Indus Valley Times

ବୌଦ୍ଧ ଜିଲ୍ଲା ରେ ଭାରତ ରତ୍ନ ଡକ୍ଟର ବି. ଆର୍. ଆମ୍ବେଦକରଙ୍କ ଜ଼ିଲ୍ଲାସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ

 Breaking News

ବୌଦ୍ଧ ଜିଲ୍ଲା ରେ ଭାରତ ରତ୍ନ ଡକ୍ଟର ବି. ଆର୍. ଆମ୍ବେଦକରଙ୍କ ଜ଼ିଲ୍ଲାସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ

April 15
10:23 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୪ : ବୌଦ୍ଧ ଜିଲ୍ଲା ରେ ଆଜି ଭାରତ ରତ୍ନ ଡକ୍ଟର ବି. ଆର୍. ଆମ୍ବେଦକରଙ୍କ ଜ଼ିଲ୍ଲାସ୍ତରୀୟ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ଘ. ୬.୩୦ ମି ସମୟରେ ବୌଦ୍ଧଗଡ଼ ଏନ. ଏ. ସି. ର ସଫେଇ କର୍ମଚାରୀ ମାନେ ସହରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ ।
ବସଷ୍ଟାଣ୍ଡ ଠାରେ ସାମୁହିକ ସଫେଇ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ, ଏନ. ଏ. ସି. ବୌଦ୍ଧଗଡ଼, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଏବଂ ପରିମଳ କର୍ମଚାରୀ ମାନେ ଉପସ୍ଥିତ ରହି ସଫେଇ କାର୍ଯ୍ୟ କରିଥିଲେ ।
ସକାଳ ୮ ଘଟିକା ସମୟରେ ତହସିଲ କାର୍ଯ୍ୟାଳୟ ସ୍ଥିତ ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ, ପରେ ପରେ ଜ଼ିଲ୍ଲା ସଂଗ୍ରହଳୟ ପରିସରରେ ଓଡିଶାର ବରପୁତ୍ରଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ ।
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବୌଦ୍ଧ ସୁବ୍ରତ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଆରକ୍ଷୀ ଅଧିକ୍ଷକ ଆନନ୍ଦ ଚନ୍ଦ୍ର ଡୁଙ୍ଗଡୁଙ୍ଗ, ନିର୍ବାହୀ ଅଧିକାରୀ, ଵିଜ୍ଞକ୍ଷ ପିତ ଅଞ୍ଚଳ ପରିଷଦ ସତ୍ୟ ନାରାୟଣ ପ୍ରଧାନ, ସହକାରୀ ଶିକ୍ଷକ ନବ କିଶୋର ଦୀପ,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପ୍ରତାପ ଚନ୍ଦ୍ର ରଥ ଯୋଗ ଦେଇଥିଲେ ।
ସମସ୍ତ ଅତିଥି ଆମ୍ବେଦକରଙ୍କ ସ୍ମୃତି ଚାରଣ କରିବା ପୂର୍ବକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ ମୁଖ୍ୟ ଅତିଥି ଛେନାପୋଡ଼, ମିଲେଟ କେକ୍ କାଟି ସମସ୍ତଙ୍କୁ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଜଣାଇଁଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ରୁର କୁମାର ଜାନୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଏନ୍ ଏ ସି ବୌଦ୍ଧଗଡ଼ର କର୍ମଚାରୀ, ସ୍ୱଚ୍ଛ ସାଥି,ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଶିକ୍ଷକ, ଶିକ୍ଷୟତ୍ରୀ ଓ ଆମ୍ବେଦକର ପ୍ରେମୀ ସୁଧିବୃନ୍ଦ ଉପସ୍ଥିତ ଥିଲେ। ପରେ ପରେ ଦ୍ଵିତୀୟ ପର୍ଯ୍ୟାୟ ରେ ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ କୃତୀ ଛାତ୍ର ଛାତ୍ରୀ, ବ୍ୟକ୍ତିବିଶେଷ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବି. ଆର. ଆମ୍ବେଦକର ଙ୍କ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀ ମଧ୍ୟ ପୁରସ୍କୃତ କରିଥିଲେ ଅତିଥି ବୃନ୍ଦ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031