Indus Valley Times

ବୌଦ୍ଧ ଜିଲ୍ଲାରେ ‘VB-G RAM G’ ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

 Breaking News

ବୌଦ୍ଧ ଜିଲ୍ଲାରେ ‘VB-G RAM G’ ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ବୌଦ୍ଧ ଜିଲ୍ଲାରେ ‘VB-G RAM G’ ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ
July 02
19:48 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୭ : ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ଜୀବିକାର ବିକାଶ ଏବଂ ସ୍ଥାୟୀ ଭିତ୍ତିଭୂମି ନିର୍ମାଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ VB-G RAM G (Viksit Bharat – Guarantee for Rozgar and Ajeevika Mission–Gramin) ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଲେ ଯେ, ଏହି ଯୋଜନା ଗ୍ରାମାଞ୍ଚଳର ଶ୍ରମିକ ପରିବାରମାନଙ୍କୁ ଅଧିକ ରୋଜଗାର ସୁଯୋଗ ସହ ଦୀର୍ଘକାଳୀନ ଜୀବିକା ଏବଂ ଗ୍ରାମୀଣ ଭିତ୍ତିଭୂମିର ବିକାଶରେ ନୂତନ ଦିଗ ପ୍ରଦାନ କରିବ।
କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସଭାପତିତ୍ୱ କରିଥିବାବେଳେ, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ବୌଦ୍ଧ ବ୍ଲକ ବିଡିଓ ଯୁଗଳ କିଶୋର ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କହିଲେ ଯେ VB-G RAM G ଯୋଜନା ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର ମଜୁରୀଭିତ୍ତିକ ନିଶ୍ଚିତ ରୋଜଗାର ପ୍ରଦାନ କରାଯିବ।
ଜଳ ସଂରକ୍ଷଣ, ଗ୍ରାମୀଣ ଭିତ୍ତିଭୂମି ବିକାଶ, ଜୀବିକା ସମ୍ପଦ ସୃଷ୍ଟି ଏବଂ ଜଳବାୟୁ ଅନୁକୂଳ ପ୍ରକଳ୍ପଗୁଡ଼ିକୁ ଏହି ଯୋଜନାରେ ପ୍ରାଥମିକତା ଦିଆଯିବ। ଗ୍ରାମ ପଞ୍ଚାୟତ ସ୍ତରରେ ପ୍ରସ୍ତୁତ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ଆଧାରରେ କାର‌୍ୟ୍ୟଗୁଡ଼ିକ ଚୟନ କରାଯିବ।
ସେହିପରି ଜିଓ-ଟ୍ୟାଗିଂ, ବାୟୋମେଟ୍ରିକ ଉପସ୍ଥାନ, ଡିଜିଟାଲ ପେମେଣ୍ଟ ଓ ରିଅଲ୍-ଟାଇମ ମନିଟରିଂ ବ୍ୟବସ୍ଥା ମାଧ୍ୟମରେ ସ୍ୱଚ୍ଛତା ଓ ଦକ୍ଷତାକୁ ସୁନିଶ୍ଚିତ କରାଯିବ।
ବିଭିନ୍ନ ବ୍ଲକ୍ ର ବିଡ଼ିଓ ଓ ଜନ ପ୍ରତିନିଧି ମାନେ ଆଭାସୀ ମାଧ୍ୟମରେ ଏଥିରେ ଯୋଡ଼ି ହୋଇଥିଲେ ।
ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ଏବଂ ବ୍ଲକର ଜନ ପ୍ରତିନିଧି, ଅଧିକାରୀ, ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି,ମିଶନ ଶକ୍ତି ଜିଲ୍ଲା ପରିଚାଳକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଶ୍ରମିକ ପ୍ରତିନିଧି ଏବଂ ବହୁ ଜନପ୍ରତିନିଧି ଉପସ୍ଥିତ ରହିଥିଲେ।
ତିରୁପତିରୁ କେନ୍ଦ୍ର କୃଷି ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସଭାରେ ପରିବେଷଣ କରାଯାଇଥିଲା ।
ଶେଷରେ ସମସ୍ତଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ସହିତ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଆହ୍ୱାନ ଜଣାଯାଇଥିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031