Indus Valley Times

ବିଏସଏନଏଲ ମୋବାଇଲ ସେବା ଅଚଳ: ଓଟିପି ଆସୁନଥିବାରୁ ବିଭିନ୍ନ ସରକାରୀ ଯୋଜନା ରୁ ବଞ୍ଚିତ

 Breaking News

ବିଏସଏନଏଲ ମୋବାଇଲ ସେବା ଅଚଳ: ଓଟିପି ଆସୁନଥିବାରୁ ବିଭିନ୍ନ ସରକାରୀ ଯୋଜନା ରୁ ବଞ୍ଚିତ

July 24
21:55 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୪/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଗତ ୨୫ ଦିନରୁ ଉର୍ଦ୍ଧ ଦିନ ହେଲା ବିଏସଏନଏଲର ମୋବାଇଲ ନେଟୱାର୍କ ସେବା ଅଚଳ ହୋଇପଡିଛି। ଫଳରେ ଉପଭୋକ୍ତା ମାନେ ଅସୁବିଧା ଭୋଗୁଛନ୍ତି ।
ଯାହାକୁ ନେଇ ଗୁରୁବାର ବିଏସଏନଏଲ ଏକ୍ସଚେଞ୍ଜ ସମ୍ମୁଖରେ କିଛି ସମୟ ଉତ୍ତେଜନା ଦେଖା ଯାଇଥିଲା। ଦୀର୍ଘ ଦିନ ହେଲା ଏହି ସେବାରୁ ବଞ୍ଚିତ ଉପଭୋକ୍ତା ମାନେ ପ୍ରତିମାସରେ ଭାଉଚର ପକାଇ କ୍ଷତି ସହୁଛନ୍ତି ବୋଲି ରମାକାନ୍ତ ଦେହୁରୀ, ଅମରେନ୍ଦ୍ର ପ୍ରଧାନ ସିମନ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି।
ମୋବାଇଲ ଓ ଇଣ୍ଟରନେଟ ସେବା ଅଚଳଯୋଗୁଁ ଗ୍ରାହକ ସେବାକେନ୍ଦ୍ର ସମେତ କ୍ଷୁଦ୍ର ବ୍ୟାଙ୍କ, ଅନଲାଇନ କାର‌୍ୟ୍ୟ ସମେତ ଲୋକଙ୍କ ଯୋଗାଯୋଗ ଅନ୍ୟଙ୍କ ସହ ବିଛିନ୍ନ ହୋଇପଡିଛି। ଏମିତିକି ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଅନଲାଇନ ହେଉଥିବାରୁ ଲୋକଙ୍କ ଓଟିପି ଆସୁ ନ ଥିବାରୁ ଟଙ୍କା ନେଣ ଦେଣ ହେଉକି ଆଧାର ଅପଡେଟ ହେଉ ଗର୍ଭବତୀଙ୍କ ଅନଲାଇନ ଡାଟା ଅପଲୋଡ଼ ବେଳେ ହଇରାଣ ହେଉଛନ୍ତି।
ଗତ ୨୦୦୮ ରୁ ସ୍ଥାପନ ହୋଇଥିବା ଏହି ସେବା ଏବେ ପୂର୍ବପେକ୍ଷା ଅଧିକା ସମୟ ଅଚଳ ହୋଇପଡୁଛି ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ ସମୟ ହେଲା ବିଏସଏନଏଲର ଜେନେନେଟର ଅଚଳ ହୋଇପଡ଼ିଥିବା ବେଳେ ତାକୁ ମରାମତି କରାଯାଉନାହିଁ କି ନୂତନ ଜେନେନେଟର ସ୍ଥାପନ କରାଯାଉନଥିବା ଅଭିଯୋଗ ହୋଇଛି। ଏହି ସମସ୍ୟା ସମ୍ପର୍କରେ ଅଧିକାରୀଙ୍କୁ ଜଣାଇବାକୁ ଉପଭୋକ୍ତା ଫୋନ କଲେ କେହି ଉତ୍ତର ଦେଉନଥିବା ଅଭିଯୋଗ ହୋଇଛି। ବାଲିଗୁଡା ରେ ବିଏସଏନଏଲ ର ଉପଖଣ୍ଡ କାର୍ଯ୍ୟାଳୟ ଓ ଫୁଲବାଣୀ ରେ ଜିଲ୍ଲା କାର୍ଯ୍ୟାଳୟ ରହିଛି, କିନ୍ତୁ ଆବଶ୍ୟକୀୟ କର୍ମଚାରୀ ଅଭାବ ଯୋଗୁଁ ଲୋକଙ୍କୁ ସେବା ଯୋଗାଇବାରେ ବିଭାଗ ସମ୍ପୂର୍ଣ୍ଣ ବିଫଳ ବୋଲି ଅଭିଯୋଗ ହେଉଛି। ଏନେଇ ବିଭାଗର କନ୍ଧମାଳ ଡିଜିଏମ ବୃନ୍ଦାବନ ମାଝୀ ଙ୍କ ସହ ଯୋଗାଯୋଗ କରାଯିବାରୁ ଶୁକ୍ରବାର ସୁଦ୍ଧା ଏହି ସେବାକୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031