Indus Valley Times

ଭଡ଼ା ଘରେ ଅତର୍କିତ ରେଡ୍‌: ତକିଆ ଖୋଳରୁ ମିଳିଲା ପୁଳା ପୁଳା ଟଙ୍କା, ବ୍ରାଉନସୁଗାର୍

 Breaking News

ଭଡ଼ା ଘରେ ଅତର୍କିତ ରେଡ୍‌: ତକିଆ ଖୋଳରୁ ମିଳିଲା ପୁଳା ପୁଳା ଟଙ୍କା, ବ୍ରାଉନସୁଗାର୍

December 09
20:07 2024

ଭଦ୍ରକ୍‌, ୯/୧୨ : ବ୍ରାଉନ୍‌ସୁଗର ମାଫିଆଙ୍କ ଘରେ ହୋଇଥିଲା ରେଡ୍‌। ଆଉ ଚଢଉ ବେଳେ ମୁଢି, ମିକ୍ସଚର, ଚାଉଳ ଡବାରୁ ବାହାରିଥିଲା ପୁଳା ପୁଳା ଟଙ୍କା। ଏତେ ଟଙ୍କା ବାହାରିଥିଲେ ଯେ ହାତରେ ଗଣି ପାରିନଥିଲା। ତେଣୁ ଟଙ୍କା ଗଣିବା ପାଇଁ ମେସିନ୍ ଆଣିବାକୁ ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି ପୁଲିସ୍‌। ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଏହି ଘଟଣାରେ ଭଦ୍ରକ ପୁଲିସ୍ ମହିଳା ବ୍ରାଉନ୍‌ସୁଗର ମାଫିଆଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଭଦ୍ରକ୍ ଟାଉନ ଥାନା ଏଲଖାର ନୟାନଗରରେ ମିର୍ଜାପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ବ୍ରାଉନ୍‌ସୁଗର ଚୋରା କାରବାର ହେଉଥିଲା। ହେଲେ ପ୍ରମାଣ ଅଭାବରୁ ପୁଲିସ୍ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ ଆଜି ବ୍ରାଉନ୍‌ସୁଗର ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ପୁଲିସ୍ ଖବର ପାଇଥିଲା। ପରେ ମାଜିଷ୍ଟ୍ରେଟ୍ ତଥା ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ଉପସ୍ଥିତିରେ ମହିଳା ବ୍ରାଉନ୍‌ସୁଗର ମାଫିଆଙ୍କ ଘରେ ଚଢ଼ଉ କରିଥିଲା ପୁଲିସ୍‌। ଚଢ଼ଉ ସମୟରେ ତାଙ୍କ ଘରୁ ୫୦ ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା।
ମହିଳା ବ୍ରାଉନ୍‌ସୁଗର ମାଫିଆ ଜଣକ ଭାରି ଚାଲାକ୍‌। ଧରା ପଡ଼ିଯିବା ଭୟରେ ସେ ମୁଢ଼ି ଡବା, ମିକ୍ସଚର ଡବା, ଚାଉଳ ଡବା, ତକିଆ ଖୋଳ, ସପ ଭିତରେ, ରେଜେଇ, ଖଟ ତଳେ ଆଦି ସ୍ଥାନରେ ଟଙ୍କା ଲୁଚାଇ ରଖିଥିଲେ। ପୁଲିସ୍ ଟିମ୍ ତାଙ୍କ ଘରେ ତନ୍ନତନ୍ନ କରି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୁଳା ପୁଳା ଟଙ୍କା ପାଇଥିଲା। ଏତେ ଟଙ୍କା ପାଇଲା ଯେ ହାତରେ ଗଣି ପାରିନଥିଲା। ତେଣୁ ମେସିନ୍ ସାହାଯ୍ୟରେ ଟଙ୍କା ଗଣୁଛି। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିସାରିଲାଣି। ଏବେ ମଧ୍ୟ ଚଢ଼ଉ ଜାରି ରହିଛି। ଆହୁରି ଟଙ୍କା ମିଳିବ ବୋଲି ପୁଲିସ୍ ଅନୁମାନ କରୁଛି।
ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଭଦ୍ରକ ଏସ୍‌ପି ମଡକର ସନ୍ଦୀପ ସମ୍ପଦ ସାମିଲ, ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରା, ଡିଆଇବି ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ, ଟାଉନ ଥାନା ଅଧିକାରୀ, ଗ୍ରାମାଞ୍ଚଳ ଥାନା ଅଧିକାରୀ, ପୁରୁଣା ବଜାର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି। ତେବେ ମହିଳା ଜଣକ କେଉଁଠାରୁ ବ୍ରାଉନ୍‌ସୁଗର ଆଣି ବେପାର କରୁଥିଲେ, ତାହା ଜଣାପନି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31