Indus Valley Times

ବିଦ୍ୟାଳୟରେ ପୋଷାକ ବଣ୍ଟନ

 Breaking News

ବିଦ୍ୟାଳୟରେ ପୋଷାକ ବଣ୍ଟନ

December 02
21:15 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ଚନ୍ଦ୍ରପୁର, ୨/୧୨: ଚନ୍ଦ୍ରପୁର ବ୍ଲକ ବିଜାପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ,କାମିପଦର ଠାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନଶିକ୍ଷକ ଶ୍ରୀ ନବୀନ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବିଜାପୁର ସରପଞ୍ଚ ଶ୍ରୀମତୀ ଜେରିମିନା ପାଡଗଣ୍ଡା, ଶ୍ରୀ ଜାକବ ପାଡଗଣ୍ଡା, ଶ୍ରୀମତୀ କାଳିନ୍ଦୀ ସୁକାଲୁ, ଶ୍ରୀ ମିନାରାଓ ସୁକାଲୁ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ପ୍ରଦୀପ ବିଆସ୍କା, ପୂର୍ବତନ ସଭାପତି ଶ୍ରୀ ପୁରୁଷୋତ୍ତମ ବିଆସ୍କା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସାଧକ ଶ୍ରୀ ପ୍ରଦୀପ କୁମାର ବାଉରୀ ପୂର୍ବତନ ୱାର୍ଡ଼ ମେମ୍ବର ଶ୍ରୀମତୀ ପ୍ରମିଳା ମାଣ୍ଡାଙ୍ଗୀ ଏବଂ ପରିଚାଳନା କମିଟି ର ସମସ୍ତ ସଭ୍ୟ ସଭ୍ୟା ଙ୍କ ନେତୃତ୍ୱରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୯ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ପୋଷାକ ବିତରଣ ଉତ୍ସବ ରେ ସହକାରୀ ଶିକ୍ଷକ ଶ୍ରୀ ବିଶ୍ଵନାଥ ସାହୁ ସହଯୋଗ କରିଥିଲେ। ଶେଷରେ ପ୍ରଧାନଶିକ୍ଷକ ଧନ୍ୟବାଦ ଜ୍ଞାପନ କରିଥିଲେ। ସଭାପତି ସଭାସାଙ୍ଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930