Indus Valley Times

ଭଦ୍ରକ : ୨ ଭଉଣୀଙ୍କ ସଲିଳ ସମାଧି

 Breaking News

ଭଦ୍ରକ : ୨ ଭଉଣୀଙ୍କ ସଲିଳ ସମାଧି

ଭଦ୍ରକ : ୨ ଭଉଣୀଙ୍କ ସଲିଳ ସମାଧି
June 19
20:39 2025

ଭଦ୍ରକ, ୧୯/୬ : ମାମୁ ଘରକୁ ଆସିଥିବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ କନ୍ୟା। ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡ଼ିହି ଥାନା ଭୁଟାନାସିରେ ଗାଁରେ ଘଟିଛି ଏହି ଘଟଣା।
ମୃତ ଶିଶୁ କନ୍ୟା ଦ୍ୱୟଙ୍କ ନାଁ ଚାନ୍ଦିନୀ ମଣ୍ଡଳ (୬) ଓ ନନ୍ଦିନୀ ମଣ୍ଡଳ (୪)। ସେମାନଙ୍କ ନିଜ ଘର ଚାନ୍ଦବାଲି ବ୍ଲକ କରଣପଲ୍ଲୀ ଗାଁରେ। ସେମାନଙ୍କ ବାପାଙ୍କ ନାଁ ରତନ ମଣ୍ଡଳ।
ଚାନ୍ଦିନୀ ଓ ନନ୍ଦିନୀଙ୍କ ମାମୁଙ୍କ ଦେହ ଭଲ ନଥିଲା। ସେଥିପାଇଁ ତାଙ୍କୁ ଦେଖିବାକୁ ସେମାନଙ୍କ ବାପାମା’ ଭୁଟାନାସି ଆସିଥିଲେ। ରତନ ପତ୍ନୀଙ୍କ ସହିତ ମିଶି ଆଜି ଶାଳକଙ୍କୁ ଡାକ୍ତରଖାନା ନେଇଥିଲେ।
ସୂଚନା ଅନୁଯାୟୀ, ଏହି ସମୟରେ ଘରର ଅନ୍ୟ ସଦସ୍ୟଙ୍କ ଅଗୋଚରରେ ଚାନ୍ଦିନୀ ଓ ନନ୍ଦିନୀ ପାଖ ପୋଖରୀ ପାଖକୁ ଚାଲି ଯାଇଥିଲ ଏବଂ ବୁଡ଼ି ଯାଇଥିଲେ। ବହୁ ସମୟ ପର‌୍ୟ୍ୟନ୍ତ ସେମାନଙ୍କୁ ଘରେ ନଦେଖି ଘରର ଅନ୍ୟ ସଦସ୍ୟମାନେ ଖୋଜାଖୋଜି କରିଥିଲେ। କୌଣସି ସ୍ଥାନରେ ସେମାନଙ୍କୁ ନପାଇବା ପରେ ସନ୍ଦେହରେ ପାଖ ପୋଖରୀରେ ଖୋଜାଖୋଜି କରିଥିଲେ। ସେମାନଙ୍କ ସନ୍ଦେହ ସତ ହେଲା। ପୋଖରୀରୁ ଦୁଇ ଭଉଣୀଙ୍କୁ ପାଇଥିଲେ ପରିବାର ଲୋକେ। ସେମାନଙ୍କୁ ବାସୁଦେବପୁର ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ। ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଛନ୍ତି ପଡ଼ିଛନ୍ତି ପୂରା ପରିବାର।
ଦୁଇ ଶିଶୁ ଶବ ବ୍ୟବଚ୍ଛେଦ କରାଯିବ। ସେମାନେ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31