Indus Valley Times

ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

 Breaking News

ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

October 10
20:40 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୧୦ : ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ, ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦେଶ ରେ ସଚିବ, ଅଞ୍ଜଳି ମଛଖଣ୍ଡ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ନୟାଗଡ଼ ଜିଲ୍ଲା କାରାଗାର ର ଅନ୍ତେବାସୀଙ୍କୁ ନେଇ କାରାଗାର ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି ।
ପ୍ରାରମ୍ଭରେ ଜିଲ୍ଲା ଆଇନ ସେବା ପ୍ରାଧି କରଣ କର୍ମଚାରୀ ପବନ କୁମାର ବେହେରା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଚିବ, ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଉକ୍ତ କାର‌୍ୟ୍ୟକ୍ରମକୁ ଉଦଘାଟନ କରି ନିଜ ବକ୍ତବ୍ୟ ରେ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରିବାର ଲକ୍ଷ୍ୟ ଏବଂ ଉଦେଶ୍ୟ ସମ୍ବଦ୍ଧରେ ପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରିଥିଲେ । କାରାଗାର ର ଅନ୍ତେବାସୀ ଙ୍କୁ ଯୋଗ, ପ୍ରାଣାୟାମ ସହିତ ପରିଷ୍କାର ପାରିଛନ୍ନତା ଏବଂ ମାନସିକ ଚାପରୁ ନିବୃତ ରହିବାକୁ ପରାମର୍ଶ ଦେଇ ଥିଲେ । ଆମ୍ଭେ ମାନସିକ ଚାପରୁ ମୁକ୍ତ ରହିଲେ ଆମ୍ଭ ସ୍ୱାସ୍ଥ୍ୟ ଭଲ ରହିବ ।
ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ଓକିଲ ଦଣ୍ଡପାଣି ସ୍ୱାଇଁ, ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା, ଆଇନ ସେବା ପ୍ରାଧି କରଣ ସଦଶ୍ୟା, କ୍ଷଣପ୍ର ଭା କର, ଓକିଲ, ପୁଷ୍ପା ଞ୍ଜଳି ମିଶ୍ର, ପ୍ରଭାକର ଉତ୍ତର କବାଟ, ଡାକ୍ତର, ସବିତା କୁମାରୀ ବରାଡ, ଡାକ୍ତର, ସ୍ମୃତି ରଞ୍ଜନ, ମଧୁସ୍ମିତା ପଣ୍ଡା, ସନ୍ତୋଷ କୁମାର ନାୟକ, ଅଧିକାର ମିତ୍ର, ପ୍ରଫୁଲ୍ଲ କୁମାର ବେହେରା, ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବାରେ ଅଧିକାର ମିତ୍ର ଶୁଭ ସ୍ମିତା ମିଶ୍ର, ବାଣୀ ବନ୍ଦନା ବିଶ୍ୱାଳ ପ୍ରକାଶ ଚନ୍ଦ୍ର ଦଳେଇ, ରୋନିତ ଦଳେଇ, ଅନୁପମା ରାଉତ, ବିଷ୍ଣୁ ଚରଣ ପଟନାୟକ ଏବଂ ଆଇନ ସେବା ପ୍ରାଧି କରଣ କର୍ମଚାରୀ ରାଜେଶ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମାଜ ସେବୀ, ଅରୁଣ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930