Indus Valley Times

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

 Breaking News

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ
June 15
10:35 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୫/୬ : ବିଶ୍ବ ରକ୍ତଦାତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ବାଲିଗୁଡ଼ାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ବିପଦର ବନ୍ଧୁ” ର ସମସ୍ତ ସଦସ୍ୟ,ସଦସ୍ୟା ପୂର୍ଣ୍ଣ ସହଯୋଗ କରିବା ସହ ସ୍ବେଛାକୃତ ରକ୍ତଦାନ କରିଥିଲେ ।
ସ୍ଥାନୀୟ ବିଏସ୍ଏଫ ଜବାନ, ଉପଖଣ୍ଡ ଚିକିତ୍ସାଳୟରେ କାର‌୍ୟ୍ୟରତ ଡାକ୍ତର, କର୍ମଚାରୀଙ୍କ ସମେତ ଅଞ୍ଚଳର ବହୁ ଯୁବକ ଯୁବତୀ ଏଥିରେ ସାମିଲ ହୋଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ ।
ଏହି ଶିବିରରେ ସମୁଦାୟ ୬୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି । ସବୁବେଳେ ଆବଶ୍ୟକ ରୋଗୀଙ୍କୁ ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଉଥିବା ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ,ସଦସ୍ୟା ମାନଙ୍କୁ ଉତ୍ସାହିତ କରିବା ପାଇଁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସମ୍ମାନିତ କରିବା ସହ ମାନପତ୍ର ଦିଆଯାଇଛି ।
ରୋଗୀ ସେବାରେ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସହଯୋଗ କରୁଛୁ ଏବଂ ଆବଶ୍ୟକ ରୋଗୀଙ୍କୁ ରକ୍ତଦାନ କରିଆସୁଛୁ ଏହି ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି କହିଛନ୍ତି ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ ସୁନିଲ୍ ପାତ୍ର ଓ ସଦସ୍ୟା ତେଜସ୍ବିନି ନାୟକ ।
ଅନ୍ୟପଟେ ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ,ସଦସ୍ୟା ଆମକୁ ସବୁବେଳେ ସହଯୋଗ କରିବା ସହ ସ୍ବେଛାକୃତ ଭାବେ ରୋଗୀଙ୍କୁ ରକ୍ତଦାନ କରୁଛନ୍ତି ଆମେ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ତାଙ୍କ ସହଯୋଗ କାମନା କରୁଛୁ ବୋଲି ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏସ୍. ରାମ ପାତ୍ର ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930