Indus Valley Times

ବୌଦ୍ଧ ଜିଲ୍ଲାର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ପହଞ୍ଚି ଶ୍ରମିକଙ୍କ ସମସ୍ୟା ବୁଝିଲେ ଶ୍ରମ ଅଧିକାରୀ

 Breaking News

ବୌଦ୍ଧ ଜିଲ୍ଲାର ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ପହଞ୍ଚି ଶ୍ରମିକଙ୍କ ସମସ୍ୟା ବୁଝିଲେ ଶ୍ରମ ଅଧିକାରୀ

December 01
19:27 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୧/୧୨ : ବୌଦ୍ଧ ଜିଲ୍ଲା ଶ୍ରମକାର୍ଯ୍ୟାଳୟର ଜିଲ୍ଲା ଶ୍ରମ ଅଧିକାରୀ ସୁଶ୍ରୀ କନ୍ୟା କୁମାରୀ ସାହୁ କଣ୍ଟାମାଳ ବ୍ଲକ ଅଧୀନ ରେ ଥିବା ଲମ୍ବସରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ତଥା ପାହାଡ଼ ଏବଂ ନାଳ ଘେରା ଧେଣ୍ଡିକୁଟି ଗ୍ରାମରେ ପହଞ୍ଚି ସେଠାରେ ଥିବା ଶ୍ରମିକ ମାନଙ୍କ ସହ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ବିଷୟରେ ଆଲୋଚନା କରିଥିଲେ।
ବିଭିନ୍ନ ସମୟରେ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଶ୍ରମିକ ଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ରେ ପଞ୍ଜୀକୃତ କରିବାପାଇଁ ଆବଶ୍ୟକ କାଗଜାତ ଆଣିଥିଲେ।
ବାହାର ରାଜ୍ୟକୁ କାମ କରିବାକୁ ଯିବାପାଇଁ ହେଲେ ଆଇନ୍ ରେ ଥିବା ପ୍ରାବଧାନ କୁ ଶ୍ରମିକ ଙ୍କୁ ବୁଝାଇବା ସହିତ କିଭଳି ଭାବେ ଆଇନଗତ ଏବଂ ସୁରକ୍ଷିତ ଭାବେ ବାହାର ରାଜ୍ୟକୁ କାମ କରିବାକୁ ଯିବେ ତାହା ଶ୍ରମିକଙ୍କ ସହ ଆଲୋଚନା କରିଥିଲେ।
ପଞ୍ଜୀକୃତ ନିର୍ମାଣ ଶ୍ରମିକ ଙ୍କ ପାଇଁ ସରକାରଙ୍କ ତରଫରୁ ମିଳିଥିବା ବିଭିନ୍ନ ସହାୟତା ଯଥା ବିବାହ ସହାୟତା, ଶିକ୍ଷା ସହାୟତା, ପ୍ରସୂତି କାଳୀନ ସହାୟତା, ମୃତ୍ୟୁ ସହାୟତା, ଅନ୍ତେଷ୍ଟିକ୍ରୀୟା ସହାୟତା ସମ୍ପର୍କରେ ଶ୍ରମିକଙ୍କୁ ସୁଚାଇଥିଲେ। ପଞ୍ଜିକରଣ ପରେ ପ୍ରତିବର୍ଷ ଶ୍ରମ କାର୍ଡଟୀକୁ ନବୀକରଣ କରିବାକୁ ପରାମର୍ଶ ଦେଇଥିଲେ।
ଏହା ସହିତ ଶ୍ରମ କାର୍ଡ ପଞ୍ଜିକରଣ, ନବୀକରଣ, ଏବଂ ମିଳୁଥିବା ବିଭିନ୍ନ ସହାୟତା ପାଇଁ କୌଣସି ବ୍ୟକ୍ତିବିଶେଷ, ମଧ୍ୟସ୍ଥି କିମ୍ବା ଦଲାଲ୍ ଙ୍କ ସଂସ୍ପର୍ଶରେ ନ ଆସି ସିଧସଳଖ ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930