Indus Valley Times

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ

 Breaking News

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
April 22
20:17 2026

ଝାରସୁଗୁଡ଼ା, ୨୨/୪: ଲାଞ୍ଚ ନେଇ ଭିଜିଲାନ୍ସ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ୍ ଅଫିସର । ଜଣେ ଜିଏନ୍ଏମ୍ ଶିକ୍ଷକଙ୍କ ଠାରୁ ଅଢ଼େଇ ହଜାର ଟଙ୍କା ଲାଞ୍ଚ ନେଉଥିବା ସେକ୍ସନ୍ ଅଫିସର ଅନିତ କୁମାର ଗୁରୁଙ୍କୁ ଭିଜିଲାନ୍ସ ଗିରଫ କରିଛି ।
ଆଉ ଜିଏନ୍ଏମ୍ ଶିକ୍ଷକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଏନ୍ଏମ୍ ଛାତ୍ରଛାତ୍ରୀଙ୍କ ତାଲିମ ପାଇଁ ଆବଶ୍ୟକ ଅନୁମତି ପାଇଁ ଆବେଦନ କରିଥିଲେ ।
ମାତ୍ର ସେକ୍ସନ୍ ଅଫିସର ଅନିତ ଗୁରୁ ଶିକ୍ଷକଙ୍କ ଠାରୁ ଅଢ଼େଇ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ନେଇ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗକୁ ଜଣାଇଛଥିଲେ । ଏହା ପରେ ତାଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇଥିଲା ।
ଆଜି ଅନିତ ଗୁରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଧରିଥିଲା । ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ଜବତ କରିଛି ।
ତେବେ ଏହା ଅନିତ ଗୁରୁଙ୍କ ନାମରେ ପ୍ରଥମ ଅଭିଯୋଗ ନୁହେଁ । ପୂର୍ବରୁ ମଧ୍ୟ ସେ ଏମିତି ଅନେକ ଜିଏନ୍ଏମ୍ ଶିକ୍ଷକଙ୍କୁ ଲାଞ୍ଚ ମାଗି ହଇରାଣ କରିଥିବା ଅଭିଯୋଗ ରହିଥିଲା ।
ଏହା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଛି । ଏହା ସହିତ ରାଉରକେଲା ଭିଜିଲାନ୍ସ ନିକଟରେ ମାମଲା ରୁଜୁ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031