Indus Valley Times

ବୁଥସ୍ତର ପର୍ଯ୍ୟନ୍ତ ସଂଗଠନକୁ ମଜବୁତ କରିବାକୁ ବ୍ଲୁ ପ୍ରିଣ୍ଟ, ସାଙ୍ଗଠନିକ ଜିଲ୍ଲାରେ ହେବ ପ୍ରଶିକ୍ଷଣ

 Breaking News

ବୁଥସ୍ତର ପର୍ଯ୍ୟନ୍ତ ସଂଗଠନକୁ ମଜବୁତ କରିବାକୁ ବ୍ଲୁ ପ୍ରିଣ୍ଟ, ସାଙ୍ଗଠନିକ ଜିଲ୍ଲାରେ ହେବ ପ୍ରଶିକ୍ଷଣ

ବୁଥସ୍ତର ପର୍ଯ୍ୟନ୍ତ ସଂଗଠନକୁ ମଜବୁତ କରିବାକୁ ବ୍ଲୁ ପ୍ରିଣ୍ଟ, ସାଙ୍ଗଠନିକ ଜିଲ୍ଲାରେ ହେବ ପ୍ରଶିକ୍ଷଣ
April 19
18:29 2026

ଭୁବନେଶ୍ୱର, ୧୯/୪ : ରାଜ୍ୟ ବିଜେପି ପାର୍ଟି କାର୍ଯ୍ୟାଳୟରେ ଆଜି ରାଜ୍ୟ ପଦାଧିକାରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଅଧ୍ୟକ୍ଷତା କରୁଥିବାବେଳେ, ଦଳର ଅନ୍ୟାନ୍ୟ ଶୀର୍ଷ ନେତୃତ୍ୱ ମଧ୍ୟ ଉପସ୍ଥିତ ଅଛନ୍ତି।
ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲସିଂ ତୋମାର ମଧ୍ୟ ଯୋଗଦେଇଛନ୍ତି। ସମସ୍ତ ଉପସଭାପତି, ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ସକ୍ରିୟ ଉପସ୍ଥିତି ବୈଠକକୁ ଅଧିକ ଗୁରୁତ୍ୱଦାୟକ କରିଛି। ଦଳର ଭବିଷ୍ୟତ ରଣନୀତି ଓ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ନେଇ ଏଠାରେ ବିସ୍ତୃତ ଆଲୋଚନା ହେଉଛି।
ବିଶେଷକରି ଆସନ୍ତା ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତି ଏହି ବୈଠକର ମୁଖ୍ୟ ଏଜେଣ୍ଡା ରହିଛି। ଗ୍ରାମ୍ୟ ତଳସ୍ତରରେ କିପରି ଦଳର ପକ୍ଷକୁ ଶକ୍ତିଶାଳୀ କରାଯିବ ଓ ମତଦାତାଙ୍କ ସହିତ ସମ୍ପର୍କ କେମିତି ବୃଦ୍ଧି କରାଯିବ, ସେନେଇ ଯୋଜନା ତିଆରି ହେଉଛି। ସେଥିପାଇଁ ଦଳୀୟ କାର୍ଯ୍ୟକ୍ରମ, ପୂର୍ବ ରଣନୀତି ଓ ସଂଗଠନୀୟ କାର‌୍ୟ୍ୟଦକ୍ଷତା ଉପରେ ମଧ୍ୟ ସମୀକ୍ଷା କରାଯାଉଛି।
ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ବିପକ୍ଷ ଦଳଙ୍କ କାର୍ଯ୍ୟକଳାପ ଓ ଲୋକମତକୁ କିପରି ନିଜ ପକ୍ଷରେ ଆଣିହେବ, ସେନେଇ ମଧ୍ୟ ଗଭୀର ଚର୍ଚ୍ଚା ଚାଲିଛି। ଦଳର ନେତାମାନେ ମୂଳ ସ୍ତରରେ କାମକୁ ଆହୁରି ସକ୍ରିୟ କରିବା ପାଇଁ ମନ୍ତ୍ରଣା କରୁଛନ୍ତି।
ଆଜିର ବୈଠକକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଏହି ବୈଠକ ଏକ ନିୟମିତ ପ୍ରକ୍ରିୟାର ଅଂଶ ଓ ଦଳକୁ ଶକ୍ତିଶାଳୀ କରିବାରେ ଏହା ମୁଖ୍ୟ ଭୂମିକା ନେବ। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବୈଠକ ଚାଲିବ ଓ ଆଗାମୀ ଦିନରେ ଦଳର କାର୍ଯ୍ୟପଦ୍ଧତି ପାଇଁ ଏଠାରୁ ସ୍ପଷ୍ଟ ରୋଡମ୍ୟାପ ମିଳିବ ବୋଲି ଆଶା କରାଯାଉଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930