗ କରନ୍ତୁ।
ଏହି ନିର୍ଦ୍ଦେଶ ଶ୍ରୀଜଗନ୍ନାଥଙ୍କ ପାରମ୍ପରିକ ନୀତି ଓ ବାହୁଡ଼ା ଯାତ୍ରାର ପବିତ୍ରତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏହି ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ କାମନା କରିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031